ଧରାପଡିଗଲା ଜିଲ୍ଲା ପ୍ରଶାସନର ଦୋମୁହାଁ ନୀତି, କାଗଜ କଲମରେ ଗୋଟେ କଥା କାମରେ ଅନ୍ୟ କଥା

ବେଆଇନ ଇଟା ମାଫିଆଙ୍କ ପ୍ରୀତିରେ ଜିଲ୍ଲା ପ୍ରଶାସନ
ଧରାପଡିଗଲା ଜିଲ୍ଲା ପ୍ରଶାସନର ଦୋମୁହାଁ ନୀତି
କାଗଜ କଲମରେ ଗୋଟେ କଥା କାମରେ ଅନ୍ୟ କଥା
ଜିଲ୍ଲା ପ୍ରଶାସନ ଓ ଇଟା ମାଫିଆଙ୍କ ମଧୁଚନ୍ଦ୍ରିକାକୁ ନେଇ ଉଠିଲାଣି ଝଡ଼
ଅର୍ଗସ ବ୍ୟୁରୋ : ରାଜ୍ୟରେ ୭ ପ୍ରଦୁଷିତ ସହର ମାନଙ୍କ ମଧ୍ୟରେ ବାଲେଶ୍ବର ଅନ୍ୟତମ । ବାଲେଶ୍ବରରୁ ପଶ୍ଚିମବଙ୍ଗକୁ ଯାଇଥିବା ୧୬ ନଂମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ଗଡି ଉଠିଛି ଶହ ଶହ ବେଆଇ ଇଟାଭାଟି । ଏହି ଇଟା ଭାଟି କାହା ମାଲିକାନାରେ ରହିଛି, କିଏ ଏହାକୁ ପରିଚାଳିତ କରୁଛି କୌଣସି ଖୋଜ୍ ଖବର ନାହିଁ ଜିଲ୍ଲା ପ୍ରଶାସନ ନିକଟରେ । ଅଭିଯୋଗ ଜଣାଇଲେ ଉତ୍ତର ଆସୁଛି ଗୋଟିଏ ହେଲେବି ଇଟାଭାଟି ନାହିଁ ବାଲେଶ୍ବର ରେମୁଣାରେ । ଅନ୍ୟପଟେ ଧୁଳି ଧୁଆଁ ପରିବେଶକୁ ନେଇ ଅସ୍ତ ବ୍ୟସ୍ଥ ହୋଇପଡିଲେଣି ଅଞ୍ଚଳବାସୀ ।
ଗତ ଜୁନ ମାସ ଭିକେ ପାଣ୍ଡିୟାନଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଏବାଦରେ ରେମୁଣା ଅଞ୍ଚଳର ସରପଞ୍ଚ ଅଭିଯୋଗ କରିଥିଲେ । କିନ୍ତୁ ଜିଲ୍ଲା ପ୍ରଶାସନ ଏହି ଅଭିଯୋଗର ଉତ୍ତରରେ ରେମୁଣାରେ କୌଣସି ବେଆଇନ ଇଟାଭାଟି ନଥିବା ଦର୍ଶାଇ ଥିଲେ । ହେଲେ ବାସ୍ତବିକ ସ୍ତରରେ ବାଲେଶ୍ବର ଛତୁ ଫୁଟିଲା ଭଳି ଏହି ବେଆଇନ ଇଟା ଭାଟି ଗଢି ଉଠୁଛି । କାହିଁକି ନିରବଦ୍ରଷ୍ଠା ସାଜିଛି ଜିଲ୍ଲା ପ୍ରଶାସନ । କାହା ଚାପରେ ଚେପା ହେଲା ଜିଲ୍ଲା ପ୍ରଶାସନ ।
📱 Get Argus News App
✨
ବାୟୁ ପ୍ରଦୁଷଣ ହେବା ସହିତ ବୁଡାବଳଙ୍ଗ ନଦୀରେ ଇଟା ମାଫିଆମାନେ ବେଆଇନ ବାଲି ଓ ମାଟି ଉତ୍ତଳନ କରୁଛନ୍ତି । ନଦୀର ଗତିପଥକୁ ବଦଳାଇଦେଉଛନ୍ତି । ରାଜ୍ୟ ସରକାର କୋଟି କୋଟି ଟଙ୍କା ରାଜସ୍ବ ହରାଉଥିବା ବେଳେ କାହିଁକି ଜିଲ୍ଲା ପ୍ରଶାସନ ଚୁପ ବସିଛି ଯାହାକୁ ନେଇ ଉଠିଛି ପ୍ରଶ୍ନ ।