Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଫେଲ ମାରିଛି ରାଜ୍ୟ ସରକାରଙ୍କ ‘ମୋ ଘର’ ଯୋଜନା

Odisha

ଫେଲ ମାରିଛି ରାଜ୍ୟ ସରକାରଙ୍କ ‘ମୋ ଘର’ ଯୋଜନା

Jitendra Dash
Browse all articles by Jitendra Dash
·2 years ago·1 min read
ଫେଲ ମାରିଛି ରାଜ୍ୟ ସରକାରଙ୍କ ‘ମୋ ଘର’ ଯୋଜନା

ଅର୍ଗସ ବ୍ୟୁରୋ : ଫେଲ ମାରିଛି ରାଜ୍ୟ ସରକାରଙ୍କ ‘ମୋ ଘର’ ଯୋଜନା । ଯୋଜନାକୁ ପ୍ରାୟ ୮ମାସ ବିତି ଯାଇଥିଲେ ବି ବାଲେଶ୍ଵର ଜିଲ୍ଲାରେ ଏକ ପ୍ରତିଶତ ଲୋକଙ୍କୁ ବି ଘର ମିଳିପାରିନି । ଏପରିକି ଘର ପାଇଁ ଆବେଦନ କରିଥିବା ମୋଟ ହିତାଧିକାରୀଙ୍କ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତଙ୍କ ଆବେଦନ ଏବେବି ବ୍ୟାଙ୍କସ୍ତରରେ ପଡ଼ିରହିଛି । ମେ ମାସ ୨୯ ତାରିଖରେ ଯେଉଁ ‘ମୋ ଘର’ ଯୋଜନା କାର୍ଯ୍ୟକାରୀ କଲେ ତାହା ଏବେ ଫେଲ୍ ମାରିଛି । 

ସରକାରୀ ତଥ୍ୟ ମୁତାବକ ବାଲେଶ୍ଵର ଜିଲ୍ଲାରେ ସମୁଦାୟ ୧୪ ହଜାର ୪୩୧ ଜଣ ଆବେଦନ କରିଥିଲେ । ସେଥିମଧ୍ୟରୁ ୫୯ ଜଣଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି । ବାକି ୨ ବ୍ଲକରେ କେହି ହିତାଧିକାରୀଙ୍କୁ 'ମୋ ଘର' ଯୋଜନାରେ ସାମିଲ କରାଯାଇ ନାହିଁ । ସେପଟେ ୧୦ ଟି ବ୍ଲକରେ ୫ ରୁ ୬ ଜଣ ହିତାଧିକାରୀଙ୍କୁ ସାମିଲ କରାଯାଇଛି । ସୋରୋ ବ୍ଲକ ତେଣ୍ଟେଇ ଗ୍ରାମପଞ୍ଚାୟତର ସରସ୍ଵତୀ ସେଠୀ । ମୋ ଘର ଯୋଜନା ପାଇ ବ୍ୟାଙ୍କ୍ ଠାରୁ ଆରମ୍ଭ କରି ପଞ୍ଚାୟତ ସ୍ତର ଯାଏ ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଯୋଜନାରେ ସାମିଲ ହୋଇନାହାନ୍ତି । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଚଳିତବର୍ଷ ମେ’ ୨୯ତାରିଖରେ ପଂଚମ ପାଳି ସରକାରର ୪ର୍ଥ ବର୍ଷ ପୂର୍ତ୍ତି ଅବସରରେ ‘ମୋ ଘର’ ଯୋଜନାକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଥିଲେ । କିନ୍ତୁ ଏହି ଯୋଜନାରେ ଘର ପାଇବା ନିମନ୍ତେ ରାଜ୍ୟ ସରକାର ଧାର୍ଯ୍ୟ କରିଥିବା ନିୟମ ଓ ସର୍ତ୍ତାବଳୀ ଯୋଗୁ ସବସିଡି ଘର ପାଇବାରୁ ବଂଚିତ ହେଉଛନ୍ତି । କିଛିଦିନ ତଳେ ରାଜ୍ୟସ୍ତରୀୟ ଷ୍ଟେଟ୍‌ ଲେଭଲ ବ୍ୟାଙ୍କର୍ସ କମିଟି ବୈଠକ ହୋଇଥିଲା । ସେଥିରେ ବ୍ୟାଙ୍କଗୁଡିକ ଯେପରି ମୋ ଘର ଯୋଜନାରେ ଅଧିକ ଆବେଦନକୁ ଗ୍ରହଣ କରି ସେଗୁଡିକୁ ଋଣ ଦେବେ ସେନେଇ ନିର୍ଦ୍ଦେଶ ଦିଆଯାଇଥିଲା । ତଥାପି ଯୋଜନା ସଫଳ ହୋଇ ପାରିନାହିଁ। 

Painting
Sponsored
baleswar mo ghara yojana issue | Argus News