Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Historic Baliyatra Cuttack / କେବଳ ତଳ ପଡ଼ିଆ ନୁହେଁ, ଉପର ପଡ଼ିଆରେ ବି ହେବ ବାଲିଯାତ୍ରା

Santosh Kumar Sahoo
Browse all articles by Santosh Kumar Sahoo
·9 months ago·2 min read
କେବଳ ତଳ ପଡ଼ିଆ ନୁହେଁ, ଉପର ପଡ଼ିଆରେ ବି ହେବ ବାଲିଯାତ୍ରା

Key Points

ଉପର ବାଲିଯାତ୍ରା ପଡ଼ିଆରେ ବି ହେବ ବାଲିଯାତ୍ରା । ଉପର ପଡ଼ିଆରେ ଆୟୋଜନ ନେଇ ହାଇକୋର୍ଟ ନିଷ୍ପତ୍ତି ନେବେ । ଜିଲ୍ଲା ପ୍ରଶାସନ ପ୍ଲାନ୍ ପ୍ରସ୍ତୁତକରି ହାଇକୋର୍ଟଙ୍କ ନିକଟରେ ଉପସ୍ଥାପନ କରିବ।

ଉପର ବାଲିଯାତ୍ରା ପଡ଼ିଆରେ ଆୟୋଜନ ହେବ ବାଲିଯାତ୍ରା । ହେଲେ ତାହା ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ନିର୍ଭର କରିବ । ଉପର ବାଲିଯାତ୍ରା ପଡ଼ିଆରେ ବାଲିଯାତ୍ରା ଆୟୋଜନ ନେଇ ଜିଲ୍ଲା ପ୍ରଶାସନ ଏକ ପ୍ଲାନ୍ ପ୍ରସ୍ତୁତ କରି ହାଇକୋର୍ଟଙ୍କ ନିକଟରେ ଉପସ୍ଥାପନ କରିବ । ହାଇକୋର୍ଟ ଏନେଇ ଅନୁମତି ଦେଲେ ନୂତନ ପ୍ଲାନ୍ ସହିତ ଉପର ପଡ଼ିଆରେ ବାଲିଯାତ୍ରା ଆୟୋଜନ କରାଯିବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ।


ତେବେ ଉପର ପଡ଼ିଆରେ ବାଲିଯାତ୍ରା ଆୟୋଜନ ନେଇ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ କଟକ ଜିଲ୍ଳା ବିଜେପି, ବିଜେଡି ଓ କଂଗ୍ରେସ ଦଳର ସଭାପତି, କଟକ ସଦର ଓ ବାରବାଟୀ ବିଧାୟକ, କଟକ ପୂଜା କମିଟି ଓ ଶାନ୍ତି କମିଟି ପଦାଧିକାରୀ ଯୋଗ ଦେଇଥିଲେ।


ଅଧିକ ପଢ଼ନ୍ତୁ: ମା'ଙ୍କ ପାଖରେ ସମସ୍ତଙ୍କ ଉତ୍ତମ ସ୍ବାସ୍ଥ୍ୟ ଓ ସମୃଦ୍ଧି କାମନା କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଚଳିତ ବର୍ଷ ଉପର ବାଲିଯାତ୍ରା ପଡ଼ିଆରେ ବାଲିଯାତ୍ରା ଆୟୋଜନ ନ କରିବା ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଥିଲା । ଯାହାକୁ ନେଇ ବିଭିନ୍ନ ମାହୋଲରେ ଜିଲ୍ଲା ପ୍ରଶାସନର ନିଷ୍ପତ୍ତିକୁ ତୀବ୍ର ବିରୋଧ କରାଯାଇଥିଲା । ଉପର ପଡ଼ିଆରେ ବାଲିଯାତ୍ରା ପାଇଁ ଜୋର ଧରିଛି ଦାବି । କେବଳ ତଳ ପଡ଼ିଆରେ ବାଲିଯାତ୍ରା ହେବ ବୋଲି ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ପରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଉଭୟ ତଳ ଓ ଉପର ପଡ଼ିଆରେ ବାଲିଯାତ୍ରା ଆୟୋଜନ ପାଇଁ ଦାବି କରିଛନ୍ତି । କଟକ ଜିଲ୍ଲା ବିଜେପି ସଭାପତି ସୁକାନ୍ତ ବିଶ୍ୱାଳଙ୍କ ନେତୃତ୍ୱରେ କଟକ ଜିଲ୍ଲା ବିଜେପି ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ଚିଠି ଲେଖି ଉପର ପଡିଆରେ ଆୟୋଜନ କରିବା ପାଇଁ ନିବେଦନ କରିଥିଲେ ।


ସେପଟେ ଐତିହାସିକ କଟକ ବାଲିଯାତ୍ରା ୨୦୨୫ ପାଇଁ ସେପ୍ଟେମ୍ବର ୨୬ରୁ ଆରମ୍ଭ ହୋଇଛି ପ୍ଲଟ ପଞ୍ଜିକରଣ ପାଇଁ ଆବେଦନ । ୨୬ ସେପ୍ଟେମ୍ବରରୁ ୯ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ ପଞ୍ଜିକରଣ ପାଇଁ ଆବେଦନ । ଜଣେ ବ୍ୟକ୍ତି ଓ ଅନୁଷ୍ଠାନ ୩ ଟି ଲେଖାଁଏ ପ୍ଲଟ ପଞ୍ଜିକରଣ ପାଇଁ ଆବେଦନ କରିପାରିବେ । ୧୦୦ ଟଙ୍କା ଦେଇ ଫର୍ମ ନେଇ କରିପାରିବେ ଏହି ଆବେଦନ । cuttack.odisha.gov.in ୱେବସାଇଟରେ ଅଧିକ ବିବରଣୀ ପାଇପାରିବେ । ଖାଦ୍ୟ ପାଇଁ ଅଲଗା ଓ ଅନ୍ୟାନ୍ୟ ପାଇଁ ଅଲଗା ଅଲଗା ଆବେଦନ କରି ପାରିବେ ବ୍ୟକ୍ତି ଓ ଅନୁଷ୍ଠାନ । ଚଳିତ ବର୍ଷ ପ୍ଲଟ ପଞ୍ଜିକରଣ ୫ ହଜାର ଟଙ୍କା ରଖାଯାଇଛି ।


ସେପଟେ ଚଳିତ ବର୍ଷ ବାଲିଯାତ୍ରାର ନାଁ ପରିବର୍ତ୍ତନ କରାଯାଇଛି । ଏଥର ବାଲିଯାତ୍ରା ନାଁ ହେବ ଐତିହାସିକ ବାଲିଯାତ୍ରା କଟକ ୨୦୨୫ । ଆଗରୁ କେବଳ ଐତିହାସିକ ବାଲିଯାତ୍ରା ଲେଖାଯାଉଥିଲା । ଏଥର ୩୪ ଏକର ପରିବର୍ତ୍ତେ ୬୦ ଏକର ଜାଗାରେ ହେବ ବାଲିଯାତ୍ରା । ବାଲି ଯାତ୍ରା ପୋର୍ଟାଲରେ ରହିବ ସବୁ ତଥ୍ୟ । ଟ୍ରାଫିକ, ପାର୍କିଂ ସମ୍ୱନ୍ଧୀୟ ସମସ୍ତ ତଥ୍ୟ ଏଥିରେ ରହିବ ।

Related Topics

Explore more stories

Sponsored
Upper Ground to Host Bali Jatra 2025 If High Court Allows | Argus News