Cuttack Baliyatra / ବାଲିଯାତ୍ରାରେ ମନମୋହୁଛି ଦହିବରା ଆଳୁଦମ ଓ ଠୁଙ୍କା ପୁରୀ
·8 months ago·2 min read

Key Points
ଦହିବରା ଆଳୁଦମ ଓ ଠୁଙ୍କା ପୁରୀ ପସରା
କଟକ ବାଲିଯାତ୍ରାରେ ଦହିବରା ଆଳୁଦମ ଓ ଠୁଙ୍କା ପୁରୀର ଚାହିଦା
ଚାହିଦାକୁ ଦୃଷ୍ଟିରେ ରଖି ତଳ ପଡ଼ିଆରେ ଖୋଲିଛି ଦହିବରା ହାଟ
ପ୍ରସିଦ୍ଧ ୫ ଜଣ ଦହିବରା ଆଳୁଦମ ବ୍ୟବସାୟୀ ନିଜ ଷ୍ଟଲ୍ କରି
କଟକ ପ୍ରସିଦ୍ଧ ଠୁଙ୍କା ପୁରି ମଧ୍ୟ ଲୋକଙ୍କ ଅନ୍ୟତମ ପସନ୍ଦ

ଯୁଗ ବଦଳୁଛି । ଆଧୁନିକତା ଆଡ଼କୁ ଗତି କରୁଛି ସମାଜ। ହେଲେ ଐତିହାସିକ କଟକ ବାଲିଯାତ୍ରାରେ ଏବେ ବି ବଜାୟ ରହିଛି କଟକର ପୁରୁଣା ପାରମ୍ପରିକ ଖାଦ୍ୟ ଦହିବରା ଆଳୁଦମ ଓ ଠୁଙ୍କା ପୁରୀର ଚାହିଦା । କଟକ ହେଉ କି ପୁରୀ କିମ୍ବା କଲିକତା । ଜୁଆଡୁ ବି ଲୋକ ବାଲିଯାତ୍ରା ଆସିଲେ ଦହିବରା ଆଳୁଦମ ଆଉ ଠୁଙ୍କା ପୁରି ନିଶ୍ଚିତ ଖାଇକି ଯାଉଛନ୍ତି । ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି କଟକର ପ୍ରସିଦ୍ଧ ଦହିବରା ଆଳୁଦମ ବ୍ୟବସାୟୀ ତଳ ପଡ଼ିଆରେ ଦହିବରା ହାଟ ମଧ୍ୟ କରିଛନ୍ତି । ଏହି ହାଟରେ କଟକ ସହରର ପ୍ରସିଦ୍ଧ ୫ ଜଣ ଦହିବରା ଆଳୁଦମ ବ୍ୟବସାୟୀ ନିଜ ଷ୍ଟଲ୍ କରି ଲୋକଙ୍କୁ ସୁସ୍ୱାଦିଷ୍ଟ ଦହିବରା ଆଳୁଦମ ପରସୁଛନ୍ତି । ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରକାରର ଦହିବରା ଆଣିଛନ୍ତି ବ୍ୟବସାୟୀ। ଅନ୍ୟପଟେ କଟକ ପ୍ରସିଦ୍ଧ ଠୁଙ୍କା ପୁରି ମଧ୍ୟ ଲୋକଙ୍କ ଅନ୍ୟତମ ପସନ୍ଦିତା ଖାଦ୍ୟ ରହିଛି । ଠୁଙ୍କା ପୁରି ସାଙ୍ଗକୁ ଛେନା ଆଳୁ ତରକାରୀ ଖାଇବାକୁ ପସନ୍ଦ କରନ୍ତି ଜନସାଧାରଣ ।
ସେହିପରି ଦହିବରା ଆଳୁଦମ ଓ ଠୁଙ୍କା ପୁରୀକୁ ଟକ୍କର ଦେଉଛି ବିଭିନ୍ନ ପ୍ରକାରର ଆମିଷ ଖାଦ୍ୟ। ଆମିଷ ଖାଦ୍ୟ ଦୋକାନରେ ଜମୁଛି ଲୋକଙ୍କ ଭିଡ଼ । ଖାସକରି ଶୁକ୍ରବାର ଦିନ ଆମିଷ ଖାଇବା ପାଇଁ ଷ୍ଟଲ ଆଗରେ ଜମା ହୋଇଥିଲେ ଲୋକେ। ବିଭିନ୍ନ ଜିଲ୍ଲାରୁ ଆସିଥିବା ଖାଦ୍ୟ ଯେପରି ବାଲେଶ୍ୱର ପ୍ରସିଦ୍ଧ ମୁଢି ମଟନ, ଚକୁଳି ଚିକେନ, ମଟନ ଓ କଙ୍କଡା, ପତ୍ରପୋଡ଼ା ମଟନ, ବାମ୍ବୁ ମଟନ ଓ ଚିକେନ ସହିତ ବିଭିନ୍ନ ଚଟ ପଟା ଆମିଷ ସୁସ୍ୱାଦ ଖାଦ୍ୟ ଖାଇଲେ ଲୋକେ । ଗ୍ରାହକଙ୍କ ରୁଚି ଅନୁସାରେ ସେମାନଙ୍କୁ ଆମିଷ ଖାଦ୍ୟ ଯୋଗାଇ ଦେଉଛନ୍ତି ବ୍ୟବସାୟୀ । ବାଲିଯାତ୍ରା ବୁଲିବା ସହ ଖାଦ୍ୟର ମଜା ନେଉଛନ୍ତି ଜନସାଧାରଣ ।
ବାଲିଯାତ୍ରାରେ ବିଭିନ୍ନ ପ୍ରକାରର ଖାଦ୍ୟ ବିକ୍ରୀ ହେଉଥିବା ବେଳେ ସେପଟେ ଲୋକଙ୍କ ଏବେ ବି ମନ ପସନ୍ଦ ଖାଦ୍ୟ ରହିଛି ଦହିବରା ଆଳୁଦମ, ଠୁଙ୍କା ପୁରି ଓ ଛେନା ତରକାରୀ ଓ ବିଭିନ୍ନ ପ୍ରକାରର ଆମିଷ ଖାଦ୍ୟ। ମନ ଟାଣୁଛି କଟକ ବାଲିଯାତ୍ରା । ମହାନଦୀ ତଟରେ ପଡ଼ିଛି ରାଜ୍ୟର ସର୍ବବୃହତ୍ତମ ମୁକ୍ତାକାଶ ବ୍ୟବସାୟ । ସନ୍ଧ୍ୟା ନଇଁଲେ ଜମୁଛି ଖଚାଖଚ ଭିଡ଼ । ଘର କରଣା ସାମଗ୍ରୀ ଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ ଗୋଟିଏ ସ୍ଥାନରେ ମିଳୁଥିବାରୁ ଲୋକେ ଏହାକୁ ହାତଛଡ଼ା କରୁନାହାନ୍ତି । ଚଟପଟି ଖାଦ୍ୟ ସାଙ୍ଗକୁ ଦେଶ ବିଦେଶର ସାମଗ୍ରୀ ଏଠାରେ ଉପଲବ୍ଧ ହେଉଛି । ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଚଳିତବର୍ଷ ଖୋଲିଛି ଦହିବରା ହାଟ । କଟର ପ୍ରସିଦ୍ଧ ରଘୁ, ବାବୁଲା, ପ୍ରତାପ, ତ୍ରିନାଥଙ୍କ ଭଳି ବଛା ବଛା ବ୍ୟବସାୟଙ୍କୁ ଗୋଟିଏ ସ୍ଥାନରେ ଦେଖି ଗ୍ରାହକ ବି ଖୁସ୍ ।
ଏଥିସହ ପଢ଼ନ୍ତୁ: କଟକ ବାଲିଯାତ୍ରା: ଖାଦ୍ୟ ଯାଞ୍ଚ ପାଇଁ ହୋଇଛି ବଡ ଧରଣର ଚଢାଉ
ମନକୁ ଟିକିଏ ହାଲୁକା କରିବା ଓ ଯାତ୍ରାରେ ବୁଲିବା ମଜା ଲୁଟିବାକୁ ବିଭିନ୍ନ ସ୍ଥାନରୁ ଛୁଟି ଆସିଛନ୍ତି ଲୋକେ । କିଏ ଦୋଳିରେ ବୁଲି ମଜା ନେଉଛି ତ କିଏ ପରିବାର ସହ ମିଶି ଚଟପଟି ଖାଦ୍ୟର ମଜା ଲୁଟୁଛନ୍ତି । ତେବେ ଯାତ୍ରାରେ ଅଧିକ ଭିଡ଼ ଥିବାରୁ ସେମାନଙ୍କ ସୁରକ୍ଷା ନେଇ ସୃଷ୍ଟି ହୋଇଛି ପ୍ରଶ୍ନ । କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିବା ବାଲିଯାତ୍ରା ଆସନ୍ତା ୧୨ ଯାଏଁ ଚାଲିବ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories