Cuttack Bali Yatra 2026 / ନଭେମ୍ବର ୨୪ରୁ ଐତିହାସିକ ବାଲିଯାତ୍ରା, ଉଭୟ ଉପର ଓ ତଳ ପଡ଼ିଆରେ ମେଳା କରିବାକୁ ପ୍ରସ୍ତାବ
·10 mins ago·2 min read

Key Points
ବାଲିଯାତ୍ରାକୁ ନେଇ ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି
ଏଥର ଉପର ଓ ତଳପଡ଼ିଆରେ ହେବ ବାଲିଯାତ୍ରା
ପୂର୍ବବର୍ଷ ଅପେକ୍ଷା ବଢ଼ିବ ପାର୍କିଂ ସ୍ଥାନ
ଏଥର ଉପର ଓ ତଳପଡ଼ିଆରେ ହେବ ବାଲିଯାତ୍ରା
ପୂର୍ବବର୍ଷ ଅପେକ୍ଷା ବଢ଼ିବ ପାର୍କିଂ ସ୍ଥାନ
ନଭେମ୍ବର ୨୪ ତାରିଖରୁ ଡିସେମ୍ବର ୧ ତାରିଖ ଯାଏ କଟକ ଐତିହାସିକ ବାଲିଯାତ୍ରା ଅନୁଷ୍ଠିତ ହେବ । ଏଥର ବାଲିଯାତ୍ରା ଆଠ ଦିନ ଧରି ହେବ ଓ ଉଭୟ ଉପର-ତଳ ପଡିଆରେ କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ଜିଲ୍ଲା ପ୍ରଶାସନ । ବାଲିଯାତ୍ରାକୁ ତିନି ମାସ ଥିବାରୁ ଷ୍ଟଲ ବୁକିଂ, ଉଭୟ ପଡ଼ିଆର ଡିଜାଇନ, ବିପର୍ଯ୍ୟାୟ ମୁକାବିଲା ଓ ଟ୍ରାଫିକ ପରିଚାଳନା ନେଇ ଆଜି ପ୍ରସ୍ତୁତି ବୈଠକରେ ଆଲୋଚନା ହୋଇଛି । ତା ସହ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଲିଉଡ ଓ ଓଲିଉଡ କଳାକାର ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ।
ନଭେମ୍ବର ୨୪ ତାରିଖରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ଐତିହାସିକ ବାଲିଯାତ୍ରା । ଏନେଇ ଆଜି କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥର ବାଲିଯାତ୍ରା ୮ ଦିନ ପାଇଁ ହେବ । ତେବେ ଚଳିତବର୍ଷ ଉପର ଓ ତଳ ବାଲିଯାତ୍ରା ପଡ଼ିଆରେ ମେଳା କରିବାକୁ ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛି ।
ଗତବର୍ଷ ଉପର ପଡ଼ିଆରେ ବାଲିଯାତ୍ରା ନ କରିବାକୁ ନେଇ ଅନେକ ବିବାଦ ହୋଇଥିଲା । ତେଣୁ ଏଥର ଷ୍ଟଲ୍ ବିକ୍ରିକୁ ଆହୁରି ଶୃଙ୍ଖଳିତ କରିବା, ଟ୍ରାଫିକ୍ ପରିଚାଳନା ସମସ୍ୟା ଦୂର କରିବା ନେଇ ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଛି । ଏଥର ବାଲିଯାତ୍ରାକୁ ଆହୁରି ସରସ ସୁନ୍ଦର କରିବାକୁ ଜିଲ୍ଲା ପ୍ରଶାସନ ବିଭିନ୍ନ ବିଭାଗ ସହ ସମନ୍ୱୟ ରଖି କାମ କରିବ ।
ଗତବର୍ଷ ଦୋଳି ଅଟକି ଯିବା ଯୋଗୁଁ ଯେଉଁ ଅଘଟଣ ଘଟିଥିଲା, ତା'ର ପୁନରାବୃତ୍ତି ଯେପରି ନହୁଏ, ସେଥିପାଇଁ ଏକ ସ୍ୱତନ୍ତ୍ର ଟେକ୍ନିକାଲ୍ ଟିମ୍ ଗଠନ କରାଯାଇ ସମସ୍ତ ଦୋଳିର ଯାଞ୍ଚ କରାଯିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories