Videos
|
Odisha

Balianta Murder Case / ବାଲିଅନ୍ତା ଘଟଣାରେ ପୋଲିସ କଡ଼ା ପଦକ୍ଷେପ ନେଉଛି,କେହିବି ଆଇନକୁ ହାତକୁ ନେବା ଉଚିତ୍‌ ନୁହେଁ

Bikash Mohanty
Browse all articles by Bikash Mohanty
·4 months ago·2 min read
ବାଲିଅନ୍ତା ଘଟଣାରେ ପୋଲିସ କଡ଼ା ପଦକ୍ଷେପ ନେଉଛି,କେହିବି ଆଇନକୁ ହାତକୁ ନେବା ଉଚିତ୍‌ ନୁହେଁ
Balianta

Key Points

ବାଲିଅନ୍ତା ହତ୍ୟାକାଣ୍ଡ ଘଟଣା
ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ପ୍ରତିକ୍ରିୟା
ଘଟଣାରେ ପୋଲିସ କଡ଼ା ପଦକ୍ଷେପ ନେଉଛି
ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପତିକ୍ରିୟା
ଆଇନକୁ ହାତକୁ ନେବା ଉଚିତ୍‌ ନୁହେଁ

୦୮/୦୫,ଭୁବନେଶ୍ବର: ବାଲିଅନ୍ତା ଘଟଣାକୁ ନେଇ ଉପ ମୁଖ୍ୟମନ୍ତ୍ରୀ କେଭି ସଂଦେଓଙ୍କ ପ୍ରତିକ୍ରିୟା. ପୋଲିସ ଉପରେ ଡର କମିଯିବା କହିବା ଠିକ୍ ନୁହେଁ । ଅସାମାଜିକ ବ୍ୟକ୍ତିଙ୍କୁ କଠୋର ଭାବରେ ଦମନ କରାଯିବ । ବାଲିଅନ୍ତା ଘଟଣାରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ତଦନ୍ତ କରି ଆକ୍ସନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ପୋଲିସ କଡା କାର୍ଯ୍ୟନୁଷ୍ଠାନ ନେଉଛି । ଦୋଷୀଙ୍କୁ ଛଡ଼ାଯିବ ନାହିଁ ବୋଲି କହିଛନ୍ତି କନକ ବର୍ଦ୍ଧନ ସିଂଦେଓ।

ଆଇନ କୁ ହାତକୁ ନେବା ଉଚିତ ନୁହେଁ। ସରକାର ରେ ଯେଉଁମାନେ ଅଛନ୍ତି ସେମାନଙ୍କ ମୂଳ କାମ ରାଜଧର୍ମ କିପରି ପାଳନ କରିବେ। ଅପରାଧୀ ବାର୍ତିବା ଉଚ୍ଚିତ୍ ନୁହେଁ। ଅପରାଧ ପ୍ରବଣତା ରୋକିବା ପାଇଁ ଆମକୁ ଆହୁରି ଯତ୍ନବାନ ହେବାକୁ ପଡ଼ିବ। ଅପରାଧୀ ଙ୍କୁ ବିରୋଧରେ ଆମେ ସଫଳତାର ସହ କାର୍ଯ୍ୟନୁଷ୍ଠାନ ନେଇଛୁ ବୋଲି କହିଛନ୍ତି ରାଜସ୍ବମନ୍ତ୍ରୀ ସୁରେଶ ପୁଜାରୀ। ଆଇନକୁ ହାତକୁ ନେବା ଭଳି ଘଟଣା ଯେପରି ନଘଟିବ ସେଥିପାଇଁ ସଚେତନତା ଜରୁରୀ। ଅପରାଧିକ ଭିତରେ ଭୟ ରହୁନି , ଭୟ ସଂଚାର କରିବା ଜରୁରୀ। ଅପରାଧ କମାଇବାକୁ ହେଲେ ପୋଲିସ ବିଭାଗରେ କର୍ମଚାରୀ ସଂଖ୍ୟା ବଢିବା ଦରକାର। ଅନ୍ୟ ରାଜ୍ୟ ତୁଳନା ରେ ଆମ ରାଜ୍ୟରେ ପୋଲିସ ସଂଖ୍ୟା କମ୍ ବୋଲି ସୁରେଶ ପୁଜାରୀ କହିଛନ୍ତି।

ପଢନ୍ତୁ ଏହି ଖବର: ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା ମାମଲାରେ ୫ ଗିରଫ, ବାଲିଅନ୍ତା ଯାଇ ୨ ଯୁବତୀଙ୍କୁ ଭେଟିବେ ମହିଳା କମିଶନର

ଗତକାଲି ରାଜଧାନୀ ଭୁବନେଶ୍ବର ଉପକଣ୍ଠରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବାଲିଅନ୍ତାରେ ବର୍ବରତାର ସବୁ ସୀମା ଟପିଲା। ସୌମ୍ୟ ରଞ୍ଜନ ସ୍ୱାଇଁ ନାମକ ଜଣେ ଯୁବକଙ୍କୁ ପିଟି ପିଟି ମାରି ଦେଇଛନ୍ତି । ଏହି ଘଟଣା ଦେଖିବାକୁ ମିଳିଛି ବାଲିଅନ୍ତା ଥାନା ରାମଚନ୍ଦ୍ରପୁର ବ୍ରିଜ୍ ଉପରେ । ସୂଚନା ରାମଚନ୍ଦ୍ରପୁର ବ୍ରିଜ୍‌ ଯାଉଥିବା ୨ ଯୁବତୀଙ୍କୁ ୨ ଜଣ ଯୁବକ ପ୍ରଥମେ ଅସଦାଚରଣ କରିଥିଲେ । ଆଉ ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ ଦୁଇ ଯୁବକଙ୍କ ହାତ ଗୋଡ଼ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ଲୋକଙ୍କ ମାଡ଼ରେ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କ ମୃତ୍ୟୁ ଘଟିଛି। ଏହି ହତ୍ୟା ମାମଲାରେ ୫ଜଣ ଅଭିଯୁକ୍ତ ଗିରଫ କରିଛି କମିଶନରେଟ ପୋଲିସ। ଭାଇରାଲ ଭିଡିଓକୁ ଆଧାର କରି ଅଭିଯୁକ୍ତଙ୍କୁ ଉଠାଇ ନେଲା ପୋଲିସ। ଘଟଣାସ୍ଥଳକୁ ଯାଇ ପୋଲିସ ଡିଜି ଓ୍ବାଇବି ଖୁରାନିଆ ତଦନ୍ତ କରିଫେରିଛନ୍ତି। ଘଟଣା ସ୍ଥଳକୁ ଯାଇ ତଦନ୍ତ ପରେ ଲୋକ ସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସହ ଆଲୋଚନା କରିଛନ୍ତି। ଘଟଣାରେ 5 ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଅପରାଧୀ ମାନଙ୍କୁ ଚିହ୍ନଟ କରାଯାଇଛି। ଆଇନକୁ ହାତକୁ ନେବା ଆପରାଧ।  ଯେଉଁ ମାନେ ବି ଦୋଷୀ ସମସ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ ଡିଜି ଓ୍ବାଇବି ଖୁରାନିଆ କହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଏହାସହ ପୀଡ଼ିତା ଓ ତାଙ୍କ ସାଙ୍ଗଙ୍କ ବୟାନ ରେକର୍ଡ କରିଛନ୍ତି। ଦୁଇ ପୀଡ଼ିତା ସୁସ୍ଥ ଅଛନ୍ତି, ନିରପେକ୍ଷ ତଦନ୍ତ ହେବ। ତଦନ୍ତ ରିପୋର୍ଟ ଖୁବଶୀଘ୍ର ପ୍ରଦାନ କରିବୁ ବୋଲି ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି କହିଛନ୍ତି।
Balianta Murder Case | Police Take Strict Action in Balianta Incident, Warn Against Taking Law Into Hands | Argus News