Crime Branch Enquiry / ସୌମ୍ୟ ହତ୍ୟାକାଣ୍ଡ ମାମଲାରେ ବାଲିଅନ୍ତା ଥାନାରୁ କ୍ରାଇମ ସ୍ପଟ ଯାଏଁ ଚାଲିଛି ଖୋଳତାଡ଼,ସୌମ୍ୟଙ୍କ ଘର ଓ ପୀଡ଼ିତାଙ୍କ ଘରେ କ୍ରାଇମବ୍ରାଞ୍ଚର ଛାନଭିନ୍
·4 months ago·3 min read

Key Points
ବାଲିଅନ୍ତା ସୌମ୍ୟ ହତ୍ୟାକାଣ୍ଡ ମାମଲା
କ୍ରାଇମ୍ବ୍ରାଞ୍ଚ ଖୋଲିବ ହତ୍ୟାର ଗୁମର
ସୌମ୍ୟଙ୍କ ଘର ଓ ପୀଡ଼ିତାଙ୍କ ଘରେ କ୍ରାଇମବ୍ରାଞ୍ଚର ଛାନଭିନ୍

ଭୁବନେଶ୍ବର,୧୧/୦୫: ବାଲିଅନ୍ତା ସୌମ୍ୟ ମର୍ଡର ମାମଲା । ଖୋଳତାଡ଼ ଚଳାଇଛନ୍ତି କ୍ରାଇମବ୍ରାଞ୍ଚର ୧୦ ଜଣିଆ ଦୁଇଟି ଟିମ୍ । ଗତକାଲି ପ୍ରଥମ ଦିନରେ ବାଲିଅନ୍ତା ଥାନା, କ୍ରାଇମ୍ ସ୍ପଟ ଯାଏଁ ତନାଘନା କରିଥିଲା କ୍ରାଇମବ୍ରାଞ୍ଚ । ତା ସହ ମୃତ ସୌମ୍ୟଙ୍କ ଘରେ, ସୌମ୍ୟଙ୍କ ସାଙ୍ଗ ଓମ୍ଙ୍କ ଘରେ ଏବଂ ପୀଡ଼ିତାଙ୍କ ଘରେ ଛାନଭିନ୍ କରିଛି କ୍ରାଇମ୍ବ୍ରାଞ୍ଚ ଟିମ୍ ।
କ୍ରାଇମବ୍ରାଞ୍ଚ ଟିମ୍ ବାଲିଅନ୍ତା ଥାନାର ତଦନ୍ତ ଅଧିକାରୀଙ୍କଠାରୁ ସମସ୍ତ ରିପୋର୍ଟକୁ ନେଇ ରାମଚନ୍ଦ୍ରପୁର କାଜକୁ ଯାଇ ସେଠାରେ ତନାଘନା କରିଥିଲା । ସ୍ପଟ୍ର ଭିଡିଓଗ୍ରାଫି କରିବା ସହିତ ପାଖରେ ଥିବା ଏକ ନିର୍ମାଣାଧୀନ କୋଠାକୁ ଯାଇ ସେଠାରେ କାର୍ଯ୍ୟରତ ଶ୍ରମିକମାନଙ୍କ ସହିତ ଘଟଣା ବାବଦରେ ପଚାରି ବୁଝିଥିଲେ। ବାଉଁଶ କେଉଁଠାରୁ ଆସିଲା ଓ ହାତଗୋଡ଼ ବନ୍ଧା ଦଉଡି଼ କେଉଁଠାରୁ ଆସିଲା ଏହାକୁ ନେଇ ଏହାର ତନାଘନା କରାଯାଇଥିଲା । ପରେ ସେଠାରେ ଥିବା ଅନ୍ୟ ବାଉଁଶଗୁଡ଼ିକର ଯାଞ୍ଚ କରାଯାଇଥିଲା ।
ସୌମ୍ୟରଞ୍ଜନ ସ୍ବାଇଁ ହତ୍ୟା ମାମଲାର ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। ହତ୍ୟା ଘଟଣା ଟିକିନିକି ତଦନ୍ତ ନେଇ ୨ଟି ଟିମ୍ ଗଠନ କରାଯାଇଛି। ଗୋଟିଏ ଟିମ୍ ଆଜି ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲା। ଅପରାହ୍ନ ପାଖାପାଞ୍ଜି ୨ଟା ସମୟରେ କ୍ରାଇବବ୍ରାଞ୍ଚର ଏକ ସ୍ବତନ୍ତ୍ର ଟିମ୍ ସିଧାସଳଖ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଆଉଟ୍ଡୋର୍ରେ ପହଞ୍ଚିଥିଲେ। ଆଉଟ୍ଡୋର୍ ଚିକିତ୍ସା ଦାୟିତ୍ଵରେ ଥିବା ଅଧିକାରୀଙ୍କୁ ସେଦିନ କେଉଁ ଡାକ୍ତର ଚିକିତ୍ସା ଦାୟିତ୍ବରେ ଥିଲେ ସେ ସଂପର୍କରେ ପଚାରି ବୁଝିଥିଲେ। ଆଉଟ୍ଡୋର୍ ରେଜିଷ୍ଟର୍ରେ ସୌମ୍ୟରଞ୍ଜନଙ୍କ ନାମ ଏବଂ କେଉଁ ସମୟରେ ଚିକିତ୍ସା ପାଇଁ ଆଡ୍ମିଟ୍ ହୋଇଥିଲେ କେଉଁ ବେଡ୍ରେ ତାଙ୍କୁ ଚିକିତ୍ସା କରାଯାଇଥିଲା ତାହା ଯାଞ୍ଚ କରିଥିଲେ। ଦାୟିତ୍ଵରେ ଥିବା ଡାକ୍ତରଙ୍କ ମୋବାଇଲ ଫୋନକୁ ଯୋଗାଯୋଗ କରି ସୌମ୍ୟରଞ୍ଜନଙ୍କୁ କେତେ ଜଣ ନେଇକି ଆସିଥିଲେ, ପୁଲିସ ଆସିଥିଲା କି ନାହିଁ, କେଉଁ ଗାଡ଼ିରେ ତାଙ୍କୁ ଅଣାଯାଇଥିଲା, କେତେ ସମୟ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ ସେ ସମ୍ପର୍କରେ ତନାଘନା କରିଛି କ୍ରାଇମବ୍ରାଞ୍ଚ।
ପଢନ୍ତୁ ଏହି ଖବର: ଶିଶୁ ଅପରାଧ କ୍ଷେତ୍ରରେ ଚାର୍ଜସିଟ୍ ଦାଖଲରେ ସବୁଠୁ ପଛରେ ଓଡ଼ିଶା: NCRB

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପ୍ରାୟ ଏକ ଘଣ୍ଟା ଧରି ତନାଘନା କରିବା ପରେ କ୍ରାଇମବ୍ରାଞ୍ଚ ଟିମ୍ ସେଠାରୁ ଅଡ଼ସପୁର ଯାଇ ତଦନ୍ତ ସାରି ପୁଣି ଭୁବନେଶ୍ଵର ଫେରିଥିଲେ । ସେମାନେ ଦୁଇ ପୀଡ଼ିତାଙ୍କ ଘରକୁ ଯାଇ ପଚରାଉଚରା କରିବା ସହିତ ସେମାନଙ୍କର ବୟାନ ରେକର୍ଡ କରିଥିବା ଜଣାପଡ଼ିଛି। ଏହା ସହିତ ତଦନ୍ତକୁ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ଶେଷ କରିବାକୁ କ୍ରାଇମବ୍ରାଞ୍ଚ ଏସ୍ପି ଅନିରୁଦ୍ଧ ରାଉତରାୟ କହିଛନ୍ତି। ସୌମ୍ୟଙ୍କ ପୋଷ୍ଟମର୍ଟମ ରିପୋର୍ଟ ଓ ୟୁରିନ୍, ବ୍ଲଡ୍ ଆଦି ସାମ୍ପୁଲ୍ର ଫୋରେନ୍ସିକ ରିପୋର୍ଟ ଆସିଛି। ସୌମ୍ୟଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗି ବ୍ଲଡ୍ କୁଟିଂ ହୋଇଯାଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି। ମାତ୍ର ଫରେନ୍ସିକ୍ ଲାବ୍ରୁ ଆସିଥିବା ନମୁନା ପରୀକ୍ଷଣ ରିପୋର୍ଟରେ କ'ଣ ରହିଛି, ତାହାକୁ ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ଫୋରେନ୍ସିକ୍ ରିପୋର୍ଟରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଥିବା ଚର୍ଚ୍ଚା ହେଉଛି।
ଏହାରି ମଧ୍ୟରେ ପୋଲିସ ଡିଜିଙ୍କୁ ଭେଟିଛନ୍ତି କ୍ରାଇମ୍ ବ୍ରାଞ୍ଚ ଡିଜି, ଆଇନ ଶୃଙ୍ଖଳା ଡିଜି ଏବଂ କ୍ରାଇମ୍ ବ୍ରାଞ୍ଚ ଆଇଜି ଏବଂ ବାଲିଅନ୍ତା ଥାନା ଭିଡ଼ ହତ୍ୟା ଘଟଣାକୁ ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଛନ୍ତି। ଏହି ସମୟରେ ପ୍ରଥମ ଦିନରେ ହୋଇଥିବା ତଦନ୍ତ ରିପୋର୍ଟ ଉପରେ ଆଲୋଚନା କରାଯାଇଛି। ଆଜି ସୌମ୍ୟଙ୍କ ପୋଷ୍ଟ ମର୍ଟମ୍ ରିପୋର୍ଟ କ୍ରାଇମ ବ୍ରାଞ୍ଚ ନିଜ ହାତକୁ ନେବ।
ସେପଟେ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର ଏସ ଦେବଦତ୍ତ ସିଂହ। ସେ କହିଛନ୍ତି, ସୌମ୍ୟଙ୍କ ପୋଷ୍ଟ ମୋର୍ଟମ ରିପୋର୍ଟ ଆସିଛି। ଏବେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଛି। ବାଲିଅନ୍ତା ଘଟଣା ସମୟରେ ଦୁଇଟି ଟିମ୍ ଠିକ୍ ସମୟରେ ଘଟଣା ସ୍ଥଳକୁ ଯାଇଥିଲେ। କିନ୍ତୁ ସେମାନେ ଭିଡ଼ ନିୟନ୍ତ୍ରଣ କରିପାରିନାହାନ୍ତି। ତେଣୁ ସେମାନଙ୍କ ବିରୋଧରେ କାର୍ଯ୍ୟଅନୁଷ୍ଠାନ ନିଆଯାଇଛି। ଦୁର୍ଘଟଣା ହେଉ କିମ୍ବା ଅନ୍ୟ ସ୍ଥିତି, ଲୋକେ ଆଇନକୁ ହାତକୁ ନିଅନ୍ତୁ ନାହିଁ ବୋଲି ଅପିଲ କରିଛନ୍ତି ପୋଲିସ

Related Topics
Explore more stories