Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଶିଶୁ ଅପରାଧ କ୍ଷେତ୍ରରେ ଚାର୍ଜସିଟ୍ ଦାଖଲରେ ସବୁଠୁ ପଛରେ ଓଡ଼ିଶା: NCRB

Odisha

Shocking NCRB Data / ଶିଶୁ ଅପରାଧ କ୍ଷେତ୍ରରେ ଚାର୍ଜସିଟ୍ ଦାଖଲରେ ସବୁଠୁ ପଛରେ ଓଡ଼ିଶା: NCRB

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଶିଶୁ ଅପରାଧ କ୍ଷେତ୍ରରେ ଚାର୍ଜସିଟ୍ ଦାଖଲରେ ସବୁଠୁ ପଛରେ ଓଡ଼ିଶା: NCRB
Odisha No.1 in Child Kidnapping Rate

Key Points

NCRBର ୨୦୨୪ ରିପୋର୍ଟରେ ଓଡ଼ିଶାକୁ ନେଇ ଆସିଛି ଉଦବେଗ ଜନକ ତଥ୍ୟ । ଶିଶୁ ଅପରାଧ ମାମଲାରେ ଚାର୍ଜସିଟ୍ ଦାଖଲ ଏବଂ ଅପରାଧୀଙ୍କୁ ଦଣ୍ଡବିଧାନ କ୍ଷେତ୍ରରେ ଓଡ଼ିଶା ଦେଶର ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ବହୁ ପଛରେ ରହିଛି ।
ଭୁବନେଶ୍ଵର: ଓଡ଼ିଶାରେ ଶିଶୁଙ୍କ ସୁରକ୍ଷାକୁ ନେଇ ସୃଷ୍ଟି ହୋଇଛି ବଡ଼ ପ୍ରଶ୍ନବାଚୀ । ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ବା NCRBର ୨୦୨୪ ରିପୋର୍ଟରେ ଓଡ଼ିଶାକୁ ନେଇ ଆସିଛି ଉଦବେଗ ଜନକ ତଥ୍ୟ । ଶିଶୁ ଅପରାଧ ମାମଲାରେ ଚାର୍ଜସିଟ୍ ଦାଖଲ ଏବଂ ଅପରାଧୀଙ୍କୁ ଦଣ୍ଡବିଧାନ କ୍ଷେତ୍ରରେ ଓଡ଼ିଶା ଦେଶର ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ବହୁ ପଛରେ ରହିଛି ।

ଅନ୍ୟପଟେ ଶିଶୁ ଅପହରଣ ମାମଲାରେ ଓଡ଼ିଶା ଦେଶରେ ଏକ ନମ୍ବର ସ୍ଥାନରେ ରହିବା ସମସ୍ତଙ୍କୁ ଚକିତ କରିଛି । ତେବେ ଏହି ସ୍ଥିତିରେ ସୁଧାର ଆସିଥିବା ଦାବି କରିଛନ୍ତି ରାଜ୍ୟ ସରକାର । ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ NCRBର 2024 ମସିହା ରିପୋର୍ଟରେ ଓଡ଼ିଶାରେ ଶିଶୁ ଅପରାଧ ନେଇ ଯେଉଁ ତଥ୍ୟା ସାମ୍ନାକୁ ଆସିଛି ତାହ ଅତ୍ୟନ୍ତ ଉଦବେଗ ଜନକ ।

ଏଥିସହ ପଢ଼ନ୍ତୁ: ବାଲିଅନ୍ତା ପିଟି ପିଟି ହତ୍ୟା ଘଟଣାରେ ବଡ଼ ଆକ୍ସନ; ୪ ପୋଲିସ ସସପେଣ୍ଡ୍ 

ଶିଶୁ ଅପରାଧ ସମ୍ପର୍କିତ ମାମଲାଗୁଡ଼ିକର ତଦନ୍ତ ଓ ଦୋଷୀଙ୍କୁ ଦଣ୍ଡ ମିଳିବା କ୍ଷେତ୍ରରେ ଓଡ଼ିଶାର ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ରହିଛି । ଶିଶୁ ଅପରାଧ ମାମଲାଗୁଡ଼ିକର ଚାର୍ଜସିଟ୍ ଦାଖଲ କ୍ଷେତ୍ରରେ ଓଡ଼ିଶା ଦେଶରେ ସବୁଠାରୁ ପଛରେ ରହିଛି। ଓଡ଼ିଶାରେ ଚାର୍ଜସିଟ୍ ଦାଖଲ ହାର ୨୦୨୪ରେ ଥିଲା ମାତ୍ର ୩୫.୫ ପ୍ରତିଶତ ।

ଯେତେବେଳେ କି ଚାର୍ଜସିଟ୍ ଦାଖଲ କ୍ଷେତ୍ରରେ ଜାତୀୟ ହାର ହେଉଛି ୬୨.୭ ପ୍ରତିଶତ । ସେହପିର ଶିଶୁ ଅପରାଧରେ ଦଣ୍ଡବିଧାନ କ୍ଷେତ୍ରରେ ବି ଓଡ଼ିଶାର ସ୍ଥିତି ଅତି ସାଂଘାତିକ । ମାତ୍ର ୧୧ ପ୍ରତିଶତ ମାମଲାରେ ହିଁ ଅପରାଧୀଙ୍କୁ ଦଣ୍ଡ ମିଳିପାରୁଛି । ୨୦୨୪ରେ ଶିଶୁ ଅପରାଧର ଦଣ୍ଡ ବିଧାନରେ ଜାତୀୟ ହାର ଥିଲା ୩୪.୧ ପ୍ରତିଶତ ।

ସେହିପରି ଏହି ବର୍ଷ ପ୍ରାୟ ୯୨.୨ ପ୍ରତିଶତ ମାମଲା ଅଦାଲତ ଗୁଡ଼ିକରେ ପେଣ୍ଡିଂ ରହିଥିବା ଏନସିଆରବି ରିପୋର୍ଟରେ ସାମ୍ନାକୁ ଆସିଛି । ତେବେ ୨୦୨୪ ତୁଳନାରେ ଦଣ୍ଡବିଧାନ ହାରରେ ଯଥେଷ୍ଟ ବୃଦ୍ଧି ଘଟିଥିବା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ।

NCRB ରିପୋର୍ଟ ଅନୁସାରେ ଶିଶୁଙ୍କ ଅପହରଣ କ୍ଷେତ୍ରରେ ବି ଓଡ଼ିଶା ୨୦୨୪ରେ ବଡ଼ ଅପବାଦ ମୁଣ୍ଡାଇଛି। ଶିଶୁ ଅପହରଣ ହାରରେ ଦେଶରେ ଏକ ନମ୍ବର ରାଜ୍ୟ ପାଲଟିଥିଲା ଓଡ଼ିଶା । ଏହି ବର୍ଷ ୬, ୮୧୫ଟି ଶିଶୁ ଅପହରଣ ମାମଲା ଓଡ଼ିଶାରେ ପଞ୍ଜିକୃତ ହୋଇଥିବା ବେଳେ ଅପହରଣ ହାର ଥିଲା ୪୭.୩ ପ୍ରତିଶତ ।

ଏଥିସହ ପଢ଼ନ୍ତୁ: ରାୟଗଡ଼ାରେ ଯୁବକଙ୍କୁ ଅପହରଣ ପରେ ଗୁଳି ଫୁଟାଇ ହତ୍ୟା

ଯେତେବେଳେ କି ଜାତୀୟ ହାର ଥିଲା ମାତ୍ର ୧୬ ପ୍ରତିଶତ । ଶିଶୁଙ୍କ କ୍ଷେତ୍ରରେ ଏପରି ଅପରାଧରେ ଅଙ୍କୁଶ ଲଗାଇବା ପାଇଁ ସଚେତନତା ସହ ଶିକ୍ଷାର ପ୍ରସାର ଉପରେ ଗୁରୁତ୍ଵ ଦେଇଛନ୍ତି ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ।

2024ରେ ରାଜ୍ୟରେ ସରକାର ବଦଳିବା ପରେ ଶିଶୁ ଅପରାଧ କ୍ଷେତ୍ରରେ ଦୋଷୀଙ୍କୁ ଦଣ୍ଡ ମିଳିବା ସହ ମାମଲାଗୁଡ଼ିକର ଶୀଘ୍ର ତଦନ୍ତ କରି ଚାର୍ଜସିଟ୍ ଦାଖଲ କ୍ଷେତ୍ରରେ ଗୁରୁତ୍ବ ଦିଆଯାଉଥିବା ଦାବି କରିଛନ୍ତି ରାଜ୍ୟ ସରକାର ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Lowest in Child Crime Chargesheet Filing: NCRB Report | Argus News | Argus News