Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ନୂଆ ମୋଡ଼,NHRCରେ ଦାଖଲ ଅଭିଯୋଗ ଆଧାରରେ ତଦନ୍ତ ନିର୍ଦ୍ଦେଶ, ବରିଷ୍ଠ IPSଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ

Odisha

Balianta Soumya murder case / ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ନୂଆ ମୋଡ଼,NHRCରେ ଦାଖଲ ଅଭିଯୋଗ ଆଧାରରେ ତଦନ୍ତ ନିର୍ଦ୍ଦେଶ, ବରିଷ୍ଠ IPSଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ

Bikash Mohanty
Browse all articles by Bikash Mohanty
·3 hours ago·3 min read
ବାଲିଅନ୍ତା  ସୌମ୍ୟ ହତ୍ୟା ମାମଲାରେ ନୂଆ ମୋଡ଼,NHRCରେ ଦାଖଲ ଅଭିଯୋଗ ଆଧାରରେ ତଦନ୍ତ ନିର୍ଦ୍ଦେଶ, ବରିଷ୍ଠ IPSଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ
Dayal Gangwar

Key Points

ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାର ନୂଆ ମୋଡ଼
ବରିଷ୍ଠ IPSଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ
NHRCରେ ଦାଖଲ ଅଭିଯୋଗ ଆଧାରରେ ତଦନ୍ତ ନିର୍ଦ୍ଦେଶ
ଅଭିଯୋଗର ତଦନ୍ତ ପାଇଁ ସିଆଇଡି-କ୍ରାଇମବ୍ରାଞ୍ଚ ପକ୍ଷରୁ ଚିଠି ଜାରି

ଭୁବନେଶ୍ବର ୦୭/୦୬: ବାଲିଅନ୍ତା ଭିଡ଼ ଭିତରେ GRP କନେଷ୍ଟବଳ ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟା ମାମଲାକୁ ନେଇ ନୂଆ ମୋଡ଼। ଏନଏଚଆରସିରେ ଦାଖଲ ଅଭିଯୋଗ ଆଧାରରେ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ପାଇଁ ସିଆଇଡି-କ୍ରାଇମବ୍ରାଞ୍ଚ ପକ୍ଷରୁ ଚିଠି ଜାରି ହୋଇଛି । ଏନଏଚଆରସିରେ ଦାଖଲ ହୋଇଥିବା ଅଭିଯୋଗରେ ମୃତ କନଷ୍ଟେବଳ ସୌମ୍ୟଙ୍କୁ ବରିଷ୍ଠ ଆଇପିଏସ ଅଧିକାରୀ ଘରୋଇ କାମରେ ଅବୈଧ ଭାବେ ନିୟୋଜିତ କରିଥିବା ଅଭିଯୋଗ ଉଠିଛି। ଏହି ଅଭିଯୋଗର ସତ୍ୟତା ଯାଞ୍ଚ ପାଇଁ ରେଲୱେ ଓ କୋଷ୍ଟାଲ ସିକ୍ୟୁରିଟି ଏଡିଜିଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଛି ।

ଏପଟେ ସୌମ୍ୟ ରଞ୍ଜନ ସ୍ୱାଇଁ ମୃତ୍ୟୁ ଘଟଣାରେ ଏନଏଚଆରସି ଓ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଛି । ଘଟଣାକୁ ନେଇ ଅନେକ ପ୍ରଶ୍ନ ଉଠୁଥିବା ବେଳେ ଏହି ନୂଆ ଅଭିଯୋଗ ମାମଲାକୁ ଆହୁରି ଗୁରୁତ୍ୱ ବଢ଼ାଇଛି । ମୃତ ସୌମ୍ୟଙ୍କ ମାଆ ପୂର୍ବରୁ ADG ଦୟାଲ ଗଙ୍ଗୱାରଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ । ସୌମ୍ୟ ADGଙ୍କ ଘରକୁ ପ୍ରତିଦିନ ଯାଉଥିଲେ । ADGଙ୍କ ସେବା କରୁଥିଲେ, ମାଲିସ କରୁଥିଲେ । ତାଙ୍କ ଜିମରେ କାମ କରାଉଥିଲେ । ଯେଉଁଥିପାଇଁ ସୌମ୍ୟଙ୍କ ହାତରେ ଆଘାତ ଲାଗିଥିଲା । ସୌମ୍ୟ ମାନସିକ ସ୍ତରରେ ନିର୍ଯାତନା ପାଉଥିବା ନେଇ ଅଭିଯୋଗ ହୋଇଥିଲା

ପଢନ୍ତୁ ଏହି ଖବର: ଅର୍ଗସ ହାତରେ ସୌମ୍ୟ-ଓମ୍ ବିବାଦର ସାଂଘାତିକ ପ୍ରମାଣ; କୁଆଡ଼େ ଗଲା ସୌମ୍ୟଙ୍କ ମୋବାଇଲ୍ ?

ପୁର୍ବରୁ ସୌମ୍ୟ ହତ୍ୟା ମାମଲାର ୫ ଦିନିଆ ମାରାଥନ ତଦନ୍ତ ସରିଛି। । ADGଙ୍କ ସମେତ ୩୦ରୁ ଅଧିକ ଜଣଙ୍କୁ ପଚରାଉଚରା କରିଛି ଏନଏଚଆରସି, ଅର୍ଗସ୍ ନ୍ୟୁଜ୍ ହାତରେ ସୌମ୍ୟ-ଓମ୍ ବିବାଦର ଏକ୍ସକ୍ଲୁସିଭ୍ ହ୍ଵାଟ୍ସଆପ୍ ଚାଟ୍ ଲାଗିଥିଲା। ସୌମ୍ୟଙ୍କ ପରିବାରର ପ୍ରଶ୍ନ, :କୁଆଡ଼େ ଗଲା ପୁଅର ମୋବାଇଲ୍, କ୍ରାଇମବ୍ରାଞ୍ଚ କାହିଁକି ଲଗାଉନି ଭିଡ଼ ହିଂସା ଦଫା ।"
କାହିଁକି ସୌମ୍ୟଙ୍କୁ ନିଜ ଘରକୁ ଡାକୁଥିଲେ ADG ? କାହିଁକି ସୌମ୍ୟଙ୍କୁ ମାଲିସ୍ କରିବାକୁ କହୁଥିଲେ ? ସତ୍ୟବିହାର ଜିମ୍ ସହ ADG ଦୟାଲ ଗଙ୍ଗୱାରଙ୍କ ସମ୍ପୃକ୍ତି କଣ ? ଏମିତି ତମାମ୍ ପ୍ରଶ୍ନକୁ ନେଇ ଏନଏଚଆରସି ଟିମ ADGଙ୍କୁ ଜେରା କରିଥିଲା। ସୌମ୍ୟ ହତ୍ୟା ଘଟଣାରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଡିତ ଥିବା ୩୦ରୁ ଅଧିକ ଲୋକଙ୍କୁ ଜେରା କରିସାରିଛି ଟିମ ।

ପଞ୍ଚମ ଦିନରେ ସୌମ୍ୟଙ୍କ ସାଙ୍ଗ ଓମ୍, ଦୁଇଜଣ ଯୁବତୀ, ୧୦୮ ଆମ୍ବୁଲାନ୍ସ ଡ୍ରାଇଭର, ଟ୍ରକ ଡ୍ରାଇଭର, GRPର ସମସ୍ତ ଅଧିକାରୀ, ସୌମ୍ୟଙ୍କ ବାନ୍ଧବୀ, ନିଲମ୍ବିତ ପୋଲିସ କର୍ମଚାରୀ, ପୋଷ୍ଟମର୍ଟମ କରିଥିବା ଡାକ୍ତରଙ୍କୁ ଡାକି ଜେରା କରିଥିଲା ଏନଏଚଆରସି ଟିମ୍ ।

ସେପଟେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ସୌମ୍ୟଙ୍କ ବାନ୍ଧିବୀଙ୍କ ଅଡିଓରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ସୌମ୍ୟ ଓ ଓମ୍ ବିବାଦକୁ ନେଇ ବାନ୍ଧବୀ ମୁହଁ ଖୋଲିଛନ୍ତି । ଅର୍ଗସ୍ ନ୍ୟୁଜ୍ ହାତରେ ଲାଗିଛି ସୌମ୍ୟ ଓ ଓମ୍‌ଙ୍କ ଚାଟ ।

ଗତ ନଭେମ୍ବର ମାସରୁ ଓମ୍ ଓ ସୌମ୍ୟଙ୍କ ମଧ୍ୟରେ ବିବାଦକୁ ନେଇ ହ୍ଵାଟ୍ସଆପ ଚାଟରେ ଉଲ୍ଲେଖ ରହିଛି । ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ସତ୍ୟବିହାର ଜିମ୍କୁ ନେଇ ଉଭୟଙ୍କ ଭିତରେ ବିବାଦ ସୃଷ୍ଟି ହୋଇଥିଲା । ଯେଉଁଥିପାଇଁ ଅଡ଼ଶପୁର ଜିମ୍‌କୁ ଓମ୍‌କୁ ନ ଆସିବା ପାଇଁ ନିଜ ବାନ୍ଧବୀଙ୍କ ଜରିଆରେ କହିଥିଲେ ସୌମ୍ୟ ।

ଏହି ଅଡିଓ ଭାଇରାଲ୍ ହେବା ପରେ ଓମ୍‌ର ଭୂମିକାକୁ ନେଇ ଉଠିଛି ଅନେକ ପ୍ରଶ୍ନ । ଓମ୍‌ର କଲ ସିଡିଆର୍ ଯାଞ୍ଚ କରିବାକୁ ପରିବାର ଲୋକେ ଦାବି କରିଥିଲେ।

ମେ ୭ରେ ଓମ୍ କାହା କାହା ସହ କଥା ହୋଇଛନ୍ତି ?
ଏକାଧିକ ଥର କାହା ସହ କଥା ହୋଇଥିଲେ ?
ଅଧିକ ସମୟ ଓମ୍ କାହା ସହ କଥା ହୋଇଛନ୍ତି ?

ଏସବୁ ଖୋଳତାଡ଼ କଲେ ସତ ସାମ୍ନାକୁ ଆସିବ ବୋଲି ଚର୍ଚ୍ଚା ହେଉଛି । ସେପଟେ କ୍ରାଇମବ୍ରାଞ୍ଚର ତଦନ୍ତକୁ ନେଇ ପ୍ରଶ୍ନ ମଧ୍ୟ ଉଠିଛି । ଖାଲି ଗିରଫଦାରୀରେ କାହିଁକି ସୀମିତ ରହିଯାଇଛି କ୍ରାଇମବ୍ରାଞ୍ଚ । ଭିଡ଼ ହିଂସା ଦଫା କାହିଁକି ଲଗାଉ ନାହିଁ କ୍ରାଇମବ୍ରାଞ୍ଚ ସେନେଇ ସୌମ୍ୟଙ୍କ ମା ବାପା ଅଭିଯୋଗ କରିଛନ୍ତି । ଏବେ ସବୁଠୁ ବଡ଼ ପ୍ରଶ୍ନ କୁଆଡ଼େ ଗଲା ସୌମ୍ୟଙ୍କ ମୋବାଇଲ ? କ୍ରାଇମବ୍ରାଞ୍ଚ କରିବ କି ସୌମ୍ୟଙ୍କ ମୋବାଇଲର କଲ୍ ସିଡିଆର ଯାଞ୍ଚ ?
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Balianta Soumya murder case | Balianta Soumya murder case | Balianta Soumya murder case | Balianta Soumya Murder Case: NHRC Orders Investigation Against Senior IPS Officer | Argus News