Soumya Murder Mystery / ଅର୍ଗସ ହାତରେ ସୌମ୍ୟ-ଓମ୍ ବିବାଦର ସାଂଘାତିକ ପ୍ରମାଣ; କୁଆଡ଼େ ଗଲା ସୌମ୍ୟଙ୍କ ମୋବାଇଲ୍ ?
·2 hours ago·2 min read

Key Points
ଭିଡ଼ ଭିତରେ ସୌମ୍ୟଙ୍କୁ ହତ୍ୟା ଘଟଣା
ସରିଲା NHRC ଟିମ୍ର ୫ ଦିନିଆ ତଦନ୍ତ
ADG ଦୟାଲ ଗଙ୍ଗୱାରଙ୍କୁ ଜେରା
ସରିଲା NHRC ଟିମ୍ର ୫ ଦିନିଆ ତଦନ୍ତ
ADG ଦୟାଲ ଗଙ୍ଗୱାରଙ୍କୁ ଜେରା
ଭୁବନେଶ୍ଵର: ସୌମ୍ୟ ହତ୍ୟା ମାମଲା । NHRC ଜେରା ଜାଲରେ ଦୟାଲ ଗଙ୍ଗୱାର । ସରିଲା ୫ ଦିନିଆ ମାରାଥନ ତଦନ୍ତ । ADGଙ୍କ ସମେତ ୩୦ରୁ ଅଧିକ ଜଣଙ୍କୁ ପଚରାଉଚରା କଲା NHRC । ଅର୍ଗସ୍ ନ୍ୟୁଜ୍ ହାତରେ ସୌମ୍ୟ-ଓମ୍ ବିବାଦର ଏକ୍ସକ୍ଲୁସିଭ୍ ହ୍ଵାଟ୍ସଆପ୍ ଚାଟ୍ ଲାଗିଛି । ସୌମ୍ୟଙ୍କ ପରିବାରର ପ୍ରଶ୍ନ, :କୁଆଡ଼େ ଗଲା ପୁଅର ମୋବାଇଲ୍, କ୍ରାଇମବ୍ରାଞ୍ଚ କାହିଁକି ଲଗାଉନି ଭିଡ଼ ହିଂସା ଦଫା ।"
କାହିଁକି ସୌମ୍ୟଙ୍କୁ ନିଜ ଘରକୁ ଡାକୁଥିଲେ ADG ? କାହିଁକି ସୌମ୍ୟଙ୍କୁ ମାଲିସ୍ କରିବାକୁ କହୁଥିଲେ ? ସତ୍ୟବିହାର ଜିମ୍ ସହ ADG ଦୟାଲ ଗଙ୍ଗୱାରଙ୍କ ସମ୍ପୃକ୍ତି କଣ ? ଏମିତି ତମାମ୍ ପ୍ରଶ୍ନକୁ ନେଇ NHRC ଟିମ ADGଙ୍କୁ ଜେରା କରିଛି । ସୌମ୍ୟ ହତ୍ୟା ଘଟଣାରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଡିତ ଥିବା ୩୦ରୁ ଅଧିକ ଲୋକଙ୍କୁ ଜେରା କରିଛି NHRC ଟିମ ।
ଏଥିସହ ପଢ଼ନ୍ତୁ: ପ୍ରେମ, ବ୍ରେକଅପ୍, ପ୍ରତିଶୋଧ; ପ୍ରେମିକାର ଅଫିସରେ ପଶି ହତ୍ୟା, ଦେଖନ୍ତୁ ଛାତିଥରା ଭିଡିଓ
ପଞ୍ଚମ ଦିନରେ ସୌମ୍ୟଙ୍କ ସାଙ୍ଗ ଓମ୍, ଦୁଇଜଣ ଯୁବତୀ, ୧୦୮ ଆମ୍ବୁଲାନ୍ସ ଡ୍ରାଇଭର, ଟ୍ରକ ଡ୍ରାଇଭର, GRPର ସମସ୍ତ ଅଧିକାରୀ, ସୌମ୍ୟଙ୍କ ବାନ୍ଧବୀ, ନିଲମ୍ବିତ ପୋଲିସ କର୍ମଚାରୀ, ପୋଷ୍ଟମର୍ଟମ କରିଥିବା ଡାକ୍ତରଙ୍କୁ ଡାକି ଜେରା କରିଛନ୍ତି NHRC ଟିମ୍ ।
ସେପଟେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ସୌମ୍ୟଙ୍କ ବାନ୍ଧିବୀଙ୍କ ଅଡିଓରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ସୌମ୍ୟ ଓ ଓମ୍ ବିବାଦକୁ ନେଇ ବାନ୍ଧବୀ ମୁହଁ ଖୋଲିଛନ୍ତି । ଅର୍ଗସ୍ ନ୍ୟୁଜ୍ ହାତରେ ଲାଗିଛି ସୌମ୍ୟ ଓ ଓମ୍ଙ୍କ ଚାଟ ।
ଗତ ନଭେମ୍ବର ମାସରୁ ଓମ୍ ଓ ସୌମ୍ୟଙ୍କ ମଧ୍ୟରେ ବିବାଦକୁ ନେଇ ହ୍ଵାଟ୍ସଆପ ଚାଟରେ ଉଲ୍ଲେଖ ରହିଛି । ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ସତ୍ୟବିହାର ଜିମ୍କୁ ନେଇ ଉଭୟଙ୍କ ଭିତରେ ବିବାଦ ସୃଷ୍ଟି ହୋଇଥିଲା । ଯେଉଁଥିପାଇଁ ଅଡ଼ଶପୁର ଜିମ୍କୁ ଓମ୍କୁ ନ ଆସିବା ପାଇଁ ନିଜ ବାନ୍ଧବୀଙ୍କ ଜରିଆରେ କହିଥିଲେ ସୌମ୍ୟ ।
ଏଥିସହ ପଢ଼ନ୍ତୁ: ସୌମ୍ୟ ହତ୍ୟା ମାମଲା : କେବଳ ଭିଡ଼ ହତ୍ୟା ନା ହତ୍ୟା ପଛରେ ରହିଛି ବଡ଼ ଷଡଯନ୍ତ୍ର ?
ଏହି ଅଡିଓ ଭାଇରାଲ୍ ହେବା ପରେ ଓମ୍ର ଭୂମିକାକୁ ନେଇ ଉଠିଛି ଅନେକ ପ୍ରଶ୍ନ । ଓମ୍ର କଲ ସିଡିଆର୍ ଯାଞ୍ଚ କରିବାକୁ ପରିବାର ଲୋକେ ଦାବି କରିଛନ୍ତି ।
ଏସବୁ ଖୋଳତାଡ଼ କଲେ ସତ ସାମ୍ନାକୁ ଆସିବ ବୋଲି ଚର୍ଚ୍ଚା ହେଉଛି । ସେପଟେ କ୍ରାଇମବ୍ରାଞ୍ଚର ତଦନ୍ତକୁ ନେଇ ପ୍ରଶ୍ନ ମଧ୍ୟ ଉଠିଛି । ଖାଲି ଗିରଫଦାରୀରେ କାହିଁକି ସୀମିତ ରହିଯାଇଛି କ୍ରାଇମବ୍ରାଞ୍ଚ । ଭିଡ଼ ହିଂସା ଦଫା କାହିଁକି ଲଗାଉ ନାହିଁ କ୍ରାଇମବ୍ରାଞ୍ଚ ସେନେଇ ସୌମ୍ୟଙ୍କ ମା ବାପା ଅଭିଯୋଗ କରିଛନ୍ତି । ଏବେ ସବୁଠୁ ବଡ଼ ପ୍ରଶ୍ନ କୁଆଡ଼େ ଗଲା ସୌମ୍ୟଙ୍କ ମୋବାଇଲ ? କ୍ରାଇମବ୍ରାଞ୍ଚ କରିବ କି ସୌମ୍ୟଙ୍କ ମୋବାଇଲର କଲ୍ ସିଡିଆର ଯାଞ୍ଚ ?

- ମେ ୭ରେ ଓମ୍ କାହା କାହା ସହ କଥା ହୋଇଛନ୍ତି ?
- ଏକାଧିକ ଥର କାହା ସହ କଥା ହୋଇଥିଲେ ?
- ଅଧିକ ସମୟ ଓମ୍ କାହା ସହ କଥା ହୋଇଛନ୍ତି ?
ଏସବୁ ଖୋଳତାଡ଼ କଲେ ସତ ସାମ୍ନାକୁ ଆସିବ ବୋଲି ଚର୍ଚ୍ଚା ହେଉଛି । ସେପଟେ କ୍ରାଇମବ୍ରାଞ୍ଚର ତଦନ୍ତକୁ ନେଇ ପ୍ରଶ୍ନ ମଧ୍ୟ ଉଠିଛି । ଖାଲି ଗିରଫଦାରୀରେ କାହିଁକି ସୀମିତ ରହିଯାଇଛି କ୍ରାଇମବ୍ରାଞ୍ଚ । ଭିଡ଼ ହିଂସା ଦଫା କାହିଁକି ଲଗାଉ ନାହିଁ କ୍ରାଇମବ୍ରାଞ୍ଚ ସେନେଇ ସୌମ୍ୟଙ୍କ ମା ବାପା ଅଭିଯୋଗ କରିଛନ୍ତି । ଏବେ ସବୁଠୁ ବଡ଼ ପ୍ରଶ୍ନ କୁଆଡ଼େ ଗଲା ସୌମ୍ୟଙ୍କ ମୋବାଇଲ ? କ୍ରାଇମବ୍ରାଞ୍ଚ କରିବ କି ସୌମ୍ୟଙ୍କ ମୋବାଇଲର କଲ୍ ସିଡିଆର ଯାଞ୍ଚ ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories