Balianta Murder Case / ରହସ୍ୟ ଘେରରେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣା,ସତ ଜାଣିବାକୁ ପୋଲିସର ତନାଘନା
·4 months ago·2 min read

Key Points
ବାଲିଅନ୍ତା ସୌମ୍ୟ ହତ୍ୟାକାଣ୍ଡର ସତ କଣ ?
ପୀଡ଼ିତାଙ୍କ କହିବା କଥା ତାଙ୍କ ସହ ଅସଦାଚରଣ କରାଯାଇଛି
ସୌମ୍ୟଙ୍କ ସାଙ୍ଗଙ୍କ କହିବା କଥା ମିଛ କହୁଛନ୍ତି ଯୁବତୀ

୦୯/୦୫,ଭୁବନେଶ୍ବର: ବାଲିଅନ୍ତା ସୌମ୍ୟ ହତ୍ୟାକାଣ୍ଡର ସତ କଣ ? ପୀଡ଼ିତାଙ୍କ କହିବା କଥା ତାଙ୍କ ସହ ଅସଦାଚରଣ କରାଯାଇଛି। ମାଡ଼ ମରାଯିବା ସହ ତାଙ୍କୁ ଉଠାଇ ନେବାକୁ ମଧ୍ୟ ସାଙ୍ଗକୁ କହୁଥିଲେ ମୃତ ସୌମ୍ୟରଞ୍ଜନ। ପୀଡିତାଙ୍କ ଏଭଳି ସଂଗୀନ ଅଭିଯୋଗ ପରେ ନାନା ପ୍ରଶ୍ନବାଚୀ ଛିଡ଼ା ହେଉଛି। ପୂର୍ବରୁ ଚିହ୍ନାପରିଚୟ ନଥିବା ମଣିଷ ପ୍ରତି କାହିଁକି ଏଭଳି ଆଚରଣ କରୁଥିଲେ ସୌମ୍ୟରଞ୍ଜନ।
ସେପଟେ ମୃତ ସୌମ୍ୟଙ୍କ ସାଙ୍ଗ ଓମଙ୍କ କହିବା କଥା କମେଣ୍ଟ ମାରି ନାହିଁ କି ଦୁଷ୍କର୍ମ କରିବାକୁ ଉଦ୍ୟମ କରିନାହିଁ। ଗଣମାଧ୍ୟମ ଆଗରେ ମିଛ କହୁଛନ୍ତି ଦୁଇ ଯୁବତୀ । ଘଟଣା ଦିନ ମନି ପର୍ସ ଛାଡି ଦେଇଥିବାରୁ ଆଉ ଥରେ ଗାଡି ବୁଲେଇ ଫେରୁଥିଲୁ । ରାମଚନ୍ଦ୍ରପୁର ବ୍ରିଜ ନିକଟରେ ହଠାତ ସୌମ୍ୟର ଫିଡ଼ସ ମାରିଥିଲା । ମୁଁ ବାଇକ ଚଳାଉଥିବାରୁ ମୋ ବେକକୁ ଟାଣି ଧରିଥିଲା ସୌମ୍ୟ । ଭାରସାମ୍ୟ ହରାଇ ବାଇକ ଛାଡି ଦେବାରୁ ଦୁଇ ଯୁବତୀଙ୍କ ସ୍କୁଟିରେ ଧକ୍କା ହୋଇଥିଲା । ଉଭୟ ଗାଡିରୁ ପଡି ଯାଇଥିଲୁ । ଏହି ସମୟରେ ସୌମ୍ୟ ଯୁବତୀଙ୍କ ଉପରକୁ ଝାମ୍ପି ପଡ଼ିଥିଲେ । ଯୁବତୀଙ୍କୁ ମାଡ଼ ମାରିବା ସହ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ । ମୁଁ ଅଟକାଇବାରୁ ମୋତେ ଵି ମାଡ଼ ମାରିଥିଲା ସୌମ୍ୟ । ସୌମ୍ୟ କୌଣସି ଦୁଷ୍କର୍ମ ଉଦ୍ୟମ କରିନଥିଲା।
ପଢନ୍ତୁ ଏହି ଖବର: ବାଲିଅନ୍ତା ଘଟଣାରେ ପୋଲିସ କଡ଼ା ପଦକ୍ଷେପ ନେଉଛି,କେହିବି ଆଇନକୁ ହାତକୁ ନେବା ଉଚିତ୍ ନୁହେଁ
ବାଲିଅନ୍ତାରେ ଜିଆରପି କନଷ୍ଟେବଲ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟି ପିଟି ହତ୍ୟା ଘଟଣାରେ ଉତ୍ତେଜନା ଦେଖା ଦେଇଥିଲା। ଶୁକ୍ରବାର କ୍ରାଇମ ସ୍ପଟରେ ପୋଲିସ ଡିଜି ଓ ମହିଳା କମିଶନ ଅଧ୍ୟକ୍ଷା ପହଞ୍ଚି ଅନୁଧ୍ୟାନ କରିଥିଲେ। ଘଟଣାରେ ଏଯାଏଁ ୫ ଜଣକୁ ଗିରଫ କରାଯାଇଛି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ କମିଶନରେଟ ପୋଲିସ ବିଭିନ୍ନ ସ୍ଥାନରେ ଛାପା ମାରିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଘଟଣାକୁ ନେଇ ଗତକାଲି ପୋଲିସ୍ ମହାନିର୍ଦ୍ଦେଶକଙ୍କ ସହ କଥା ହୋଇଥିଲେ ଏବଂ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ଶୁକ୍ରବାର ସୌମ୍ୟଙ୍କ ମୃତଦେହ ତାଙ୍କ ଗାଁରେ ପହଞ୍ଚିବା ପରେ ସେଠାରେ ଦେଖାଦେଇଥିଲା ତୀବ୍ର ଉତ୍ତେଜନା। ସ୍ଥାନୀୟ ଲୋକେ ପୋଲିସକୁ ଦାୟୀ କରି ରାସ୍ତା ଅବରୋଧ କରିଥିଲେ। ନ୍ୟାୟ ଦାବି କରିଥିଲେ।
ଗାଁ ଶ୍ମସାନରେ ଜଳିଲା ସୌମ୍ୟଙ୍କ ଜୁଇ। ଗତ ଶୁକ୍ରବାର ରାତିରେ ମୃତ ସୌମ୍ୟଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଗାଁ ଶ୍ମଶାନରେ ଶେଷ ହୋଇଛି ସୌମ୍ୟଙ୍କ ଅନ୍ତିମ ସଂସ୍କାର। ସୌମ୍ୟରଞ୍ଜନ ସ୍ୱାଇଁଙ୍କ ଅନ୍ତିମ ସଂସ୍କାର କରିଛନ୍ତି ଗ୍ରାମବାସୀ। ଉତ୍ତେଜନା ଆଶଙ୍କାରେ ଗାଁରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଥିବା ଦେଖିବାକୁ ମିଳିଥିଲା। ଘଟଣା ଉପରେ ଓଲଟପୁର ଓ କଟକ ଗ୍ରାମାଞ୍ଚଳ ପୋଲିସ୍ର ତୀକ୍ଷ୍ଣ ନଜର ରହିଥିବା ବେଳେ ତଦନ୍ତ ପ୍ରକ୍ରିୟା ଜୋରଦାର ହୋଇଛି।

Related Topics
Explore more stories