Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବାଲିଅନ୍ତା ସୌମ୍ୟ ରଞ୍ଜନ ହତ୍ୟା ମାମଲାରେ କାହାରିକୁ ଛଡା ଯିବନି, ସମସ୍ତଙ୍କୁ ଗିରଫ କରାଯିବ

Odisha

Balianta murder case / ବାଲିଅନ୍ତା ସୌମ୍ୟ ରଞ୍ଜନ ହତ୍ୟା ମାମଲାରେ କାହାରିକୁ ଛଡା ଯିବନି, ସମସ୍ତଙ୍କୁ ଗିରଫ କରାଯିବ

Bikash Mohanty
Browse all articles by Bikash Mohanty
·1 day ago·2 min read
ବାଲିଅନ୍ତା ସୌମ୍ୟ ରଞ୍ଜନ ହତ୍ୟା ମାମଲାରେ କାହାରିକୁ ଛଡା ଯିବନି, ସମସ୍ତଙ୍କୁ ଗିରଫ କରାଯିବ
Somyaranjan

Key Points

ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟା ମାମଲା
ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି କ୍ରାଇମବ୍ରାଞ୍ଚ
ଆମ ଟିମ ସଂପୂର୍ଣ୍ଣ ଆକ୍ଟିଭ ଅଛି: କ୍ରାଇମବ୍ରାଞ୍ଚ ଡିଜି
କାହାରିକୁ ଛଡା ଯିବନି, ସମସ୍ତଙ୍କୁ ଗିରଫ କରାଯିବ
କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କ ସୁଚନା
ଭୁବନେଶ୍ବର, ୧୮/୦୫: ବାଲିଅନ୍ତା ଭିଡ଼ ଭିତରେ ସୌମ୍ୟ ରଞ୍ଜନ ସ୍ୱାଇଁ ଙ୍କୁ ହତ୍ୟା ଘଟଣାରେ କାହାରିକୁ ଛଡା ଯିବନି। ସମସ୍ତ ଅଭିଯୁକ୍ତଙ୍କୁ ଚିନ୍ହଟ କରିଛି କ୍ରାଇମବ୍ରାଞ୍ଚ ,ସମସ୍ତ ଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର। ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି, ନିଶ୍ଚିତ ସୌମ୍ୟଙ୍କ ମା ନ୍ୟାୟ ପାଇବେ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି।

ବାଲିଅନ୍ତା ବର୍ବର କାଣ୍ଡ ଘଟଣାରେ ଏବେ ସାମ୍ନାକୁ ଆସିଛି ମୃତ ସୌମ୍ୟରଞ୍ଜନଙ୍କ ମାଆଙ୍କ ସବୁଠାରୁ ବଡ଼ ବୟାନ। ପୁଅକୁ ହରାଇବା ପରେ ଏକାଦଶାହ ଅବସରରେ ନ୍ୟାୟ ପାଇଁ କୋହଭରା କଣ୍ଠରେ ଚେତାବନୀ ଦେଇଛନ୍ତି ମାଆ। ପୋଲିସର ତଦନ୍ତ ଉପରେ ଭରସା ତୁଟିବା ପରେ ଏବେ ନ୍ୟାୟ ପାଇଁ ଦିଲ୍ଲୀ ଯିବାକୁ ସେ ସଜବାଜ ହେଉଛନ୍ତି।
ରୋଜଗାରିଆ ପୁଅର ନିର୍ମମ ହତ୍ୟା ପରେ ପୋଲିସର ଶିଥିଳ ତଦନ୍ତ ଜଣେ ମାଆକୁ ଆଜି ଶର ଶଯ୍ୟାରେ ଠେଲିଦେଇଛି। ପୋଲିସ ଉପସ୍ଥିତିରେ ଏଭଳି ବର୍ବର କାଣ୍ଡ ଘଟିଥିଲେ ମଧ୍ୟ ଏଯାଏଁ ପୋଲିସ ହାତ ଖାଲି। ସୌମ୍ୟଙ୍କ ମୋବାଇଲ୍ ଏବଂ ତାଙ୍କ ଡ୍ରେସ୍ ଏପର୍ଯ୍ୟନ୍ତ ମିଳିନାହିଁ। ସେହିଭଳି ଗୁରୁତର ଅବସ୍ଥାରେ ଯେଉଁ ଗାଡ଼ିରେ ତାଙ୍କୁ ହସ୍ପିଟାଲ୍ ନିଆଯାଇଥିଲା, ସେହି ଗାଡ଼ିର ଡ୍ରାଇଭରକୁ ପୋଲିସ ଧରିପାରୁନାହିଁ କି ଗାଡ଼ିକୁ ସିଜ୍ କରିପାରୁନାହିଁ। ଯାହାକୁ ନେଇ ପୋଲିସର ଭୂମିକା ଏବେ ସନ୍ଦେହଘେରରେ। ଶିଥିଳ ତଦନ୍ତକୁ ନେଇ କୋହଭରା କଣ୍ଠରେ ପ୍ରଶ୍ନ କରିଛନ୍ତି ମାଆ, ବାପା ଓ ଭଉଣୀ!

ପଢନ୍ତୁ ଏହି ଖବର: ଅପରାଧୀଙ୍କୁ ପୋଲିସ ଡିଜିଙ୍କ ଚେତାବନୀ,ଏଥର ସିଧା ଏନକାଉଣ୍ଟର

ଅଭିଯୋଗ ଅନୁଯାୟୀ, ‘ସତ୍ୟବିହାର ଜିମ୍‌’ ସହ ରହିଛି ଅନେକ ଗୁପ୍ତ ରହସ୍ୟ। ଜିମ୍ ମାଲିକ ଜିମ୍‌ରେ ନିଜର କଳା ଟଙ୍କା ଲଗାଇଥିଲେ ଏବଂ ଭିଜିଲାନ୍ସ ଧରାପଡ଼ିବା ଭୟରେ ଏସବୁ କାରବାର ସୌମ୍ୟଙ୍କ ନାଁରେ ଚଲାଉଥିଲେ। ଜିମ୍ ପାଇଁ ହିଁ ସୌମ୍ୟରଞ୍ଜନଙ୍କୁ ସେଠାରେ ଫସାଯାଇଥିଲା। ତେଣୁ ଏହି କଳାଟଙ୍କା କାରବାରର ମଧ୍ୟ ତଦନ୍ତ ହେବା ଆବଶ୍ୟକ। ଏଥିସହ ଘଟଣା ଦିନ ସୌମ୍ୟଙ୍କ ସହ ଥିବା ଓମ୍ ନାମକ ଯୁବକକୁ ପଚରାଉଚରା କରାଗଲେ ସତ ସାମ୍ନାକୁ ଆସିବ ବୋଲି ମୃତ ସୌମ୍ୟରଞ୍ଜନଙ୍କ ମାଆ କବିତା ସ୍ୱାଇଁ କହିଛନ୍ତି।

ଗତ ମେ ୭ ତାରିଖ ଦିନ ଦୁଇଜଣ ଯୁବତୀଙ୍କ ସ୍କୁଟିରେ ଦୁର୍ଘଟଣା କୁ କେନ୍ଦ୍ର କରି ସୌମ୍ୟଙ୍କୁ ଲୋକେ ହାତଗୋଡ଼ ବାନ୍ଧି ପିଟିପିଟି ହତ୍ୟା କରିଥିଲେ | ତେବେ ଘଟଣାର 1 ଘଣ୍ଟା ଆଗରୁ କଣ ହୋଇଥିଲା ସୌମ୍ୟଙ୍କ ସହ ? ସୌମ୍ୟ ସତରେ କଣ ଦୁଷ୍କର୍ମ ଉଦ୍ୟମ କରିଥିଲେ ? ଭିଡ ହତ୍ୟା ନା ହତ୍ୟା ପଛରେ ବଡ଼ ଷଡଯନ୍ତ୍ର ?


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Balianta murder case | Balianta Soumya Ranjan Murder Case: Police Vow to Arrest All Accused | Argus News