Police DG Warns Criminals / ଅପରାଧୀଙ୍କୁ ପୋଲିସ ଡିଜିଙ୍କ ଚେତାବନୀ,ଏଥର ସିଧା ଏନକାଉଣ୍ଟର
·1 hour ago·2 min read

Key Points
ପେସାଦାର ଅପରାଧୀଙ୍କୁ ଏଥର ଏନକାଉଣ୍ଟର
ଅପରାଧୀଙ୍କ ପାଇଁ ଓଡ଼ିଶାରେ ଆଉ ସ୍ଥାନ ନାହିଁ
ଅପରାଧୀଙ୍କୁ ପୋଲିସ ଡିଜିଙ୍କ ଚେତାବନୀ
ଅପରାଧୀଙ୍କ ପାଇଁ ଓଡ଼ିଶାରେ ଆଉ ସ୍ଥାନ ନାହିଁ
ଅପରାଧୀଙ୍କୁ ପୋଲିସ ଡିଜିଙ୍କ ଚେତାବନୀ
ଭୁବନେଶ୍ବର ୧୭/୦୫: ରାଜ୍ୟର ଆଇଶୃଙ୍ଖଳା ପରିସ୍ଥିତି ନେଇ ପୋଲିସ ଡିଜି ଦେଲେ କଡ଼ା ଚେତାବନୀ । ଅପରାଧୀଙ୍କ ପାଇଁ ଓଡ଼ିଶାରେ ଆଉ ସ୍ଥାନ ନାହିଁ । ଅପରାଧ ଘଟାଇବା ପାଇଁ କେହି ଚିନ୍ତା କଲେ ବ୍ରହ୍ମପୁର ଓ ସମ୍ବଲପୁର ଭଳି ଏନକାଉଣ୍ଟର ପାଇଁ ପ୍ରସ୍ତୁତ ରୁହ ବୋଲି କଡ଼ା ଚେତାବନି ଦେଇଛନ୍ତି ପୋଲିସ ଡିଜି ଓ୍ବାଇବି ଖୁଚରାନିଆ।
ଗତ ୫ ଦିନ ମଧ୍ୟରେ ସାରା ରାଜ୍ୟରେ ୧୭୭୧ ଜଣଙ୍କୁ NBW ଡ୍ରାଇଭ୍ କରାଯାଇଛି । ୬ ଜଣଙ୍କ ବିରୋଧରେ NSA ଲଗାଯାଇଛି । ୫୦ ରୁ ଉର୍ଦ୍ଧ ଫେରାର ଅପରାଧୀଙ୍କୁ ଗିରଫ କରାଯାଇଛି । ସେହିଭଳି ଗୁଇନ୍ଦା ଆଧାରରେ ଜେଲ୍ ଫେରାନ୍ତଙ୍କ ଉପରେ କଡ଼ା ନଜର ରଖା ଯାଇଛି । ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ରେ ସୁଧାର ଆଣିବା ପାଇଁ ପ୍ରତ୍ୟେକ ଜିଲ୍ଲାର ଏସପି ଗ୍ରାଉଣ୍ଡ ଜିରୋ ରେ କାର୍ଯ୍ୟ କରୁଛନ୍ତି ।
ନିଶାଦ୍ରବ୍ୟ ଚୋରା ଚାଲାଣ ଉପରେ କଡା ନଜର ରହିଛି। ଖଣିଜ ଚୋରା ଚାଲାଣକାରୀଙ୍କୁ ଦୃଢ଼ ହସ୍ତରେ ଦମନ କରାଯାଉଛି। ଖଣି ମାଫିଆଙ୍କ ଉପରେ ନଜର ରହିଛି। ବେଆଇନ ଅସ୍ତ୍ର କାରବାର ରୋକିବାକୁ ୯ ଟି ମାମଲା ରୁଜୁ ହୋଇଛି । ଗୋଚାଲାଣ କ୍ଷେତ୍ରରେ ମଧ୍ୟ ୫ ଟି ମାମଲା ରୁଜୁ କରାଯାଇଛି। ସଡକ ସୁରକ୍ଷା କ୍ଷେତ୍ରରେ ମଧ୍ୟରେ ଅମାନିଆ ଡ୍ରାଇଭର ଓ ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଆଗକୁ ଏହି ସ୍ପେଶାଲ ଡ୍ରାଇଭ ବଳବତ୍ତର ରହିବ ବୋଲି ଚେତାବନୀ ଦେଇଛନ୍ତି ଡିଜିପି।
ସମ୍ବଲପୁରରେ ପୁଣି ଏନ୍କାଉଣ୍ଟର । ପୁଲିସ ଏନ୍କାଉଣ୍ଟରେ ଦୁର୍ଦ୍ଦାନ୍ତ ଅପରାଧୀ ମନିଷ ସାହୁ ଆହତ ହୋଇଛି। ବୁର୍ଲା ଥାନା ପ୍ଲାନେଟୋରିୟମ ଛକରେ ନିକଟରେ ଏନକାଉଣ୍ଟର କରାଯାଇଛି। ଆହତ ମନିଷକୁ ଉଦ୍ଧାର କରାଯାଇ ସମ୍ବଲପୁର ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି।
ପଢନ୍ତୁ ଏହି ଖବର: ଇନଷ୍ଟାଗ୍ରାମରେ ଫ୍ରେଣ୍ଡସିପରୁ ପ୍ରେମ ତା ପରେ ଦୁଷ୍କର୍ମ,ଅନ୍ତରଙ୍ଗ ମୂହର୍ତ୍ତର ଭିଡିଓ ରଖି ବ୍ଲାକମେଲ
ଗତକାଲି ରାତିରେ ସମ୍ବଲପୁର ବୁର୍ଲା ପ୍ଲାନେଟୋରିୟମ ଛକରେ ଗାଡି ଚେକିଂ କରୁଥିଲା ପୁଲିସ। ରାତି ଚେକିଂ ବେଳେ ଖସି ଯିବକୁ ଉଦ୍ୟମ କରିଥିଲା ଅପରାଧି ମନିଷ ସାହୁ। ଅଭିଯୁକ୍ତ ମନୀଷ ପ୍ରଥମେ ପୁଲିସ ଉପରକୁ ୩ ରାଉଣ୍ଡ ଗୁଳି ଚାଳନା କରିଥିଲା। ଜବାବରେ ପୁଲିସ ପକ୍ଷରୁ ଦୁଇ ରାଉଣ୍ଡ ନିୟନ୍ତ୍ରିତ ଗୁଳିଚାଳନା କରାଯାଇଥିଲା। ଏଥିରେ ଅଭିଯୁକ୍ତଙ୍କ ଡାହାଣ ପାଦରେ ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ତାକୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ଏକାଧିକ ଥାନାରେ ମନୀଷ ନାଁରେ ପୂର୍ବରୁ ୧୪ରୁ ଅଧିକ ଅପରାଧିକ ମାମଲା ରହିଛି।
ବ୍ରହ୍ମପୁରରେ ପୁଣି ଏନକାଉଣ୍ଟର। ଲାଞ୍ଜିପଲ୍ଲୀ ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧୀ ଦିପୁନା ନାୟକକୁ ଏନକାଉଣ୍ଟର କରିଛି ବ୍ରହ୍ମପୁର ପୋଲିସ। ଏକ ଅପରାଧ ମାମଲାର ତଦନ୍ତ ବେଳେ ଧରିବାକୁ ଯାଇଥିବା ବେଳେ ପୋଲିସକୁ ପାଲଟା ଆକ୍ରମଣ କରିଥିଲା ଅଭିଯୁକ୍ତ ଦିପୁନା। ଆତ୍ମରକ୍ଷା ଲାଗି ପୋଲିସ ଗୁଳି ଚଳାଇଥିବା ବେଳେ ଦିପୁନା ଆହତ ହୋଇଛି ।
ଦିପନୁାର ଗୋଡ଼ରେ ଗୁଳି ବାଜିବା ପରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି । ଦୁର୍ଦ୍ଦାନ୍ତ ଦିପୁନା ନାୟକ ନାଁରେ ୧୨ରୁ ଅଧିକ ଆପରାଧିକ ମାମଲା ରହିଛି । ଗତକାଲି ଗୋପାଳପୁର ଥାନାର ଏକ ମାମଲାରେ ଅଭିଯୁକ୍ତକୁ ଧରିବାକୁ ପୋଲିସ ପିଛା କରୁଥିବାବେଳେ ଗୁଳି କରି ଖସିଯିବାକୁ ଚେଷ୍ଟା କରିଥିଲା ଦିପୁନା । ଆତ୍ମରକ୍ଷା ପାଇଁ ପୁଲିସ କରିଥିବା ଗୁଳିରେ ଘାଇଲା ହୋଇ ଧରାପଡ଼ିଲା ଦିପୁନା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories