Questions Raised Over Police / ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ଲାଗିନି ଭିଡ଼ ହିଂସାର ଦଫା, ଅଭିଯୁକ୍ତମାନେ ଖସିଯିବାର ଆଶଙ୍କା
·4 months ago·2 min read

Key Points
ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା
ସାମ୍ନାକୁ ଆସିଲା ବାଲିଅନ୍ତା ପୋଲିସର କୋହଳ ନୀତି
ଲାଗିନି ଭିଡ଼ ହିଂସାର ଦଫା
ଅଭିଯୁକ୍ତମାନେ ଖସିଯିବାର ଆଶଙ୍କା
କାହିଁକି ଲାଗିନି ମବ୍ ଲିଞ୍ଚିଂ ଧାରା କହିଲେ କ୍ରାଇମବ୍ରାଞ୍ଚ ଡିଜି
କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର

ଭୁବନେଶ୍ବର, ୧୧/୦୫: ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ଵାଇଁ ହତ୍ୟା ମାମଲା । ସାମ୍ନାକୁ ଆସିଲା ବାଲିଅନ୍ତା ଥାନା ପୋଲିସର କୋହଳ ନୀତି । ଘଟଣାରେ ଲାଗିନି ଭିଡ଼ ହିଂସାର ଦଫା I ଭିଡ଼ ହିଂସାର ଶିକାର ହୋଇ ପ୍ରାଣ ହରାଇଥିବା ସୌମ୍ୟ ମାମଲାରେ ପୋଲିସ ରୁଜୁ କରିଛି ସାଧାରଣ ହତ୍ୟା ମାମଲା । BNSS 103(1) ହତ୍ୟାକାଣ୍ଡରେ ମାମଲା ରୁଜୁ କରିଛି ପୋଲିସ । ଯେଉଁଠି କି ଭିଡ଼ ହିଂସା ପାଇଁ 103(2) ଧାରା ଉଦ୍ଧିଷ୍ଟ । ସାଧାରଣ ହତ୍ୟା ମାମଲରେ ଗିରଫ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବା ଦ୍ୱାରା ନ୍ୟାୟିକ ବିଚାର ପ୍ରକ୍ରିୟାରେ ଅଭିଯୁକ୍ତମାନେ ଖସିଯିବାର ସମ୍ଭାବନା ରହିଛି।
ବାଲିଅନ୍ତା ସୌମରଞ୍ଜନ ସ୍ୱାଇଁ ହତ୍ୟା ଘଟଣା । ମାମଲାରେ ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ । ୨ୟ ଦିନରେ କ୍ରାଇମବ୍ରାଞ୍ଚ ଟିମ୍ ଘଟଣାସ୍ଥଳକୁ ଯାଇ ପ୍ରତ୍ୟକ୍ଷଦର୍ଶୀ ଓ ମୃତ ସୌମ୍ୟଙ୍କ ପରିବାର ଲୋକ, ସାଙ୍ଗଙ୍କ ବୟାନ ରେକର୍ଡ କରାଯାଇଛି । ଏହିକ୍ରମରେ ପ୍ରତିକ୍ରିୟା ରଖିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର।
ସେ କହିଛନ୍ତି ଯେ, ବାଲିଅନ୍ତା ବର୍ବରତା ଘଟଣାରେ ଦୁଇଟି ମାମଲା ରୁଜୁ କରାଯାଇଛି । କିଛି ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଛି । ବାକି କିଛି ପ୍ରତ୍ୟକ୍ଷଦର୍ଶୀ ଓ ସୌମ୍ୟଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରିବ କ୍ରାଇମବ୍ରାଞ୍ଚ । ସୌମ୍ୟଙ୍କ ପୋଷ୍ଟମର୍ଟମ ରିପୋର୍ଟ ଓ ଫରେନସିକ୍ ରିପୋର୍ଟର ତର୍ଜମା ଚାଲିଛି। ସୋସିଆଲ ମିଡିଆ ତଥ୍ୟକୁ ମଧ୍ୟ ତର୍ଜମା କରାଯାଉଛି ।
ସେହିପରି ତଦନ୍ତର ସବୁ ଦିଗକୁ ପୁଙ୍ଖାନୁପୁଙ୍ଖ ଭାବେ ତର୍ଜମା କରାଯାଉଛି । ବାଲିଅନ୍ତା ବର୍ବରତା ସମୟରେ ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକଙ୍କୁ ଅପରାଧି ଭାବିବା ଠିକ୍ ନୁହେଁ । ଘଟଣାକୁ ମଧ୍ୟ ଭିଡ଼ ହିଂସା କହିହେବ ନାହିଁ। ସୌମ୍ୟ ହତ୍ୟା ମାମଲା ସେଭଳି କିଛି ତଥ୍ୟ ମିଳିନାହିଁ। ଯଦି ତଦନ୍ତ ବେଳେ ସେଭଳି ପ୍ରମାଣ ମିଳେ, ତେବେ ଅଭିଯୁକ୍ତଙ୍କ ଉପରେ ଭିଡ଼ ହିଂସା ଭଳି ଦଫା ଲାଗିବ ବୋଲି କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଶୁଭେନ୍ଦୁ ଅଧିକାରୀ PA ହତ୍ୟା ମାମଲା; ୟୁପି-ବିହାରରୁ ହିଷ୍ଟ୍ରିସିଟର ସମେତ ୩ ଗିରଫ
ବାଲିଅନ୍ତା ସୌମ୍ୟ ମର୍ଡର ମାମଲାର ଖୋଳତାଡ଼ ଚଳାଇଛନ୍ତି କ୍ରାଇମବ୍ରାଞ୍ଚର ୧୦ ଜଣିଆ ଦୁଇଟି ଟିମ୍ । ଗତକାଲି ପ୍ରଥମ ଦିନରେ ବାଲିଅନ୍ତା ଥାନା, କ୍ରାଇମ୍ ସ୍ପଟ ଯାଏଁ ତନାଘନା କରିଥିଲା କ୍ରାଇମବ୍ରାଞ୍ଚ । ତା ସହ ମୃତ ସୌମ୍ୟଙ୍କ ଘରେ, ସୌମ୍ୟଙ୍କ ସାଙ୍ଗ ଓମ୍ଙ୍କ ଘରେ ଏବଂ ପୀଡ଼ିତାଙ୍କ ଘରେ ଛାନଭିନ୍ କରିଛି କ୍ରାଇମ୍ବ୍ରାଞ୍ଚ ଟିମ୍ ।
ସୌମ୍ୟରଞ୍ଜନ ସ୍ବାଇଁ ହତ୍ୟା ମାମଲାର ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। ହତ୍ୟା ଘଟଣା ଟିକିନିକି ତଦନ୍ତ ନେଇ ୨ଟି ଟିମ୍ ଗଠନ କରାଯାଇଛି। ଗୋଟିଏ ଟିମ୍ ଆଜି ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲା। ଅପରାହ୍ନ ପାଖାପାଞ୍ଜି ୨ଟା ସମୟରେ କ୍ରାଇବବ୍ରାଞ୍ଚର ଏକ ସ୍ବତନ୍ତ୍ର ଟିମ୍ ସିଧାସଳଖ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଆଉଟ୍ଡୋର୍ରେ ପହଞ୍ଚିଥିଲେ। ଆଉଟ୍ଡୋର୍ ଚିକିତ୍ସା ଦାୟିତ୍ଵରେ ଥିବା ଅଧିକାରୀଙ୍କୁ ସେଦିନ କେଉଁ ଡାକ୍ତର ଚିକିତ୍ସା ଦାୟିତ୍ବରେ ଥିଲେ ସେ ସଂପର୍କରେ ପଚାରି ବୁଝିଥିଲେ। ଆଉଟ୍ଡୋର୍ ରେଜିଷ୍ଟର୍ରେ ସୌମ୍ୟରଞ୍ଜନଙ୍କ ନାମ ଏବଂ କେଉଁ ସମୟରେ ଚିକିତ୍ସା ପାଇଁ ଆଡ୍ମିଟ୍ ହୋଇଥିଲେ କେଉଁ ବେଡ୍ରେ ତାଙ୍କୁ ଚିକିତ୍ସା କରାଯାଇଥିଲା ତାହା ଯାଞ୍ଚ କରିଥିଲେ କ୍ରାଇମବ୍ରାଞ୍ଚ ଟିମ୍।

Related Topics
Explore more stories