Crime Branch Arrests / ସୌମ୍ୟ ହତ୍ୟାକାଣ୍ଡ, ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ ରଞ୍ଜିତ
·4 months ago·2 min read

Key Points
ସୌମ୍ୟ ହତ୍ୟାକାଣ୍ଡ, ମୁଖ୍ୟ ଅଭିଯୁକ୍ତ ରଞ୍ଜିତ ଗିରଫ
ରଞ୍ଜିତ ପାତ୍ରକୁ ଗିରଫ କଲା କ୍ରାଇମବ୍ରାଞ୍ଚ
ବର୍ତ୍ତମାନ ସୁଦ୍ଧା ୧୩ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି

ଭୁବନେଶ୍ବର,୧୪/୦୫: ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ମୁଖ୍ୟ ଅଭିଯୁକ୍ତ ରଞ୍ଜିତ ପାତ୍ର ଓରଫ ଚିନୁକୁ ଗିରଫ କରିଛି। ଅଭିଯୁକ୍ତର ଘର କଟକ ସଦର ଥାନା ଅନ୍ତର୍ଗତ ଗଙ୍ଗେଶ୍ୱର ଗଡ଼ା ଅଞ୍ଚଳରେ ବୋଲି ଜଣାପଡ଼ିଛି। ଏହି ଗିରଫଦାରୀ ସହ ମାମଲାରେ ମୋଟ ଅଭିଯୁକ୍ତଙ୍କ ସଂଖ୍ୟା ୧୩ରେ ପହଞ୍ଚିଛି।
କ୍ରାଇମବ୍ରାଞ୍ଚର ତଦନ୍ତ ଅନୁଯାୟୀ, ମୁଖ୍ୟ ଅଭିଯୁକ୍ତ ଚିନୁ ଏକ ବାଉଁଶ ବାଡ଼ିରେ ସୌମ୍ୟଙ୍କ ମୁଣ୍ଡ ଏବଂ ଶରୀରର ଅନ୍ୟ ସମ୍ବେଦନଶୀଳ ଅଙ୍ଗକୁ ନିର୍ମମ ଭାବେ ପିଟିଥିଲା। ପୋଷ୍ଟମର୍ଟମ ରିପୋର୍ଟରୁ ମଧ୍ୟ ପ୍ରାଥମିକ ଭାବେ ଜଣାପଡ଼ିଛି ଯେ, ଶରୀର ଭିତରେ ଗଭୀର ଆଘାତ ଯୋଗୁଁ ସୌମ୍ୟଙ୍କର ମୃତ୍ୟୁ ଘଟିଛି। ପୂର୍ବରୁ କମିଶନରେଟ ପୋଲିସ ଏହି ଘଟଣାରେ ୧୧ ଜଣ ଗ୍ରାମବାସୀଙ୍କୁ ଗିରଫ କରିଥିଲା। ପରବର୍ତ୍ତୀ ସମୟରେ କ୍ରାଇମବ୍ରାଞ୍ଚ ତଦନ୍ତ ଭାର ନେବା ପରେ ଯୁଦ୍ଧିଷ୍ଟିର ଜେନା ଓରଫ ବଣ୍ଟି ଏବଂ ଏବେ ମୁଖ୍ୟ ଅଭିଯୁକ୍ତ ଚିନୁକୁ ଗିରଫ କରାଯାଇଛି। କ୍ରାଇମବ୍ରାଞ୍ଚ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିବା ସହ ସାଇଣ୍ଟିଫିକ୍ ଏଭିଡେନ୍ସ ଏବଂ ଏକାଧିକ ଲୋକଙ୍କ ବୟାନ ରେକର୍ଡ କରିଛି। କ୍ରାଇମବ୍ରାଞ୍ଚ ଆଇଜିଙ୍କ ସୂଚନା ଅନୁଯାୟୀ, ଏହି ହତ୍ୟାକାଣ୍ଡରେ ଆହୁରି ୧୨ ଜଣଙ୍କ ସଂପୃକ୍ତି ନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ସେମାନଙ୍କୁ ଧରିବା ପାଇଁ ତନାଘନା ଜାରି ରହିଛି।
ପଢନ୍ତୁ ଏହି ଖବର: ଟାଇମ୍ ପଚାରୁଥିଲେ ମହିଳା; ଘୋଷାଡ଼ି ନେଇ ସ୍ଲିପର୍ ବସ୍ ଭିତରେ ଗଣଦୁଷ୍କର୍ମ
ଗତ ୭ ତାରିଖରେ ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ପୁଲିସ ଆଖିଆଗରେ ସୌମ୍ୟରଂଜନ ସ୍ଵାଇଁ ନାମକ ଜଣେ ଯୁବକକୁ ପିଟିପିଟି ହତ୍ୟା କରାଯାଇଥିଲା। ଏହି ଜଘନ୍ୟ ହତ୍ୟାକାଣ୍ଡ ସବୁ ସୀମା ଟପିଥିଲା। ଘଟଣାସ୍ଥଳରେ ପୁଲିସ ଉପସ୍ଥିତ ଥିଲେ, ଶହଶହ ଲୋକ ବି ଆଉ କିଛି ଯୁବକ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଜଣେ ଯୁବକଙ୍କୁ ବିଧା ଗୋଇଠା ମାରୁଥିଲେ । ହାତଗୋଡ଼ ବାନ୍ଧି ଲୁହାରେ ଓଲଟା ଟାଙ୍ଗି ସଂଘବଦ୍ଧ ହୋଇ ଅତି ନିର୍ମମ ଭାବେ ରଡ୍, ଲାଠିରେ ପିଟିପିଟି ମାରିଦେଲେ। ମୃତ ଯୁବକ ଜଣକ ମଧ୍ୟ ଜଣେ ପୁଲିସ କନେଷ୍ଟବଳ। ସୌମ୍ୟରଂଜନ ରେଳବାଇରେ କନେଷ୍ଟବଳ ଭାବେ କାର୍ଯ୍ୟରତ। ତାଙ୍କ ସହ ଜିମ୍ ଟ୍ରେନ୍ର ଓମ୍ପ୍ରକାଶ ରାଉତ ମଧ୍ୟ ଗୁରୁତର ଆହତ ହୋଇଥିଲେ। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖପ୍ରକାଶ କରିବା ସହ କ୍ରାଇମବ୍ରାଞ୍ଚକୁ ଏହାର ତଦନ୍ତ ଦାୟୀତ୍ବ ଦେଇଥିଲେ। ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ଘଟଣାସ୍ଥଳ ପରିଦର୍ଶନ କରିବା ସହ ପିଡ଼ିତାଙ୍କୁ ଭେଟିଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ଘଟଣାରେ ପିଡ଼ିତା ଓ ମୃତ ସୌମ୍ୟରଞ୍ଜନଙ୍କ ସାଙ୍ଗ ଅଲଗା ଅଲଗା ବୟାନ ଦେଇଥିଲେ। ତାଙ୍କ ସହ ଅସଦାଚରଣ କରାଯାଇଛି। ମାଡ଼ ମରାଯିବା ସହ ତାଙ୍କୁ ଉଠାଇ ନେବାକୁ ମଧ୍ୟ ସାଙ୍ଗକୁ କହୁଥିଲେ ମୃତ ସୌମ୍ୟରଞ୍ଜନ ବୋଲି ପୀଡିତା ଅଭିଯୋଗ କରିଥିଲେ।
ମୃତ ସୌମ୍ୟରଞ୍ଜନ କମେଣ୍ଟ ମାରି ନାହିଁ କି ଦୁଷ୍କର୍ମ କରିବାକୁ ଉଦ୍ୟମ କରିନାହିଁ। ଗଣମାଧ୍ୟମ ଆଗରେ ମିଛ କହୁଛନ୍ତି ଯୁବତୀ ବୋଲି ସୌମ୍ୟରଞ୍ଜନଙ୍କ ସହ ଉପସ୍ଥିତ ଥିବା ସାଙ୍କ କହିଥିଲେ।

Related Topics
Explore more stories