Bus Rape Case / ଟାଇମ୍ ପଚାରୁଥିଲେ ମହିଳା; ଘୋଷାଡ଼ି ନେଇ ସ୍ଲିପର୍ ବସ୍ ଭିତରେ ଗଣଦୁଷ୍କର୍ମ
·2 hours ago·2 min read

Key Points
ଦିଲ୍ଲୀରେ ନିର୍ଭୟା କାଣ୍ଡର ପୁନରାବୃତ୍ତି
ବସ୍ ଭିତରେ ମହିଳାଙ୍କୁ ଗଣଦୁଷ୍କର୍ମ
ଟାଇମ୍ ପଚାରୁଥିବା ମହିଳାଙ୍କୁ ଘୋଷାଡ଼ି ନେଲେ
ବସ୍ ଭିତରେ ମହିଳାଙ୍କୁ ଗଣଦୁଷ୍କର୍ମ
ଟାଇମ୍ ପଚାରୁଥିବା ମହିଳାଙ୍କୁ ଘୋଷାଡ଼ି ନେଲେ
ଜାତୀୟ ରାଜଧାନୀ ଦିଲ୍ଲୀରେ ପୁଣି ଲଜ୍ଜା । ସ୍ଲିପର ବସରେ ମହିଳାଙ୍କ ସହିତ ଗଣଦୁଷ୍କର୍ମ । ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ଡ୍ରାଇଭର ଓ କଣ୍ଡକ୍ଟରକୁ ଗିରଫ କରିଛି । ପୀଡ଼ିତାଙ୍କ କହିବାନୁସାରେ, ଡ୍ରାଇଭର ଓ ହେଲପର ତାଙ୍କୁ ବସ୍ ଭିତରକୁ ଘୋଷାଡ଼ି ନେଇ ଗଣଦୁଷ୍କର୍ମ କରିଥିଲେ ଓ ପରେ ତାଙ୍କୁ ବସ୍ ବାହାରକୁ ଫିଙ୍ଗି ପଳାଯାଇଥିଲେ । ଏହି ନିନ୍ଦନୀୟ ଘଟଣା ଦିଲ୍ଲୀର ରାଣିବାଗ ଅଞ୍ଚଳରେ ସୋମବାର ରାତିରେ ଘଟିଛି । ସେପଟେ ପୋଲିସ ବସକୁ ଜବତ କରିଛି ।
ପଢନ୍ତୁ ଏହି ଖବର: ମିଛ ଖବର ଦେଇ ହୋଟେଲକୁ ନେଲା; ଦୁଷ୍କର୍ମ କଲା ପଡ଼ୋଶୀ
ପୋଲିସ ମହିଳାଙ୍କ ଡାକ୍ତରୀ ମାଇନା କରିବା ପରେ ଅଭିଯୁକ୍ତମାନଙ୍କୁ ଗିରଫ କରିଛି । ଏହି ବସଟି ବିହାରରେ ପଞ୍ଜୀକୃତ ହୋଇଛି । ପୋଲିସ ଭାରତୀୟ ଦଣ୍ଡ ସଂହିତାର ଧାରା 64(1)/70(1)/3(5) ଅନୁସାରେ ମାମଲା ରୁଜୁ କରିଛି । ଅର୍ଥାତ୍ ଏହି ଘଟଣାରେ ଦୁଷ୍କର୍ମ, ଗଣଦୁଷ୍କର୍ମ ଓ ମିଳିତ ଷଡ଼ଯନ୍ତ୍ର ସମ୍ବନ୍ଧୀୟ ଆପରାଧିକ ମାମଲାର ଧାରା ଲଗାଯାଇଛି । ଏହି କାଣ୍ଡ ଘଟିଥିବା ବସର ମଧ୍ୟ ଫଟୋ ଓ ଭିଡିଓ ଏବେ ସାମ୍ନାକୁ ଆସିଛି । ବସଟି ନିୟମର ଘୋର ଉଲ୍ଲଙ୍ଘନ କରି ଚାଲୁଥିଲା । ଏହି ବସର ସମସ୍ତ ଝରକାରେ ପରଦା ପଡ଼ିଥିବାବେଳେ କୌଣସି ଇମରଜେନ୍ସି ଗେଟ୍ ମଧ୍ୟ ନଥିଲା ।
- କଣ ପୂରା ଘଟଣା ?

- ନିର୍ଭୟା କାଣ୍ଡର ପୁନରାବୃତ୍ତି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories