Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଐତିହାସିକ ବାଲିଯାତ୍ରା ପ୍ରସ୍ତୁତି; ଆରମ୍ଭ ହେଲା ପ୍ଲଟ୍ ନିଲାମ ପ୍ରକ୍ରିୟା

Odisha

ଐତିହାସିକ ବାଲିଯାତ୍ରା ପ୍ରସ୍ତୁତି; ଆରମ୍ଭ ହେଲା ପ୍ଲଟ୍ ନିଲାମ ପ୍ରକ୍ରିୟା

Smruti Parija
Browse all articles by Smruti Parija
·1 year ago·1 min read
ଐତିହାସିକ ବାଲିଯାତ୍ରା ପ୍ରସ୍ତୁତି; ଆରମ୍ଭ ହେଲା ପ୍ଲଟ୍ ନିଲାମ ପ୍ରକ୍ରିୟା

କଟକ: ଆଗେଇ ଚାଲିଛି ଐତିହାସିକ ବାଲିଯାତ୍ରା ପ୍ରସ୍ତୁତି । ଆଜିଠାରୁ ପ୍ଲଟ ନିଲାମ ପ୍ରକ୍ରିୟା ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ବାଲିଯାତ୍ରା ପ୍ଲଟ ନିଲାମ ପ୍ରକ୍ରିୟା ଆଜି ଠାରୁ ଆରମ୍ଭ ହୋଇ, ଆସନ୍ତା ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ସର୍ବାଧିକ ଟଙ୍କା ଡ଼ାକି ଥିବା ବିଡର୍ ଙ୍କୁ ମିଳିବ ପ୍ଲଟ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୦ ଟି ଟେବୁଲ୍ ରେ ୧୦ ଟି ଟିମକୁ ନେଇ ବ୍ୟବସ୍ଥା କରାଯାଇଛି । 

ବାରବାଟି ପ୍ୟାଲେସ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଲାମ ପ୍ରକ୍ରିୟା ପାଇଁ ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ । ଗତକାଲି ଶେଷ ହୋଇଛି ବାଲିଯାତ୍ରା ଷ୍ଟଲ୍ ପଞ୍ଜିକରଣ ପ୍ରକ୍ରିୟା । ମୋଟ ୧୫୦୦ ଜଣ ପ୍ଲଟ ପାଇଁ ପଞ୍ଜିକରଣ କରିଛନ୍ତି। ସେପଟେ ତଳ ପଡ଼ିଆରେ ଆରମ୍ଭ ହୋଇ ଗଲାଣି ମଞ୍ଚ ନିର୍ମାଣ କାର୍ଯ୍ୟ। ଚଳିତ ବର୍ଷ ସହର ଭିତରେ ତଥା ସହର ପ୍ରମୁଖ ପ୍ରବେଶ ଓ ପ୍ରସ୍ଥାନ ପଥ ଗୁଡ଼ିକରେ ମୋଟ ୨୨ ଟି ବାଲିଯାତ୍ରା ସ୍ବାଗତ ତୋରଣ ନିର୍ମାଣ କରିବାକୁ ଯାଉଛି ଜିଲ୍ଲା ପ୍ରଶାସନ। 
 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
baliyatra-plot-auction-starts | Argus News