Videos
|
Odisha

ସିଲ୍ ହେବ ବଲ୍ଲେ ବଲ୍ଲେ ଢାବା: ଟଙ୍କା କେଉଁଠୁ ଆସିଥିଲା, କିପରି ଖର୍ଚ୍ଚ ହୋଇଛି ହେବ ଯାଞ୍ଚ

Ritu Das
Browse all articles by Ritu Das
·2 years ago·2 min read
ସିଲ୍ ହେବ ବଲ୍ଲେ ବଲ୍ଲେ ଢାବା: ଟଙ୍କା କେଉଁଠୁ ଆସିଥିଲା, କିପରି ଖର୍ଚ୍ଚ ହୋଇଛି ହେବ ଯାଞ୍ଚ

ଅର୍ଗସ ବ୍ୟୁରୋ: ସିଲ୍ ହେବ ‘ବଲ୍ଲେ ବଲ୍ଲେ ଢାବା’ । ଯାଜପୁର ଧର୍ମଶାଳାର ବିବାଦୀୟ ଢାବାକୁ ସିଲ୍ କରାଯିବ । ତିନି ଦିନ ପୂର୍ବରୁ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ନୋଟିସ୍ ଆଜି ସରିଛି। ଢାବା ସହ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ରହିଛି ଲିଙ୍କ୍। ଢାବାରେ କେତେ ଟଙ୍କା ଖର୍ଚ୍ଚ କରାଯାଇଛି, କୋଉଠୁ ଟଙ୍କା ଆସିଛି ସେ ସବୁକୁ ନେଇ ତଦନ୍ତ କରାଯିବ। ଏହାପରେ ଥିବା ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଧର୍ମଶାଳା ବିଡିଓ। ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଦୋହରାଇଛନ୍ତି। ସେପଟେ ଢାବାରୁ ସବୁ ସାମଗ୍ରୀ ହଟାଇ ନିଆଯାଇଥିବା ଦେଖିବାକୁ ମିଳିଛି।

ଏବେ ଯାଜପୁର ନେଉଳପୁର ଧର୍ମଶାଳା ଭବନ ପରିସରରେ ଥିବା ବଲେ ବଲେ ଢାବାର ଫିଟୁଛି ଗୁମର । କିଏ କହୁଛନ୍ତି, ଏଇଠି ଚାଲିଥିଲା ରଙ୍ଗଶାଳା ତ ଆଉ କିଏ କହୁଛନ୍ତି ଜମୁଥିଲା ମଦ ମାଂସର ଆସର । ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଅଭୟବର ପାଇଁ ବିଜେଡି ନେତ୍ରୀ ଏଲିନା ଦାସଙ୍କ ତତ୍ତ୍ବାବଧାନରେ ଚାଲୁଥିବା ଏହି ଢାବାରେ ବେଆଇନ ଆର୍ଥିକ କାରବାର ଅଭିଯୋଗ ପରେ ଏବେ ହଇଚଇ। ତେବେ ଏନେଇ ପ୍ରଣବ କିମ୍ବା ଏଲିନାଙ୍କ ପ୍ରତିକ୍ରିୟା ମିଳି ନ ଥିବାବେଳେ ଖାଲି କରାଯାଇଛି ବଲେ ବଲେ ଢାବା। 

ବିନା ଲିଜ ରେ କିଭଳି ଚାଲୁଥିଲା ଏହି  ବଲେ ବଲେ ଢ଼ାବା ? ଧର୍ମଶାଳା BDO ଜାଣି ନାହାନ୍ତି କିନ୍ତୁ କିଭଳି ଦିଆଯାଇ ଥିଲା ଲିଜ୍ ? ଢ଼ାବା ଚଳାଉଥିବା ବ୍ୟକ୍ତିଙ୍କ ନାମ ନ ଜାଣି ତିନିଦିନ ମହଲତ ଦେଇଥିଲେ କାହାକୁ ? ଏଭଳି ବିଭିନ୍ନ ପ୍ରଶ୍ନ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଛି ।ଏବଂ ପୂର୍ବରୁ ବଲେ ବଲେ ଢାବା ରେ ବେଆଇନ କାର୍ଯ୍ୟ ଚାଲୁଥିବା ନେଇ ସାଧାରଣ ଲୋକେ ମଧ୍ୟ ଅଭିଯୋଗ କରିଛନ୍ତି ।ଏହାର ମାଲିକାନା କୁ ନେଇ କେତେ କଥା ଉଠୁଥିବା ବେଳେ କେହି ଗଣ ମାଧ୍ୟମ  ସମ୍ମୁଖରେ କାହିଁକି ସ୍ପଷ୍ଟୀକରଣ ରଖୁନାହାନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

balle balle | Argus News