Balukhand Sanctuary / ବନ୍ୟଜନ୍ତୁଙ୍କ ଜୀବନ ପ୍ରତି ବଢ଼ୁଛି ବିପଦ; ୪ ବର୍ଷରେ ଗଲାଣି ୩୭ ହରିଣଙ୍କ ଜୀବନ !
·54 mins ago·2 min read

Key Points
ବାଲୁଖଣ୍ଡରେ ଜୋକ ଆତଙ୍କ
ଜଙ୍ଗଲରୁ ଜନବସତି ସବୁଠି ଜୋକ ସାଲୁବାଲୁ
ଜଙ୍ଗଲରୁ ଜନବସତି ସବୁଠି ଜୋକ ସାଲୁବାଲୁ
ପୁରୀ: ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରୁ ଆସିଛି ଏକ ଚିନ୍ତାଜନକ ଖବର । ଜଙ୍ଗଲରେ ବଣୁଆ ଜୋକ ଓ ବିଷାକ୍ତ କୀଟପତ୍ରର ପ୍ରାଦୁର୍ଭାବ ବୃଦ୍ଧି ପାଇବା ଯୋଗୁଁ ବନ୍ୟଜନ୍ତୁଙ୍କ ଜୀବନ ପ୍ରତି ବିପଦ ଦେଖା ଦେଇଛି । ଜୋକ ଲାଗିବା କାରଣରୁ ଏକ ହରିଣର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିବାବେଳେ, ଏହାକୁ ନେଇ ପରିବେଶବିତ୍ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି ।
ବାଲୁଖଣ୍ଡ ଅଭୟାରଣ୍ୟକୁ ଯୋକ ଚିନ୍ତା । ବନ୍ୟପ୍ରାଣୀଙ୍କୁ କଲବଲ କରୁଛି ବଣୁଆ ଜୋକ । ସ୍ଥାନୀୟ ଜନବସତି ଅଞ୍ଚଳ ବି ହେଲାଣି ପ୍ରଭାବିତ । ପ୍ରବଳ ବର୍ଷା ଯୋଗୁଁ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ପାଣି ଜମି ରହିବା ଫଳରେ ହାଲ୍ ବେହାଲ୍ ହୋଇପଡ଼ିଲାଣି ।
ପାଣିରେ ବର୍ଜ୍ୟ ଜମି ଜୋକ ତଥା ଅନେକ ଘାତକ କୀଟ ସୃଷ୍ଟି ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଛି । ଯାହାଫଳରେ ଧୀରେ ଧୀରେ ବିଗିଡ଼ୁଛି ପାରିପାର୍ଶ୍ୱିକ ସନ୍ତୁଳନ । ଦୁଇ ଦିନ ତଳେ ଚିତ୍ରା ହରିଣର ମୃତ୍ୟୁ ଯୋକ ଯୋଗୁଁ ହୋଇଥିବା ଅଭିଯୋଗ ହୋଇଛି ।
ପୁରୀ ଜିଲ୍ଲା ବନ୍ୟପ୍ରାଣୀ ଅଧିକାରୀ ମଗର ଧାନାଜୀ ରାଓସୋ କହିଛନ୍ତି, "ବାଲୁଖଣ୍ଡରେ ଏ ବର୍ଷ ପ୍ରବଳ ବର୍ଷା ହୋଇଥିବାରୁ ପାଣି ଜମିଛି । ବାଲି ଅଞ୍ଚଳ ହୋଇଥିବାରୁ ଅଧିକ ବର୍ଷା ହେଲେ ଜଳମଗ୍ନ ହୁଏ । ଜଙ୍ଗଲ ହିସାବରେ ଜୋକ ହେବା ସ୍ଵାଭାବିକ ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ମା’ଠାରୁ ଅଲଗା ହୋଇ ଗଭୀର ଚାପରେ ୫ ଓରାଙ୍ଗଉଟାନ୍, ଦିଆଯିବ ମ୍ୟୁଜିକ୍ ଥେରାପି
ପୁରୀ ମହାନଗର ନିଗମ ଯୁଗ୍ମ ସଚିବ ଅଭିମନ୍ୟୁ ବେହେରା କହିଛନ୍ତି, "ଆଗରୁ ବାଲୁଖଣ୍ଡ ଅଭୟାରଣ୍ୟ ନିକଟରେ ଘର କରିଥିବା ଲୋକେ ହଇରାଣ ହେଉଛନ୍ତି । ଘର ପ୍ଲାନିଂ ଅନୁସାରେ ହେବା କଥା । ବର୍ଷାରେ ପାଣି ଯାଇ ପାରିନଥିବାରୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ।"
ଖାଲି ଅଭୟାରଣ୍ୟ କାହିଁକି ଜନବସତିକୁ ମଧ୍ୟ ବ୍ୟାପିଲାଣି ଜୋକର ପ୍ରଭାବ । ଅନେକ ସମୟରେ ହରିଣମାନେ ଖାଦ୍ୟ ସଂଗ୍ରହ ପାଇଁ ନିକଟସ୍ଥ ଜନବସତିରେ ପଡ଼ିଥିବା ବର୍ଜ୍ୟ ନିକଟକୁ ଆସୁଥିବାରୁ, ଉଭୟ ସ୍ଥାନୀୟ ବାସିନ୍ଦା ଓ ବନ୍ୟଜନ୍ତୁ ପ୍ରଭାବିତ ହେବା ଆଶଙ୍କା ବଢ଼ିଛି ।
ବିଭିନ୍ନ ସମୟରେ ପିକନିକ୍ ଯୋଗୁଁ ବାଲୁଖଣ୍ଡ ଅରଣ୍ୟର ପରିବେଶ ନଷ୍ଟ ହେଉଥିବା ବେଳେ, ଜମିଥିବା ପାଣିରେ ବର୍ଜ୍ୟବସ୍ତୁ ଜମି ରହିବା ବନ୍ୟପ୍ରାଣୀଙ୍କ ପାଇଁ ଏକ ବଡ଼ ବିପଦ ସୃଷ୍ଟି କରୁଛି ।

Related Topics
Explore more stories