Rescued Orangutans / ମା’ଠାରୁ ଅଲଗା ହୋଇ ଗଭୀର ଚାପରେ ୫ ଓରାଙ୍ଗଉଟାନ୍, ଦିଆଯିବ ମ୍ୟୁଜିକ୍ ଥେରାପି
·1 hour ago·2 min read

Key Points
ମା'କୁ ଭୁଲାଇବାକୁ ଦିଆଯିବ ମ୍ୟୁଜିକ ଥେରାପି
ନିଃଶବ୍ଦ କାନ୍ଦକୁ ଶବ୍ଦର ଶାହାରା, ସଂଗୀତ ପୋଛିବ ଦୁଃଖ
ମା' ଠାରୁ ଅଲଗା ହୋଇ ଅବସାଦରେ ଅଛନ୍ତି ଓରାଙ୍ଗଉଟାନ୍ ଶାବକ
ନିଃଶବ୍ଦ କାନ୍ଦକୁ ଶବ୍ଦର ଶାହାରା, ସଂଗୀତ ପୋଛିବ ଦୁଃଖ
ମା' ଠାରୁ ଅଲଗା ହୋଇ ଅବସାଦରେ ଅଛନ୍ତି ଓରାଙ୍ଗଉଟାନ୍ ଶାବକ
ବାଲେଶ୍ବର ଜଙ୍ଗଲରୁ ଉଦ୍ଧାର ୫ ଓରାଙ୍ଗଉଟାନ୍ ଶାବକ ଏବେ ନନ୍ଦନକାନନ ଜାତୀୟ ପ୍ରାଣୀ ଉଦ୍ୟାନରେ ଅଛନ୍ତି । କର୍ତ୍ତୁପକ୍ଷ ଏମାନଙ୍କ ଯତ୍ନ ନେଉଥିବାବେଳେ, ଶାବକଗୁଡ଼ିକ ଗଭୀର ମାନସିକ ଚାପରେ ଥିବା କହିଛନ୍ତି ନନ୍ଦନକାନନ ଉପନିର୍ଦ୍ଦେଶକ । ସାଧାରଣତଃ ଓରାଙ୍ଗଉଟାନ ଶାବକଗୁଡ଼ିକ ଦୀର୍ଘବର୍ଷ ଧରି ମା' ସହିତ ରୁହନ୍ତି । ଏପରିକି ୬ରୁ ୮ ବର୍ଷ ଯାଏଁ ମା'ଠାରୁ କ୍ଷୀର ଖାଇଥାନ୍ତି । ହେଲେ ଛୋଟ ଶାବକଗୁଡ଼ିକୁ ସେମାନଙ୍କ ମା'ଠାରୁ ଅଲଗା କରିଦିଆଯାଇଥିବାରୁ ଏଗୁଡ଼ିକ ପ୍ରବଳ ମାନସିକ ଚାପରେ ଥିବା ଆଶଙ୍କା କରାଯାଉଛି । ମା'କୁ ଖୋଜି ଖୋଜି ଓରାଙ୍ଗଉଟାନ ଛୁଆଗୁଡ଼ିକ ଷ୍ଟ୍ରେସରେ ଥିବା କହିଛନ୍ତି ପ୍ରାଣୀ ଉଦ୍ୟନ ଉପନିର୍ଦ୍ଦେଶକ । ଜ୍ୱର କମିଥିଲେ ବି ଆକ୍ଟିଭ ହେଉନାହାନ୍ତି । ଷ୍ଟ୍ରେସ କମାଇବାକୁ ଖେଳନା ଦିଆଯାଉଛି । ଆଗକୁ ମ୍ୟୁଜିକ ଥେରାପି ଦିଆଯିବ ।
ମାନସିକ ସ୍ୱାସ୍ଥ୍ୟ କ୍ଷେତ୍ରରେ ସଙ୍ଗୀତ ଥେରାପି ଏକ ବୈଜ୍ଞାନିକ ଯୁକ୍ତି ସଙ୍ଗୀତ ଚିକିତ୍ସା ପଦ୍ଧତି ଭାବେ ବ୍ୟବହୃତ ହୁଏ । ଏହା ମନରେ ଥିବା ଗଭୀର ଭାବନାକୁ ବୁଝିବା ଓ ପ୍ରକାଶ କରିବାରେ ସହାୟତା କରେ । କୁହାଯାଉଛି ନନ୍ଦନକାନନରେ ରଖାଯାଇଥିବା ଏହି ବିରଳ ବଣମଣିଷଙ୍କର ସାଧାରଣ ମନୁଷ୍ୟଙ୍କ DNA ସହ ପ୍ରାୟ ୯୬ ପ୍ରତିଶତରୁ ଅଧିକ ସମାନତା ରହିଛି । ସେହି ଦୃଷ୍ଟିରୁ ଦେଖିଲେ ସଙ୍ଗୀତକୁ ନେଇ ମଣିଷର ମସ୍ତିଷ୍କ ପ୍ରକାଶ କରୁଥିବା ପ୍ରତିକ୍ରିୟା ଓରାଙ୍ଗଉଟାନଙ୍କ କ୍ଷେତ୍ରରେ ମଧ୍ୟ ପ୍ରଭାବ ପକାଇବ ।
ସଙ୍ଗୀତର ଯାଦୁଗରୀ ଶକ୍ତି
ସଙ୍ଗୀତ ମସ୍ତିଷ୍କର ତନ୍ତ୍ରୀରେ ଥିବା ‘ଇମୋସନାଲ୍ ସେଣ୍ଟର’କୁ ସକ୍ରିୟ କରେ
ମସ୍ତିଷ୍କର ଲିମ୍ବିକ୍ ସିଷ୍ଟମ୍ ସହ ଯୋଡ଼ିତ ହୋଇଥାଏ ମ୍ୟୁଜିକ୍
ଏହି ଅଂଶରେ ଆମିଗଡାଲା ଓ ହିପୋକ୍ୟାମ୍ପସ୍ ଭଳି ଗୁରୁତ୍ୱପୂର୍ଣ୍ଣ ଅଂଶ ରହିଛି
ଯେଉଁଗୁଡ଼ିକ ସାଧାରଣତଃ ଭାବନା ଓ ସ୍ମୃତି ସହ ଜଡ଼ିତ
ତେଣୁ ସଙ୍ଗୀତ ମନର ଉତ୍ତେଜନା କମାଇବା ଓ ମୁଡ୍କୁ ନିୟନ୍ତ୍ରଣ କରିବାରେ ସହାୟକ ହୁଏ
ଏହା ମସ୍ତିଷ୍କରେ ଭାବନାତ୍ମକ ସନ୍ତୁଳନ ଆଣିବାରେ ମଧ୍ୟ ସହାୟକ ହୋଇପାରେ
ନନ୍ଦନକାନନର ନୂଆ ଅତିଥି ବିରଳ ବଣମଣିଷଙ୍କ ଷ୍ଟ୍ରେସ କମାଇବାକୁ ଦୋଳିରେ ଝୁଲା ଯାଉଛି । ମାନସିକ ଚାପ କମିବା ପରେ ଯାଇ ରକ୍ତ ନମୁନା ସଂଗ୍ରହ କରାଯିବ । ୧୦ ଦିନ ପରେ ଡିଏନଏ ପାଇଁ ରକ୍ତ ନମୁନା ସଂଗ୍ରହ କରାଯିବ ବୋଲି ଜଣାପଡ଼ିଛି । OUAT ଅଧୀନରେ ଥିବା 'ସେଣ୍ଟର ଫର୍ ୱାଇଲ୍ଡ ଲାଇଫ୍ ହେଲ୍ଥ କମିଟି'ର ପରାମର୍ଶ କ୍ରମେ ଏହି ସମସ୍ତ ନମୁନା ସଂଗ୍ରହ କରାଯିବା ନେଇ ସୂଚନା ମିଳିଛି । ପ୍ରତି ମୁହୂର୍ତ୍ତରେ ଏମାନଙ୍କ ଆଚରଣ ଓ ଗତିବିଧି ଉପରେ ନଜର ରଖାଯାଉଛି । ଖୁବଶୀଘ୍ର ମହୀଷୂର ଚିଡ଼ିଆଖାନାର ବିଶେଷଜ୍ଞଙ୍କ ଭିଡିଓ କନଫରେନ୍ସିଂରେ ଏମାନଙ୍କୁ ଦେଖିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ନିୟମିତ ଭାବେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷାକୁ ଜୋରଦାର କରାଯାଇଛି । ଖାଇବାକୁ କଦଳୀ ସହ ପ୍ରତି ଦୁଇ ଘଣ୍ଟାରେ ଆଳୁ ଓ ସେଓକୁ ସିଝାଇ ଦିଆଯାଉଛି । ଏପଟେ ଚିଡ଼ିଆଖାନାରେ ରଖିବା ପାଇଁ ନ୍ୟାସନାଲ ଜୁ' ଅରରିଟିଙ୍କୁ ଚିଠି ଲେଖାଯାଇଥିବା କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପୂର୍ବରୁ ଓରାଙ୍ଗଉଟାନ ରହିଥିବାରୁ ଏମାନଙ୍କ ସେବା ଯତ୍ନର ଅଭିଜ୍ଞତା ରହିଛି । ହେଲେ ନୂଆକରି ଆସିଥିବା ୫ ବିରଳ ବଣମଣିଷଗୁଡ଼ିକ ଶାବକ ହୋଇଥିବାରୁ ଏମାନଙ୍କ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାକୁ ପଡୁଛି ।
Related Topics
Explore more stories