ଆଜିଠୁ ସମୁଦ୍ରରେ ମାଛ ମାରିବା ନେଇ ଲାଗୁ ହେଲା କଟକଣା
·2 years ago

ଅର୍ଗସ ବ୍ୟୁରୋ: ଆଜିଠୁ ସମୁଦ୍ରରେ ମାଛ ମାରିବା ନେଇ ଲାଗୁ ହେଲା କଟକଣା। ସମୁଦ୍ର ଉପକୂଳରୁ 20 କିଲୋମିଟର ପର୍ଯ୍ୟନ୍ତ ଏହି କଟକଣା ମତ୍ସ୍ୟ ବିଭାଗ ପକ୍ଷରୁ ଲାଗୁ କରାଯାଇଛି।
ଯନ୍ତ୍ର ଚାଳିତ ଡଙ୍ଗା କିମ୍ବା ଟ୍ରଲର ଉପକୂଳରୁ 20 କିମି ଭିତରେ ଫିସିଙ୍ଗୀ କରିପାରିବେ ନାହିଁ ବୋଲି କୁହାଯାଇଛି। କଇଁଛ ସୁରକ୍ଷା ପାଇଁ ମେ' 31 ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ। କାରଣ ଏହି ସମୟରେ କଇଁଛ ମାନେ ଦୂର ସମୁଦ୍ରରୁ ଉପକୁଳକୁ ଅଣ୍ଡା ଦାନ କରିବାକୁ ଆସୁଥିବା ବେଳେ ଯନ୍ତ୍ର ଚାଳିତ ଡଙ୍ଗା ଓ ଟ୍ରଲରରେ ମାଡ ହୋଇ ପ୍ରାଣ ହରାଇଥାନ୍ତି। ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟ ବିଭାଗ ଉପକୂଳରୁ 20 କିଲୋମିଟର ପର୍ଯ୍ୟନ୍ତ ମାଛ ଧରିବା ଉପରେ କଟକଣା ଲଗାଇଥାନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: