ଅନ୍ଧାରୀମୂଲକ ଭିତରେ ଆଶାର କିରଣ, ବଣ୍ଡାଘାଟିର ପ୍ରଥମ ଡାକ୍ତରୀ ଛାତ୍ର ମଙ୍ଗଳା
·1 year ago·1 min read

ଅର୍ଗସ ବ୍ୟୁରୋ: ବଣ୍ଡାଘାଟିର ପ୍ରଥମ ଡାକ୍ତରୀ ଛାତ୍ର ମଙ୍ଗଳା ମୁଦୁଲି I ଅନ୍ଧାରୀମୂଲକ ଭିତରେ ଆଶାର କିରଣ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍ ବଣ୍ଡାଘାଟିର ପ୍ରଥମ ଡାକ୍ତରୀ ଛାତ୍ର ମଙ୍ଗଳା ମୁଦୁଲି । ଆଦିମ ଜନଜାତିଙ୍କ ମଧ୍ୟରେ ପ୍ରଥମ ଡାକ୍ତର ହେବେ ମଙ୍ଗଳା । ସେ ଚୟନ ହେବା ପରେ ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜରେ ଆସନ୍ତା ୩୦ ତାରିଖରେ ନାମ ଲେଖାଇବେ । ବଣ୍ଡାଘାଟିର ଅଣ୍ଡ୍ରାହଲ ପଞ୍ଚାୟତ ଅଧୀନ ବଡ଼ବେଲ ଗାଁର ମେଧାବୀ ଛାତ୍ର ମଙ୍ଗଳା । ବାପା ହାଡ଼ି ମୁଦୁଲି ଏବଂ ମାଆ ମଙ୍ଗଳି ମୁଦୁଲିଙ୍କ ବଡ଼ ପୁଅ । ପିଲାଟି ଦିନରୁ ଅଭାବ ଅନଟନରେ ପାଠ ପଢ଼ିବାକୁ ସଂଘର୍ଷ କରିଥିଲେ ମଙ୍ଗଳା । ସେପଟେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ଏହା ଏକ ଖୁସିର ମୁହୂର୍ତ୍ତ। ମଙ୍ଗଳା ମୁଦୁଲି ପାଇଁ ଆମେ ସମସ୍ତେ ଗର୍ବୀତ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
