Strike / ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ଡାକରା

Key Points
ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ଡାକରା ।
ଆଜି ଭାରତ ବନ୍ଦ । ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ଡାକରା ଦେଇଛନ୍ତି ୧୦ରୁ ଅଧିକ ସଂଗଠନ । ଏହାକୁ ସମର୍ଥନ ଜଣାଇଛନ୍ତି ବିଭିନ୍ନ ରାଜନୈତିକ ଦଳ ।
ଭାରତ ବନ୍ଦର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଲାଣି । ପ୍ରମୁଖ ଛକମାନଙ୍କରେ ବନ୍ଦ ରହିଛି ଗାଡ଼ି ଚଳାଚଳ ଓ ଦୋକାନ ବଜାର । ମେଡିକାଲ, ଦମକଳ କେନ୍ଦ୍ର, ସରକାରୀ ଅଫିସ ଖୋଲା ରହିଥିବା ବେଳେ ଜଳଯୋଗାଣ, ବିଦ୍ୟୁତ୍ ସେବା ଜାରି ରହିଛି । ନୂଆ ଭାବେ ଲାଗୁ ହୋଇଥିବା ଚାରିଟି ଶ୍ରମ କୋର୍ଡ ପ୍ରତ୍ୟାହାର ଦାବିରେ ଟ୍ରେଡ ୟୁନିଅନ ସମୂହ ଦେଇଛି ୧୨ ଘଣ୍ଟିଆ ବନ୍ଦ ଡାକରା।
ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ଡାକରା ଦେଇଛି ଶ୍ରମିକ ସଂଗଠନ । ବନ୍ଦ ଡାକରାର ପ୍ରଭାବ ଗାଡ଼ି ଚଳାଚଳ ଉପରେ ପଡ଼ିଛି । ଓଡ଼ିଶାର କେତେକ ସ୍ଥାନରେ ଘରୋଇ ବସ୍ ଚଳାଚଳ ବନ୍ଦ ରହିଛି । ସେହିପରି ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି । ତେବେ ଏହି ବନ୍ଦରୁ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି ।
ସରକାରୀ ଅଫିସ, ମେଡିକାଲ, ଆମ୍ବୁଲାନ୍ସ ସେବା, ସମ୍ବାଦ ସରବରାହ, ଫାୟାର ବ୍ରିଗେଡ୍ ସେଵା ଓ ଜଳଯୋଗାଣ, ବିଦ୍ୟୁତ ସେବା ଜାରି ରହିବ । କେନ୍ଦ୍ର ସରକାରଙ୍କ ଶ୍ରମିକମାରଣ ନୀତି ବିରୋଧରେ ଆଜି ଏହି ବନ୍ଦ ଡାକରା ଦେଇଛନ୍ତି ବୋଲି କହିଛନ୍ତି ଶ୍ରମିକ ସଂଗଠନ । ଏଥିରେ ଆଇଏନ୍ଟିୟୁସି, ଏଆଇଟିୟୁସି, ଏଚ୍ଏମ୍ଏସ୍, ସିଆଇଟିୟୁ, ଏଆଇୟୁଟିୟୁସି, ଏଆଇସିସିଟିୟୁ, ଟିୟୁସିସି, ଏପିଏଫ୍ ଓ ସ୍ଵାଧୀନ ଫଡେରେସନ୍ ଆହ୍ଵାନରେ ଅଖଚକ ବନ୍ଦ କରାଯାଉଛି ।
ପଢ଼ନ୍ତୁ ଏହି ଖବର: ରାସ୍ତାରୋକରେ ଫସିଯାଇଛି ବର ଗାଡି: ବାହା ହେବାକୁ ଗଲେ ଚାଲି ଚାଲି
ଶ୍ରମିକ ଓ କୃଷକ ସ୍ଵାର୍ଥ ବିରୋଧୀ ନୀତିରେ ପରିବର୍ତ୍ତନ ଆଣିବାକୁ ବାମ ଦଳ ଦାବି କରିଛନ୍ତି । ବନ୍ଦକୁ ସମର୍ଥନ କରି ୪ ଟି ବାମଦଳ ସାମ୍ବାଦିକ ସମ୍ମିଳନୀ କରି ବନ୍ଦକୁ ସଫଳ କରିବା ପାଇଁ ଓଡିଶାବାସୀଙ୍କୁ ଅନୁରୋଧ କରିଥିଲେ । କେନ୍ଦ୍ର ସରକାରଙ୍କ ଶ୍ରମିକ ସ୍ଵାର୍ଥ ବିରୋଧୀ ୪ଟି ଶ୍ରମ କୋଡ୍ ବାତିଲ୍ ଓ ଅନ୍ୟାନ୍ୟ ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି । ବାମଦଳ ଗୁଡିକ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ର ସରକାର ଲଗାତାର ଭାବେ ଦେଶର ଶ୍ରମଜୀବି ଜନଗଣକୁ ଶୋଷଣ କରୁଛନ୍ତି ।
ସମସ୍ତ ଆନ୍ଦୋଳନକୁ ଭୃକ୍ଷେପ ନକରି ୪୪ଟି ଶ୍ରମ ଆଇନକୁ ଭାଙ୍ଗି ଚାରୋଟି ଶ୍ରମ କୋଡ୍କୁ ସରକାର କାର୍ଯ୍ୟକାରୀ କରିଛନ୍ତି ବୋଲି ବାମ ଦଳ କହିଛନ୍ତି । ତେଣୁ ଏହାକୁ ବିରୋଧ କରି ଆଜି ବନ୍ଦ ଡାକରା ଦେଇଛନ୍ତି ଶ୍ରମିକ ସଂଗଠନ ସହିତ ବିଭିନ୍ନ ରାଜନୈତିକ ଦଳ । ସକାଳ ୬ ରୁ ସନ୍ଧ୍ୟା ୬ ଯାଏ ୧୨ ଘଣ୍ଟିଆ ବନ୍ଧ ଡାକରା ଦିଆଯାଇଥିବା ବେଳେ କିଛି ସ୍ଥାନରେ ପ୍ରଭାବ ଦେଖିବାକୁ ମିଳୁଛି ।
📱 Get Argus News App
✨Related Topics
Explore more stories