Road Accident / ଘାଟିରେ କାଳ ହେଲା ଓଭରଟେକ୍; କାର୍ ଉପରେ ଓଲଟିଲା ଯାତ୍ରୀବାହୀ ବସ୍
·7 months ago·2 min read

Key Points
ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦ୍ଵାରଶୁଣି ଘାଟିରେ ବଡ଼ ଦୁର୍ଘଟଣା ଘଟିଛି । ଘାଟିରେ ଓଭରଟେକ୍ ସମୟରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି ।
ବାଙ୍ଗିରିପୋଷି (ମୟୂରଭଞ୍ଜ): ଘାଟିରେ ଦୁର୍ଘଟଣା, କାର୍ ଉପରେ ଓଲଟିଲା ବସ୍ । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦ୍ଵାରଶୁଣି ଘାଟିରେ ବଡ଼ ଦୁର୍ଘଟଣା ଘଟିଛି । ଘାଟିରେ ଓଭରଟେକ୍ ସମୟରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ବିଶୋଇ ପଟୁ ବାଙ୍ଗିରିପୋଷି ଆଡ଼କୁ ଘରୋଇ ବସ୍ 'ଶ୍ରୀ ଗଣେଶ' ଆସୁଥିଲା । ଘାଟିରୁ ଓହ୍ଲାଇବା ବେଳେ ଏକ କଳା ରଙ୍ଗର କାର୍କୁ ଓଭରଟେକ୍ କରିବାକୁ ଚେଷ୍ଟା କରିଥିଲା ବସ୍ । ଓଭରଟେକ୍ ବେଳେ ବସ୍ଟି ଏକ ପଥରରେ ଧକ୍କା ହୋଇ ସିଧା କାର୍ ଉପରେ ଓଲଟି ପଡ଼ିଥିଲା । କାର୍ ଡ୍ରାଇଭର ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଘରୋଇ ବସ୍ରେ ପାଖାପାଖି ୪୦ ଜଣ ଯାତ୍ରୀ ରହିଥିଲେ । ସେଥିରୁ କେତେକ ଯାତ୍ରୀ ଆହତ ହୋଇଛନ୍ତି ।
ଏଥିସହ ପଢ଼ନ୍ତୁ: ଦୀପାବଳି ପାଇଁ ଦୁଇ ଦିନ ଛୁଟି ଘୋଷଣା କଲେ ରାଜ୍ୟ ସରକାର; ୨୦ ଓ ୨୧ରେ ବନ୍ଦ ରହିବ ଅଫିସ୍
୪୯ ନମ୍ବର ଜାତୀୟ ରାଜପଥ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ଭାରି ଯାନ ପ୍ରବେଶ ଉପରେ କଟକଣା ରହିଛି । ବସ୍ଟି କାର୍ ଉପରେ ଓଲଟି ପଡ଼ିଥିବା ବେଳେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରିଛନ୍ତି । ଆହତଙ୍କୁ ସ୍ଥାନୀୟ ମେଡିକାଲ୍ରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତରଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି ।
ଦ୍ଵାରଶୁଣି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଛି । ତେଣୁ ଘାଟିର ୯.୧୯୮କିମି ରାସ୍ତା ବେଶୀ ଚିନ୍ତାଜନକ ଥିବା ବେଳେ ଏହାକୁ ୪ ଥାକିଆ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏଥିପାଇଁ ବିଧିବଦ୍ଧ ଭାବେ ଜାତୀୟ ରାଜପଥ ପ୍ରାଧିକରଣ ମାଧ୍ୟମରେ ଭାରତ ସରକାରଙ୍କ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ତରଫରୁ ଟେଣ୍ଡର ଆହ୍ଵାନ କରାଯାଇଛି ।
ଏଥିସହ ପଢ଼ନ୍ତୁ: ଟିଟିଲାଗଡ଼ ଜଙ୍କସନରୁ ୭୦ ଲକ୍ଷ ଟଙ୍କା ଜବତ, ଅଧରାତିରେ ନେଇ ଯାଉଥିଲେ ବାପପୁଅ
ରାସ୍ତା ନିର୍ମାଣ ପାଇଁ ୧୯୬.୧୫ କୋଟି ଟଙ୍କା ବ୍ୟୟ ମଞ୍ଜୁର କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ ରାସ୍ତା ନିର୍ମାଣ କାମ ୨ ବର୍ଷ ୫ ମାସ ଭିତରେ ସାରିବାକୁ ଲକ୍ଷ୍ୟ ରଖା ଯାଇଛି । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଧୀନ ୪୯ ନମ୍ବର ଜାତୀୟ ରାଜପଥର ଦ୍ଵାରଶୁଣି ଘାଟି ରାସ୍ତା ସମ୍ପ୍ରସାରଣ ପରେ ଦୁର୍ଘଟଣା ହ୍ରାସ ପାଇବା ଆଶା ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories