Huge Money Seized / ଟିଟିଲାଗଡ଼ ଜଙ୍କସନରୁ ୭୦ ଲକ୍ଷ ଟଙ୍କା ଜବତ, ଅଧରାତିରେ ନେଇ ଯାଉଥିଲେ ବାପପୁଅ
·7 months ago·2 min read

Key Points
ଅଧରାତିରେ ଟ୍ରେନ୍ରୁ ୭୦ ଲକ୍ଷ ଟଙ୍କା ମିଳିବା ଅନେକ ସନ୍ଦେହ ସୃଷ୍ଟି କରିଛି । ଟାଟା-ଏଲଏପି ଏକ୍ସପ୍ରେସ୍ରେ ଟଙ୍କା ନେଇ ଯିବାବେଳେ ୨ ଜଣଙ୍କୁ RPF ଅଧିକାରୀ ଟିଟିଲାଗଡ଼ ରେଳ ଜଙ୍କସନରୁ ଧରିଛି ।
ଟିଟିଲାଗଡ଼ (ବଲାଙ୍ଗିର): ଟ୍ରେନ୍ରେ ନେଉଥିଲେ ପୁଳା ପୁଳା ଟଙ୍କା । କଳା ରଙ୍ଗର ସୁଟକେସ୍ରେ ୭୦ ଲକ୍ଷ ଟଙ୍କା ନେବାବେଳେ ଧରିଲା ରେଲୱେ ସୁରକ୍ଷା ବଳ । ଟାଟା-ଏଲଏପି ଏକ୍ସପ୍ରେସ୍ରେ ଟଙ୍କା ନେଇ ଯିବାବେଳେ ୨ ଜଣଙ୍କୁ RPF ଅଧିକାରୀ ଟିଟିଲାଗଡ଼ ରେଳ ଜଙ୍କସନରୁ ଧରିଛି ।
ଏଥିସହ ପଢ଼ନ୍ତୁ: ୫ ରାଜ୍ୟରେ ବ୍ରହ୍ମପୁର ପୋଲିସର ରେଡ୍; ୧୦ ଅଟକଙ୍କ ମଧ୍ୟରେ ଛାତ୍ର ନେତା ଓ କର୍ପୋରେଟର
ମିଳିଥିବା ସୂଚନା ଅନୁସାରେ, ବିଳମ୍ବିତ ରାତିରେ RPF କଳା ରଙ୍ଗର ସୁଟକେସ୍ ୨ ଜଣଙ୍କୁ ଧରିଛି । ତେବେ ରାତିରୁ ଟଙ୍କା ସହ ୨ ଜଣଙ୍କୁ ଧରା ଯାଇଥିବା ବେଳେ RPF କୌଣସି ପ୍ରତିକ୍ରିୟା ଦେଇ ନାହିଁ ।
ମିଳିଥିବା ସୂଚନା ଅନୁସାରେ, ଟଙ୍କା ନେଇ ଯାଉଥିବା ୨ ଜଣ ହେଲେ ଭବାନୀପାଟଣାର, ସମ୍ପର୍କରେ ବାପପୁଅ । ଏତେ ଟଙ୍କା ନେଇ ବାପପୁଅ ରାୟପୁର କୌଣସି ସାମଗ୍ର କିଣିବା ପାଇଁ ଯାଉଥିବା କୁହାଯାଉଛି । କିନ୍ତୁ ନୂଆପଡ଼ା ଉପନିର୍ବାଚନ ସମୟରେ ଏତେ ପରିମାଣର ଟଙ୍କା ପୁଣି ଅଧରାତିରେ ଟ୍ରେନ୍ରୁ ୭୦ ଲକ୍ଷ ଟଙ୍କା ମିଳିବା ଅନେକ ସନ୍ଦେହ ସୃଷ୍ଟି କରିଛି ।
ଏଥିସହ ପଢ଼ନ୍ତୁ: ସତରେ ହୋଇଛି କି ଡିଲ୍ ? ଏଯାଏଁ ମଇଦାନକୁ ଓହ୍ଲାଇ ନାହାନ୍ତି BJD ପ୍ରାର୍ଥୀ ?
ତେବେ ଏତେ ପରିମାଣର ଟଙ୍କା ପ୍ରକୃତରେ ବ୍ୟବସାୟ ପାଇଁ ନିଆ ଯାଉଥିଲା ନା ଏହା ପଛରେ ରହିଛି ଅନ୍ୟ କିଛି କାରଣ । ତାକୁ ନେଇ ନାନା ସନ୍ଦେହ କରାଯାଉଥିବା ବେଳେ ଆରପିଏଫ୍ ଅଧିକାରୀ ଅଟକ ରଖିଥିବା ବାପପୁଅଙ୍କୁ ଏବେ ଛାଡ଼ି ଦେଇଥିବା ସୂଚନା ମିଳିଛି । ଟ୍ରେନ୍ରୁ ୭୦ ଲକ୍ଷ ଜବତକୁ ନେଇ ଅଞ୍ଚଳରେ ନାନା ଚର୍ଚ୍ଚା ଲାଗି ରହିଥିବା ବେଳେ ଆରପିଏଫ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆ ଯାଇ ନାହିଁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories