Videos
|
Odisha

ବାଂଲାଦେଶ ହିଂସା : ହିନ୍ଦୁଙ୍କୁ ସୁରକ୍ଷା ଯୋଗାଇଦେବାକୁ ଉଠିଲା ଦାବି 

Manini Pattanayak
Browse all articles by Manini Pattanayak
·1 year ago·1 min read
ବାଂଲାଦେଶ ହିଂସା : ହିନ୍ଦୁଙ୍କୁ ସୁରକ୍ଷା ଯୋଗାଇଦେବାକୁ ଉଠିଲା ଦାବି 

ସମ୍ବଲପୁର:  ବାଂଲାଦେଶରେ ଆକ୍ରମଣର ଶିକାର ହୋଇ ପଳାୟନ କରୁଥିବା ହିନ୍ଦୁମାନଙ୍କୁ ସୁରକ୍ଷା ଯୋଗାଇଦେବାକୁ ଉଠିଲା ଦାବି। କୁଚିଣ୍ଡା ଉପଖଣ୍ଡରେ ବାଂଲାଦେଶୀ ରୋହିଙ୍ଗ୍ୟାଙ୍କୁ ବିତାଡିତ କରିବା ସହ ଆକ୍ରମଣର ଶିକାର ହୋଇ ପଳାୟନ କରୁଥିବା ହିନ୍ଦୁଙ୍କୁ ସୁରକ୍ଷା ଯୋଗାଇ ଦେବା ଦାବିରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛି ହିନ୍ଦୁ ସମାଜ। କୁଚିଣ୍ଡା ପୁରୁଣା ବସଷ୍ଟାଣ୍ଡରେ ହିନ୍ଦୁ ସୁରକ୍ଷା ମଞ୍ଚ କର୍ମକର୍ତ୍ତା ଏକତ୍ରୀତ ହୋଇ ଏକ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ଉପଜିଲ୍ଲାପାଳଙ୍କୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।

ଦୀର୍ଘ ଦୁଇ ଦଶନ୍ଧି ଧରି କୁଚିଣ୍ଡା ଉପଖଣ୍ଡରେ ବାଂଲାଦେଶୀ ରୋହିଙ୍ଗ୍ୟା ମାନେ ବିନା ଅନୁମତିରେ ବସବାସ କରୁଥିବାର ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି। ଅନାବାଦୀ, ଗୋଚର ଓ ସରକାରୀ ଜମିକୁ ବେଆଇନ ଭାବେ ରୋହିଙ୍ଗ୍ୟା ବାଂଲାଦେଶୀ କବଜା କରିବା ସହ ଅଞ୍ଚଳରେ ଚୋରୀ,ଡକାୟତି,ଲୁଣ୍ଠନରେ ଲିପ୍ତ ରହୁଥିବାର ଅଭିଯୋଗ ଆଣିଛି ସଂଗଠନ। ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହି ଆତଙ୍କର ବାତାବରଣ ସୃଷ୍ଟି କରୁଛନ୍ତି। ପ୍ରଶାସନ ପକ୍ଷରୁ ବେଆଇନ ଭାବେ ବସବାସ କରୁଥିବା ବାଂଲାଦେଶୀ ରୋହିଙ୍ଗ୍ୟାଙ୍କୁ ତୁରନ୍ତ ଚିହ୍ନଟ କରାଯାଇ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।
ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Bangladesh violence: demand to provide protection to Hindus | Argus News