Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Banjara Gang / ଭୁବନେଶ୍ବରରେ ମାତିଛନ୍ତି ବଞ୍ଜାରା ଗ୍ୟାଙ୍ଗ୍, ଏକୁଟିଆ ମହିଳାଙ୍କୁ କରୁଛନ୍ତି ଟାର୍ଗେଟ

Santosh Kumar Sahoo
Browse all articles by Santosh Kumar Sahoo
·5 months ago·2 min read
ଭୁବନେଶ୍ବରରେ ମାତିଛନ୍ତି ବଞ୍ଜାରା ଗ୍ୟାଙ୍ଗ୍, ଏକୁଟିଆ ମହିଳାଙ୍କୁ କରୁଛନ୍ତି ଟାର୍ଗେଟ
Banjara Gang

Key Points

ରାଜଧାନୀରେ ମାତିଛନ୍ତି ବଞ୍ଜାରା ଗ୍ୟାଙ୍ଗ୍
ଏକୁଟିଆ ବ୍ୟାଗ୍ ଧରିଥିବା ମହିଳାଙ୍କୁ କରୁଛନ୍ତି ଟାର୍ଗେଟ
ଆଖି ପିଛୁଳାକେ ଗାଏବ କରୁଛନ୍ତି ମୋବାଇଲ ପର୍ସ ଓ ସୁନା ଅଳଙ୍କାର
ରାଜଧାନୀରେ ମାତିଛନ୍ତି ବଞ୍ଜାରା ଗ୍ୟାଙ୍ଗ୍ । ଏକୁଟିଆ ମହିଳାଙ୍କୁ କରୁଛନ୍ତି ଟାର୍ଗେଟ । ଖଣ୍ଡଗିରି ମେଳାରେ ଖେଳାଉଛନ୍ତି ଲୁଟ୍‌ ଆତଙ୍କ । ଆଖି ପିଛୁଳାକେ ଗାଏବ କରୁଛନ୍ତି ମୋବାଇଲ ପର୍ସ ଓ ସୁନା ଅଳଙ୍କାର । ଲୁଟ୍‌ପାଟ୍‌ କରି ଲୋକଙ୍କ ନିଦ ହଜାଇବା ପରେ ସ୍ପେଶାଲ ଡ୍ରାଇଭ୍ ଆରମ୍ଭ କରିଛି କମିଶନରେଟ୍ ପୋଲିସ । ୧୧ ଜଣଙ୍କୁ ବାନ୍ଧି କୋର୍ଟ ଚାଲାଣ କରିଛି ଖଣ୍ଡଗିରି ଥାନା ପୋଲିସ ।

ଏବେ ଉତ୍ସବ ମୁଖର ପୂରା ଭୁବନେଶ୍ବର । ଖଣ୍ଡଗିରି ମେଳା ସାଙ୍ଗକୁ ଚାଲିଛି ଆଦିବାସୀ ମେଳା । ଏହା ସହ ବିବାହ ଋତୁ ଚାଲିଥିବାରୁ ଏବେ ସବୁ ବିବାହ ମଣ୍ଡପରେ ଦେଖିବାକୁ ମିଳୁଛି ପ୍ରବଳ ଗହଳି । ଆଉ ଏହି ଭିଡ଼ର ଫାଇଦା ନେଇଛନ୍ତି ବଞ୍ଜାରା ଗ୍ୟାଙ୍ଗ୍‌ । କିଛି ଦିନ ଧରି ରାଜଧାନୀର ଗଳିକନ୍ଦିରେ ଘୁରି ବୁଲୁଛନ୍ତି ମହାରାଷ୍ଟ୍ରରୁ ଆସିଥିବା ଏହି ମହିଳା ଲୁଟେରା ଗ୍ୟାଙ୍ଗ୍ I ରାଜଧାନୀରେ ଖଣ୍ଡଗିରି ମେଲା ଚାଲିଥିବା ବେଳେ ଗହଳିର ସୁଯୋଗ ନେଇ ଚଲାଇଛନ୍ତି ଲୁଟ୍ ପାଟ୍ । ଲୁଟ୍‌ ପାଟ୍‌ କରି ପୋଲିସକୁ କରୁଥିଲେ ନାକେଦମ୍‌ ।

ଭିଡ଼ ହେଉ କି ବରଯାତ୍ରୀ ପ୍ରୋସେସନ କିମ୍ବା କୌଣସି ଯାନିଯାତ୍ରା । ଭିଡ଼ର ଫାଇଦା ନେଇ କେବଳ ଏକୁଟିଆ ମହିଳାଙ୍କୁ କରନ୍ତି ଟାର୍ଗେଟ I ବିଭିନ୍ନ ବାହାନାରେ ଘେରନ୍ତି । ଆଉ ଲୁଟି ନିଅନ୍ତି ବ୍ୟାଗ, ପର୍ସ, ଟଙ୍କା, ସୁନା ଗହଣା ଓ ମୋବାଇଲ I କିଛି ଦିନ ତଳେ ଏହିପରି ଅଟୋରେ ଜଣେ ମହିଳାଙ୍କଠାରୁ ୯ ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଥିଲେ । ପରେ ପୁଣି ବରମୁଣ୍ଡା ବସ୍‌ ଷ୍ଟାଣ୍ଡ ପାଖରୁ ଆଉ ଜଣେ ମହିଳାଙ୍କ ବ୍ୟାଗରୁ ଟଙ୍କା ମୋବାଇଲ ନେଇ ଚମ୍ପଟ ମାରିଥିଲେ ଏହି ଗ୍ୟାଙ୍ଗ I

ଏକାଧରଣର ହୋଇଥିବା ଲୁଟର ଏକାଧିକ ଅଭିଯୋଗ ଆସିବା ପରେ ପୋଲିସ ଆରମ୍ଭ କରିଥିଲା ସ୍ପେଶାଲ ଡ୍ରାଇଭ୍ । ପୃଥକ ପୃଥକ କେସ୍‌ରେ ୧୧ ଜଣଙ୍କୁ ବାନ୍ଧି କୋର୍ଟ ଚାଲାଣ କରିଛି ଖଣ୍ଡଗିରି ଥାନା ପୋଲିସ । ସେମାନଙ୍କ ଠାରୁ ଟଙ୍କା, ମୋବାଇଲ ସହିତ ଚୋରି ମୋବାଇଲକୁ ରିକଭରି କରି ଅଭିଯୋଗକାରୀଙ୍କୁ ଫେରାଇଛି । ତେବେ ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ I
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Banjara Gang Active in Bhubaneswar, Targeting Lone Women | Argus News