Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାତି ଅଧରେ ବ୍ୟାଙ୍କ ଲୁଟି ନେଇଗଲେ ଲକ୍ଷାଧିକ ଟଙ୍କା

Swayangprajna Mishra
Browse all articles by Swayangprajna Mishra
·1 year ago
ରାତି ଅଧରେ ବ୍ୟାଙ୍କ ଲୁଟି ନେଇଗଲେ ଲକ୍ଷାଧିକ ଟଙ୍କା

ବାଲେଶ୍ବର : ରାତି ଅଧରେ ବ୍ୟାଙ୍କ ଲୁଟିଲେ ଦୁର୍ବୁତ୍ତ । ଗ୍ୟାସ କଟରରେ ଝରକା ତାଡ଼ି ନେଇଗଲେ ଲକ୍ଷାଧିକ ଟଙ୍କା । ବାଲେଶ୍ବର ଜିଲ୍ଲା ବାଲିଆପାଳରେ ଥିବା  ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ହୋଇଛି ଲୁଟ୍ । ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୁର୍ତ୍ତ ବ୍ୟାଙ୍କ ର ଉପର ମହଲାରେ ଥିବା ଝରକାର ଲୂହା ଗ୍ରିଲକୁ ଗ୍ୟାସ କଟରରେ କାଟି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି । 

ଆଜି ସକାଳେ ସ୍ଥାନୀୟ ଲୋକେ ବ୍ୟାଙ୍କର ଝରକା ଭଙ୍ଗା ଯାଇଥିବା ଦେଖି ବ୍ୟାଙ୍କର ମ୍ୟାନେଜର ଏବଂ ପୋଲିସ କୁ ଖବର ଦେଇ ଥିଲେ । ଖବର ପାଇ ବାଲିଆପାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । 5 ବର୍ଷ ପୂର୍ବରୁ ମଧ୍ୟ ଏହି ବ୍ୟଙ୍କରେ ଚୋରି ହୋଇଥିଲା । ବାରମ୍ବାର ଚୋରି ହେଉଥିବାରୁ ପୋଲିସ ପେଟ୍ରୋଲିଂକୁ କଡାକଡି କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bank loot at mid night in balasore | Argus News