Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସୁନା ନଦେଇ ଇମିଟେସନ୍ ଫେରାଇଲା ବ୍ୟାଙ୍କ, କର୍ତ୍ତୃପକ୍ଷଙ୍କ ନାଁରେ ଠକେଇ ଅଭିଯୋଗ ଦେଲେ ହିତାଧିକାରୀ

Odisha

Fraud / ସୁନା ନଦେଇ ଇମିଟେସନ୍ ଫେରାଇଲା ବ୍ୟାଙ୍କ, କର୍ତ୍ତୃପକ୍ଷଙ୍କ ନାଁରେ ଠକେଇ ଅଭିଯୋଗ ଦେଲେ ହିତାଧିକାରୀ

Swoyang prajna Mishra
Browse all articles by Swoyang prajna Mishra
·5 months ago·2 min read
ସୁନା ନଦେଇ ଇମିଟେସନ୍ ଫେରାଇଲା ବ୍ୟାଙ୍କ, କର୍ତ୍ତୃପକ୍ଷଙ୍କ ନାଁରେ ଠକେଇ ଅଭିଯୋଗ ଦେଲେ ହିତାଧିକାରୀ

Key Points

ବନ୍ଧା ରଖିଥିଲେ ସୁନା,ହେଲେ ମିଳିଲା ଇମିଟେସନ
ସୁନା ନଦେଇ ଇମିଟେସନ ଫେରାଇଛି ବ୍ୟାଙ୍କ
ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ନାଁରେ ଠକେଇ ଅଭିଯୋଗ ଦେଲେ ହିତାଧିକାରୀ
ବ୍ୟାଙ୍କରେ ବନ୍ଧା ରଖିଥିଲେ ୨୬୦ ଗ୍ରାମ ସୁନା । ହେଲେ ନିଜ ବନ୍ଧା ହୋଇଥିବା ସୁନା ଫେରି ପାଇବା ବଦଳରେ ତାଙ୍କୁ ଇମିଟେସନ ମିଳିଛି । ଯାହାକୁ ନେଇ ଥାନାରେ ଅଭିଯୋଗ କରିଛନ୍ତି ହିତାଧିକାରୀ ।

ମୟୁରଭଞ୍ଜ ଉଦଳା ଅଞ୍ଚଳର ବିଜୟ କୁମାର ସାହୁ ଫେବୃଆରୀ ମାସରେ ୨୬୦ ଗ୍ରାମର ସୁନା ଅଳଙ୍କାର ବନ୍ଧକ ରଖି ଏକ ଘରୋଇ ବ୍ୟାଙ୍କରୁ ୧୩ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଋଣ ନେଇଥିଲେ। ବର୍ତ୍ତମାନ ତାଙ୍କର ଜାଗା ବିକ୍ରି ହୋଇଯିବାରୁ ସେ ନିଜର ଟଙ୍କା ପାଇଥିଲେ । ଏବଂ ସଙ୍ଗେସଙ୍ଗେ ଋଣମୁକ୍ତ ହେବାପାଇଁ ବ୍ୟାଙ୍କକୁ ୧୩ ଲକ୍ଷ ୧୧ ହଜାର ୪୦୦ ଦେଇ ଲୋନ କ୍ଲୋଜ କରିଥିଲେ । ଆଉ ନିଜର ସୁନା ମୁକୁଳାଇବା ପାଇଁ ଅପରାହ୍ନରେ ବ୍ୟାଙ୍କ ଆସିଥିଲେ । ହେଲେ ସେଠାରେ ପ୍ୟାକଟରେ ତାଙ୍କୁ ସୁନା ଦେବା ବଦଳରେ ଏକ ଇମିଟେସନ ହାର ଦେଇଛନ୍ତି । ବିଜୟ କହିଛନ୍ତି, ଯେତେବେଳେ ସେ ସୁନା ମୁକୁଳାଇବା ପାଇଁ ଆସିଥିଲେ, ସେତେବେଳେ ବ୍ୟାଙ୍କ କର୍ମଚାରୀ ନିଜ ହାତରେ ତାଙ୍କର ସୁନା ପ୍ୟାକେଟକୁ ଖୋଲିଥିଲେ । ଏମିତି ଲାଗିବ ଯେମିତି ସିସିଟିଭି ସମ୍ମୁଖରେ ସେ ଉକ୍ତ ପ୍ୟାକେଟକୁ ଖୋଲୁଛନ୍ତି, ଆଉ ସମ୍ପୁର୍ଣ୍ଣ ସେ ରଖିଥିବା ସୁନାକୁ ଫେରାଉଛନ୍ତି । ହେଲେ ବ୍ୟାଙ୍କ ବନ୍ଧା ରଖିଥିବା ୨୬୦ ଗ୍ରାମର ସୁନା ତାଙ୍କୁ ଫେରାଇଥିବା ବେଳେ ସେଥିରେ ତାଙ୍କ ସୁନା ହାର ବଦଳରେ ଇମିଟେସନ ହାର ରହି ଯାଇଥିବା ଅଭିଯୋଗ ଆଣିଛନ୍ତି ବିଜୟ ।

ଅଧିକ ପଢନ୍ତୁ : ଡେମୋ ଦେଖାଇବା ବେଳେ ଦୌଡ଼ିଲା ପୀତବାସଙ୍କୁ ଗୁଳି କରିଥିବା କୁରୁପତି ଭୂୟାଁ !

ବିଜୟ ପ୍ରଥମେ ତାଙ୍କର ୧୫ ପିସ୍ ସୁନାକୁ ଧରି ଘରକୁ ଆସିଥିଲେ । ଯେତେବେଳେ ସମସ୍ତ ସୁନାକୁ ସେ ତାଙ୍କ ମାଆଙ୍କୁ ଦେଖାଇଥିଲେ, ତାଙ୍କ ମାଆ ଜାଣିବାକୁ ପାଇଥିଲେ ସେଥିରୁ ଏକ ହାର ତାଙ୍କର ବଦଳ ହୋଇଛି । ଏହାପରେ ତୁରନ୍ତ ବିଜୟ ହାରଟିକୁ ନେଇ ବଜାରରେ ସୁନା ଦୋକନକୁ ପରୀକ୍ଷା କରିବାକୁ ନେଇ ଯାଇଥିଲେ । ହେଲେ ଜଣା ପଡିଥିଲା,  ତାହା ସୁନା ନୁହେଁ ଇମିଟେସନ । ତାଙ୍କ ସହ ଠକେଇ ହୋଇଛି । ଯାହାକୁ ନେଇ ବିଜୟ ସେହି ଘରୋଇ ବ୍ୟାଙ୍କ ନାଁରେ ଅଭିଯୋଗ ଆଣିଛନ୍ତି । ଅଭିଯୋଗ ମୁତାବକ ପୋଲିସ ବ୍ୟାଙ୍କରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ହେଲେ ଘଟଣା ବାବଦରେ ବ୍ୟାଙ୍କ କର୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନଥିବା ବେଳେ ଠକେଇ ହୋଇଥିବା ନେଇ କୌଣସି ସ୍ପଷ୍ଟ ତଥ୍ୟ ମିଳିନଥିବା କହିଛି ପୋଲିସ। ତଦନ୍ତ ପରେ ସବୁ ସତ ଜଣାପଡିବ ବୋଲି ପୋଲିସ କହିଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Fraud | Bank returns imitation instead of 260g real gold | Argus News