Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବନକଲାଗି ନୀତି ବିଳମ୍ବ, ଦର୍ଶନ ଅପେକ୍ଷାରେ ଭକ୍ତ ହନ୍ତସନ୍ତ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ବନକଲାଗି ନୀତି ବିଳମ୍ବ, ଦର୍ଶନ ଅପେକ୍ଷାରେ ଭକ୍ତ ହନ୍ତସନ୍ତ

ପୁରୀ : ବନକଲାଗି ନିତିରେ ବିଭ୍ରାଟ ।ଦର୍ଶନ ଅପେକ୍ଷାରେ ଭକ୍ତ ହନ୍ତସନ୍ତ ।ଶ୍ରୀମନ୍ଦିର ପ୍ରଶାସନ ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟା ୬ଟାରୁ ୯ଟା ପର୍ଯ୍ୟନ୍ତ ବନକଲାଗି ନିତି ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା ।ମାତ୍ର ନିତିରେ ଅହେତୁକ ବିଳମ୍ବ ହେବା ସହ ରାତ୍ର ପ୍ରାୟ ୧୧ଟା ୨୫ରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପନ୍ନ ହୋଇଥିଲା ।ଯାହା ଫଳରେ ଦର୍ଶନ ନପାଇ ହନ୍ତସନ୍ତ ହୋଇଥିଲେ ଭକ୍ତ ।ତେବେ ଆଜି ଭୋର ୪ଟାରେ ତରବରିଆ ଭାବେ ପହୁଡ ନୀତି ହେବା ସହ ପ୍ରାୟ ସକାଳ ୬ଟା ୧ରେ ଦ୍ଵାର ଫିଟିଥିଲା । ସକାଳ ୭ଟା ବେଳକୁ ଭକ୍ତମାନଙ୍କୁ ଦର୍ଶନ ସୁଯୋଗ ମିଳିଥିବା ବେଳେ ଅନେକ ଭକ୍ତ ଘଣ୍ଟା ଘଣ୍ଟା ଧରି ଦର୍ଶନ ପ୍ରତୀକ୍ଷାରେ ରହିଥିଲେ ।

ଅଧିକ ପଢନ୍ତୁ : ଆବୁଧାବିରେ ପ୍ରତିଷ୍ଠା ହେଲା ଜଗନ୍ନାଥ ମନ୍ଦିର, ଯୋଗ ଦେଲେ ଗଜପତି ମହାରାଜ

ସେପଟେ ଗତ ୧୯ ତାରିଖରେ ଛତିଶା ନିଯୋଗ ନିଷ୍ପତ୍ତି ଅନୁଯାୟୀ ନାଟମଣ୍ଡପ ମରାମତି କାମ ଥିବାରୁ ରାତି ୨ ରୁ ଦ୍ଵାର ଫିଟା ହେବା ସହ ନୀତି ଶୃଙ୍ଖଳିତ ହେବାକୁ ନିଆଯାଇଥିଲା ନିଷ୍ପତ୍ତି ।ଫେବୃଆରୀ ୨୩ ରୁ ମାର୍ଚ୍ଚ ୧୯ ତାରିଖ ପର୍ଯ୍ୟନ୍ତ ନୀତିକୁ ସଅଳ କରିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଏବେଠାରୁ ନୀତି ଅନିୟମିତତାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ସେପଟେ ନାଟମଣ୍ଡପ ମରାମତି ଠାରୁ ଅର୍ଥାତ ଆସନ୍ତାକାଲି ଠାରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଜେ ଉପସ୍ଥିତ ରହି ନୀତିକାନ୍ତି କିଭଳି ସଅଳ ହୋଇପାରିବ ଓ ଭକ୍ତମାନେ କିଭଳି ଭୋରୁଭୋରୁ ଦର୍ଶନ କରିପାରିବେ ସେନେଇ ଅନୁରୋଧ କରିଛନ୍ତି ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bankalagi niti issue, devotees are waiting for darshan | Argus News