Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରାଜ୍ୟ ସରକାରଙ୍କ ରାଜନୀତି ମଇଦାନ ପାଲଟିଛି ବାଙ୍କୀ ସ୍ବୟଂଶାସିତ ମହାବିଦ୍ୟାଳୟ

Odisha

ରାଜ୍ୟ ସରକାରଙ୍କ ରାଜନୀତି ମଇଦାନ ପାଲଟିଛି ବାଙ୍କୀ ସ୍ବୟଂଶାସିତ ମହାବିଦ୍ୟାଳୟ

Jitendra Dash
Browse all articles by Jitendra Dash
·2 years ago·2 min read
ରାଜ୍ୟ ସରକାରଙ୍କ ରାଜନୀତି ମଇଦାନ ପାଲଟିଛି ବାଙ୍କୀ ସ୍ବୟଂଶାସିତ ମହାବିଦ୍ୟାଳୟ

ରାଜ୍ୟ ସରକାରଙ୍କ ରାଜନୀତି ମଇଦାନ ପାଲଟିଛି ବାଙ୍କୀ ସ୍ବୟଂଶାସିତ ମହାବିଦ୍ୟାଳୟ
ଲାଗୁଛି ଯେମିତି କଲେଜ କମ୍ ଶଙ୍ଖ ଭବନ ବେଶୀ
କ୍ଲାସରୁମ ସାଜିଛି ବିଜେଡ଼ି ସରକାରଙ୍କ ପ୍ରଚାର ମଇଦାନ
 

ଅର୍ଗସ ବ୍ୟୁରୋ : ରାଜ୍ୟ ସରକାରଙ୍କ "ଯୁବ ଓଡିଶା ନବୀନ ଓଡିଶା" ନାମରେ ଏବେ ବିଭିନ୍ନ ମହାବିଦ୍ୟାଳୟକୁ କ୍ରୀଡା, କଳା, ସଂସ୍କୃତି କ୍ଷେତ୍ର ପାଇଁ ନବୀନ ବାବୁ ଅନୁଦାନ ଦେଉଛନ୍ତି । ଆଉ ଏହାର ଫାଇଦା ଉଠାଉଛନ୍ତି ବିଜେଡି ଛାତ୍ର ନେତା ମାନେ । କଲେଜ କର୍ତ୍ତୃପକ୍ଷଙ୍କୁ ହାତ ବାରେସୀ କରି ମହାବିଦ୍ୟାଳୟରେ କରୁଛନ୍ତି ଆଗାମୀ ସାଧାରଣ ନିର୍ବାଚନର ପ୍ରଚାର । ଏଭଳି ଘଟଣା ଦେଖିବାକୁ ମିଳିଛି ବାଙ୍କୀ ସ୍ଵଂଶାସିତ ମହାବିଦ୍ୟାଳୟରେ । 

ବାଙ୍କୀ ସ୍ୱଂଶାସିତ ମହାବିଦ୍ୟାଳୟ ବହୁ ପୁରାତନ ମହାବିଦ୍ୟାଳୟ ଭାବେ ସାରା ରାଜ୍ୟରେ ନିଜର ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ବାଙ୍କୀର ଗର୍ବ ଗୌରବ ମଧ୍ୟରୁ ଅନ୍ୟତମ ଏହି କଲେଜ । ଏଠାକୁ ବାଙ୍କୀ ନିର୍ବାଚନ ମଣ୍ଡଳୀ ସହିତ ରାଜ୍ୟର ବିଭିନ୍ନ କୋଣ ଓ ଅନକୋଣରୁ ଛାତ୍ରଛାତ୍ରୀ ପାଠ ପଢିବାକୁ ଆସନ୍ତି । ଏପଟେ ବିଜେଡି ଦଳର ସ୍ଥାନୀୟ ନେତା ଏବଂ ବିଜେଡି ଛାତ୍ର ନେତାଙ୍କ ପାଇଁ ଏହି କଲେଜ ପାଲଟିଛି ପ୍ରଚାରର ମଇଦାନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

<iframe src="https://www.facebook.com/plugins/video.php?height=314&href=https%3A%2F%2Fwww.facebook.com%2Fargustvdigital%2Fvideos%2F872421871039780%2F&show_text=false&width=560&t=0" width="560" height="314" style="border:none;overflow:hidden" scrolling="no" frameborder="0" allowfullscreen="true" allow="autoplay; clipboard-write; encrypted-media; picture-in-picture; web-share" allowFullScreen="true"></iframe>

କିଭଳି କଲେଜ ମୁଖ୍ୟ ତୋରଣ ଠାରୁ ଆରମ୍ଭ କରି କଲେଜର କାନ୍ଥ ମାନଙ୍କରେ ବିଜେଡିର ଦଳିୟ ରଙ୍ଗ ଥିବା "ଯୁବ ଓଡିଶା ନବୀନ ଓଡିଶା "ପୋଷ୍ଟରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ମରାଯାଇଛି । ସାରା କଲେଜକୁ ନିଳ ରଙ୍ଗରେ ରଙ୍ଗେଇ ଦିଆ ଯାଇଛି । ଯାହା ଫଳରେ ଏହା ମହାବିଦ୍ୟାଳୟ କମ ପ୍ରଚାର ମଇଦାନ ଅଧିକ ଲାଗୁଛି । ଛାତ୍ରଛାତ୍ରୀ ଏଠାକୁ ନିଜର ଭବିଷ୍ୟତ ଗଢିବାକୁ ଆସୁଥିବା ବେଳେ ଆଜି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧାର ଆଡକୁ ଗତି କରୁଛି ବୋଲି କହିଛନ୍ତି କଲେଜର ପୁରାତନ ଛାତ୍ର ।

ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ଛାତ୍ର ଏହଂ ଯୁବକ ମାନଙ୍କୁ ଭ୍ରମିତ କରିବା ପାଇଁ ଆରମ୍ଭ କରିଛନ୍ତି "ଯୁବ ଓଡିଶା ନବୀନ ଓଡିଶା" । ସାମାଜିକ କାର୍ଯ୍ୟକ୍ରମ ପ୍ରୋତ୍ସାହନ ପାଇଁ +୨କୁ ୩ ଲକ୍ଷ ଓ +୩କୁ ୬ ଲକ୍ଷ ସମୁଦାୟ ୯ ଲକ୍ଷ ଅନୁଦାନ ପ୍ରଦାନ କରିଛନ୍ତି ବୋଲି କହିଛନ୍ତି କଲେଜ ଅଧ୍ୟକ୍ଷ  । ସରକାରଙ୍କ ଚିଠି ଅନୁଯାଇ ଆମେ କାମ କରୁଛୁ । ଯେହେତୁ ସରକାର ଅନୁଦାନ ଦେଇଛନ୍ତି ସ୍ଥାନୀୟ ବିଜେଡି ଛାତ୍ର ମାନଙ୍କୁ କଲେଜରେ ପ୍ରଚାର କରିବାକୁ ପରମିସନ ଦେବାର ଗାଇଡ଼ ଲାଇନ ରହିଛି ବୋଲି କହିଛନ୍ତି କଲେଜ ଅଧ୍ୟକ୍ଷ ।
 

Argus Whatsapp Channel Mobile Top
Sponsored
Banki Autonomous College has become the political aria of the state government | Argus News