Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡିରେ ମିଶିଲେ ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ସର୍ଖେଲ

Smruti Parija
Browse all articles by Smruti Parija
·2 years ago·1 min read
ବିଜେଡିରେ ମିଶିଲେ ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ସର୍ଖେଲ

ଭୁବନେଶ୍ୱର: ବିଜେଡିରେ ମିଶିଲେ ମୋନିଦୀପା ସର୍ଖେଲ । ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ସର୍ଖେଲ ହଜାର ହଜାର ସମର୍ଥକଙ୍କ ସହ ଆଜି ବିଜେଡିରେ ଯୋଗ ଦେଇଛନ୍ତି । ବାପି ବର୍ତ୍ତମାନ ପାରାଦ୍ୱୀପ ଏରସମା ଶିଳ୍ପାଞ୍ଚଳ ବିକାଶ ପରିଷଦର କାର୍ଯ୍ୟକାରୀ ସଭାପତି ଅଛନ୍ତି ।  ତାଙ୍କ ସମର୍ଥନରେ ଜିତିଥିବା 7 ସ୍ୱାଧୀନ କାଉଁସିଲର ବି ଯୋଗ ଦେଉଛନ୍ତି । 

ସୂଚନାଯୋଗ୍ୟ, ଓଡ଼ିଶାରେ ଚାରିଟି ପର୍ଯ୍ୟାୟରେ ହେବ ନିର୍ବାଚନ । ମେ ୧୩ରେ ୪ଟି, ମେ ୨୦ରେ ୫ଟି, ମେ ୨୫ରେ ୬ଟି ଓ ଜୁନ୍ ୧ରେ ଅନ୍ୟ ୬ଟି ଆସନରେ ଭୋଟ୍ ନିଆଯିବ । ଏଥିସହ ଜୁନ୍ ୪ ତାରିଖରେ ଘୋଷଣା ହେବ ଫଳାଫଳ । ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ପ୍ରେସମିଟ କରି ନିର୍ବାଚନୀ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ନିର୍ବାଚନ ତାରିଖ ଘୋଷଣା ସହ ଶନିବାର ଠାରୁ ହିଁ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି ।

ଆହୁରି ପଢନ୍ତୁ ରାଜନୀତି ଖବର... 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bapi Sarkhel's wife Monidipa Sarkhel joined BJD | Argus News