Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Food Court Controversy / ଉଦଘାଟନ ପୂର୍ବରୁ ବାରବାଟୀ ଫୁଡ୍ କୋର୍ଟକୁ ନେଇ କଳି

Sushanta Sahoo
Browse all articles by Sushanta Sahoo
·2 months ago·2 min read
ଉଦଘାଟନ ପୂର୍ବରୁ ବାରବାଟୀ ଫୁଡ୍ କୋର୍ଟକୁ ନେଇ କଳି
Cuttack Politics Heats Up

Key Points

ଯେଉଁ ପ୍ରକଳ୍ପ ପାଇଁ ଦିନେ ବିଧାନସଭାରେ ସ୍ୱର ଉଠାଉଥିଲେ । ଆଜି ସେହି ଫୁଡ୍ କୋର୍ଟକୁ ବିରୋଧ କରୁଛନ୍ତି କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ ।
କଟକ: ବାରବାଟୀ ଫୁଡ୍ କୋର୍ଟକୁ ନେଇ କଟକ ରାଜନୀତିରେ ଝଡ଼ । ଯେଉଁ ପ୍ରକଳ୍ପ ପାଇଁ ଦିନେ ବିଧାନସଭାରେ ସ୍ୱର ଉଠାଉଥିଲେ । ଆଜି ସେହି ଫୁଡ୍ କୋର୍ଟକୁ ବିରୋଧ କରୁଛନ୍ତି କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ ।

ମେୟରଙ୍କୁ ଦୁର୍ନୀତିଖୋର କହିବା ସହ ଏସଓପି ଚିରି ଫିଙ୍ଗି ଦେଇଛନ୍ତି ବିଧାୟିକା । ଅନ୍ୟପଟେ ବିଧାୟିକାଙ୍କୁ କଡ଼ା ଜବାବ ଦେଇଛନ୍ତି ମେୟର ସୁବାସ ସିଂ । ଏସବୁ ଭିତରେ ଫୁଡ୍ କୋର୍ଟ ଆବଣ୍ଟନକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି CMC କମିଶନର ।

ଏଥିସହ ପଢ଼ନ୍ତୁ: ଓଡ଼ିଶା ଭୋଟର ତାଲିକାରେ ବଡ଼ ଧରଣର ସଂଶୋଧନ; କଟିଲା ୯.୮ ଲକ୍ଷ ମତଦାତାଙ୍କ ନାଁ

ଉଦଘାଟନ ହୋଇନାହିଁ, ହେଲେ ବିବାଦରେ ଛନ୍ଦି ହୋଇଗଲାଣି ବହୁ ପ୍ରତୀକ୍ଷିତ ବାରବାଟୀ ଫୁଡ୍ କୋର୍ଟ । କଟକ ମହାନଗର ନିଗମ ମେୟର ସୁବାସ ସିଂଙ୍କୁ ବ୍ୟକ୍ତିଗତ ଆକ୍ଷେପ କରିବା ସହ ଦୋକାନ ଘର ଆବଣ୍ଟନ ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛନ୍ତି ବିଧାୟିକା ସୋଫିଆ ଫିର୍ଦ୍ଦୋସ ।

ନିଜ ପସନ୍ଦର ଲୋକଙ୍କୁ ଦୋକାନ ଦେବା ପାଇଁ ମେୟର ଏଭଳି ନିୟମ କରିଥିବା ସୋଫିଆ କହିଛନ୍ତି । ସେପଟେ ମେୟର ମଧ୍ୟ ପାଲଟା ଜବାବ ଦେଇ କହିଛନ୍ତି ଯେ, ବିଧାୟିକାଙ୍କ ସଭ୍ୟ ପଦ ବିପଦରେ ଥିବାରୁ ସେ ବାଉଳି ଚାଉଳି ହେଉଛନ୍ତି ।


ପାଖାପାଖି ୮ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଆଧୁନିକ ବାରବାଟୀ ଫୁଡ୍ କୋର୍ଟ । ମୋଟ ୮୮ଟି ଦୋକାନ ଘରୁ ୪୫ଟିର ଆବଣ୍ଟନ ସରିଛି । ବିଶେଷ କରି ବାରବାଟୀ ଷ୍ଟାଡିୟମ ପାଖରେ ପୂର୍ବରୁ ବ୍ୟବସାୟ କରୁଥିବା ଲୋକଙ୍କୁ ଏଠାରେ ପ୍ରାଧାନ୍ୟ ଦିଆଯାଉଥିବା କୁହାଯାଇଛି ।

ଏଥିସହ ପଢ଼ନ୍ତୁ: କାଲିଠୁ ୩ ଦିନ ସ୍କୁଲ୍ ସହ ଅଙ୍ଗନୱାଡ଼ି ଓ କଲେଜ ଛୁଟି ଘୋଷଣା; ଅନଲାଇନ୍‌ରେ ହେବ କ୍ଲାସ୍

ମେୟର-ବିଧାୟିକାଙ୍କ ମଧ୍ୟରେ ବିବାଦ ବଢ଼ିବା ପରେ ସାମ୍ନାକୁ ଆସିଛନ୍ତି CMC କମିଶନର କିରଣଦୀପ କୌର । କମିଶନରଙ୍କ କହିବା କଥା, ସମସ୍ତ ପ୍ରକ୍ରିୟା ସ୍ୱଚ୍ଛତାର ସହ ହେଉଛି ଏବଂ ଯିଏ ଲିଜ୍ ନେବ ସେ କାହାକୁ ସବ୍-ଲିଜ୍ ଦେଇପାରିବ ନାହିଁ ।

ମେୟର ଓ ବିଧାୟିକାଙ୍କ ମଧ୍ୟରେ ଚାଲିଥିବା ଏହି ଆରୋପ ପ୍ରତ୍ୟାରୋପ ଭିତରେ ବାରବାଟୀ ଫୁଡ୍ କୋର୍ଟର ଭବିଷ୍ୟତକୁ ନେଇ ଏବେ ସାଧାରଣରେ ସନ୍ଦେହ ବଢ଼ିବାରେ ଲାଗିଛି । କଟକବାସୀଙ୍କ ଖାଇବା ଶୈଳୀକୁ ନୂଆ ରୂପ ଦେବାକୁ ଲକ୍ଷ୍ୟ ରଖିଥିବା ଏହି ପ୍ରକଳ୍ପ ଏବେ ରାଜନୈତିକ ଲଢ଼େଇର ମଇଦାନ ପାଲଟିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Barabati Food Court Row: MLA vs Mayor Sparks Political Storm in Cuttack | Argus News | Argus News