|
logo
Live

Argus News - ଓଡ଼ିଶା ଭୋଟର ତାଲିକାରେ ବଡ଼ ଧରଣର ସଂଶୋଧନ; କଟିଲା ୯.୮ ଲକ୍ଷ ମତଦାତାଙ୍କ ନାଁ

Odisha

10 Lakh Voters Removed / ଓଡ଼ିଶା ଭୋଟର ତାଲିକାରେ ବଡ଼ ଧରଣର ସଂଶୋଧନ; କଟିଲା ୯.୮ ଲକ୍ଷ ମତଦାତାଙ୍କ ନାଁ

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ଓଡ଼ିଶା ଭୋଟର ତାଲିକାରେ ବଡ଼ ଧରଣର ସଂଶୋଧନ; କଟିଲା ୯.୮ ଲକ୍ଷ ମତଦାତାଙ୍କ ନାଁ
Odisha Voter List

Key Points

ଭୋଟର ତାଲିକାରୁ ବାଦ୍ ପଡ଼ିଲେ ରାଜ୍ୟର ପ୍ରାୟ ୧୦ ଲକ୍ଷ ଭୋଟର । ଏହି ଘଟଣାକୁ ନେଇ ଚର୍ଚ୍ଚା ଓ ଚିନ୍ତା ବଢ଼ୁଥିବା ବେଳେ ସ୍ପଷ୍ଟୀକରଣ ରଖିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । 
ଭୁବନେଶ୍ଵର: ରାଜ୍ୟ ଭୋଟର ତାଲିକାରୁ ବାଦ୍ ପଡ଼ିଛନ୍ତି ପ୍ରାୟ ୧୦ ଲକ୍ଷ ଭୋଟର । ଏହି ଘଟଣାକୁ ନେଇ ଚର୍ଚ୍ଚା ଓ ଚିନ୍ତା ବଢ଼ୁଥିବା ବେଳେ ଆଜି ସ୍ପଷ୍ଟୀକରଣ ରଖିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ତେବେ, କାହିଁକି କଟିଲା ଏତେ ସଂଖ୍ୟକ ଭୋଟରଙ୍କ ନାଁ ? ଆଉ ଯଦି ଆପଣଙ୍କ ନାଁ କଟିଛି, ତେବେ ପୁଣି କେମିତି ଯୋଡ଼ିବେ ?

ବିଶେଷ କରି ଜାନୁଆରୀ ୧ରୁ ମାର୍ଚ୍ଚ ଶେଷ ଭିତରେ ଭୋଟର ତାଲିକାରେ ସଂଶୋଧନ ପ୍ରକ୍ରିୟା ଶେଷ ହୋଇଛି । ଏହି ବ୍ୟାପକ ନାମ କଟାଯିବାକୁ ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ. ଗୋପାଳନ ଗଣମାଧ୍ୟମ ସାମ୍ନାରେ ପକ୍ଷ ରଖିଛନ୍ତି ।

ଏଥିସହ ପଢ଼ନ୍ତୁ: ବିଜେପି ସରକାର ଆସିଲେ ଦୁର୍ନୀତି ଓ ଅରାଜକତାରୁ ମୁକ୍ତ ହେବ ପଶ୍ଚିମବଙ୍ଗ: ଧର୍ମେନ୍ଦ୍ର ପ୍ରଧାନ

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତାଙ୍କ କହିବା ଅନୁଯାୟୀ, "ଦୀର୍ଘ ୨୩ ବର୍ଷ ପରେ BLO ମାନେ ଘରକୁ ଘର ଯାଇ ଯାଞ୍ଚ କରିବା ପରେ ଏହି ପଦକ୍ଷେପ ନିଆଯାଇଛି । ୯୫% ମ୍ୟାପିଙ୍ଗ ସରିଛି । ବହୁତ ଲୋକଙ୍କର ମୃତ୍ୟୁ ହୋଇଛି, କିଛି ଲୋକ ଗାଁ ଛାଡ଼ି ସହରକୁ ପଳାଇଛନ୍ତି, ତେଣୁ ଦୁଇଟି ସ୍ଥାନରେ ନାଁ ରହିଛି ।"

ପୂର୍ବ ବର୍ଷମାନଙ୍କରେ ୭ରୁ ୮ ଲକ୍ଷ କଟେ, ଏଥର ଟିକେ ଅଧିକ ଅଛି । ଭୁବନେଶ୍ୱର ଭଳି ସହରରେ ଅଧିକ ସଂଖ୍ୟା କଟିଛି । ଯେଉଁମାନଙ୍କର ଭୁଲବଶତଃ କଟିଛି, ସେମାନେ ଫର୍ମ-୬ ଦେଇ ନାମ ଯୋଡ଼ି ପାରିବେ କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ସେହିପରି ଭୋଟର୍ ୧୯୫୦ କଲ୍ ସେଣ୍ଟର ବା ଇମେଲ ମାଧ୍ୟମରେ ଅଭିଯୋଗ କରିପାରିବେ ।


ତେବେ ଏହି ପ୍ରକ୍ରିୟାକୁ ନେଇ ଏବେ ଗୃହ ବିଭାଗ ଚିନ୍ତାରେ । ଅଭିଯୋଗ ହେଉଛି ଯେ, ଅନେକ ସ୍ଥାନରେ ଜୀବିତ ବ୍ୟକ୍ତି ଓ ସ୍ଥାନୀୟ ଭୋଟରଙ୍କ ନାଁକୁ BLO ମାନେ ବିନା ଯାଞ୍ଚରେ କାଟି ଦେଇଛନ୍ତି । ଏହି ତ୍ରୁଟିକୁ ଦୃଷ୍ଟିରେ ରଖି ୨ ଏପ୍ରିଲ ୨୦୨୬ ପରଠାରୁ ଆସିଥିବା ପ୍ରାୟ ୨ ଲକ୍ଷ Form-7 ଆବେଦନକୁ ସରକାର ହୋଲ୍ଡରେ ରଖିଛନ୍ତି ।

ଏଥିସହ ପଢ଼ନ୍ତୁ: କାଲିଠୁ ୩ ଦିନ ସ୍କୁଲ୍ ସହ ଅଙ୍ଗନୱାଡ଼ି ଓ କଲେଜ ଛୁଟି ଘୋଷଣା; ଅନଲାଇନ୍‌ରେ ହେବ କ୍ଲାସ୍

ଗୃହ ବିଭାଗର ନୂଆ ନିର୍ଦ୍ଦେଶାବଳୀ

  • ମୃତ ଭୋଟରଙ୍କ ନାଁ କାଟିବା ପୂର୍ବରୁ ପରିବାର ବର୍ଗଙ୍କ Form-7 ଆବେଦନ ବାଧ୍ୟତାମୂଳକ ।
  • ନାଁ କାଟିବା ପୂର୍ବରୁ ସମ୍ପୃକ୍ତ ଭୋଟରଙ୍କ ଠିକଣାରେ ସୂଚନା ଦେବାକୁ ହେବ ।
  • ସମସ୍ତ Form-7 ଆବେଦନ ମଧ୍ୟରୁ ଅତିକମରେ ୫୦% ଫିଜିକାଲ ଭେରିଫିକେସନ କରାଯିବ ।
  • ERO ମାନେ ଯାଞ୍ଚ ସରିଥିବା ନେଇ ସାର୍ଟିଫିକେଟ୍ ଦେବା ପରେ ହିଁ ପୁଣି ଅନଲାଇନ୍ ପ୍ରକ୍ରିୟା ଆରମ୍ଭ ହେବ ।

ନିର୍ବାଚନ ପୂର୍ବରୁ ଭୋଟର ତାଲିକାକୁ ସ୍ୱଚ୍ଛ କରିବାକୁ ପ୍ରୟାସ ଚାଲିଥିବା ବେଳେ, ଏଥିରେ କୌଣସି ଯୋଗ୍ୟ ଭୋଟର ଯେମିତି ମତାଧିକାରରୁ ବଞ୍ଚିତ ନହୁଅନ୍ତି, ତାହା ଏବେ ସବୁଠୁ ବଡ଼ ଆହ୍ଵାନ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
10 Lakh Voters Removed: ଓଡ଼ିଶା ଭୋଟର ତାଲିକାରେ ବଡ଼ ଧରଣର ସଂଶୋଧନ; କଟିଲା ୯.୮ ଲକ୍ଷ ମତଦାତାଙ୍କ ନାଁ | Argus News