Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୪ଟି କାଉଣ୍ଟରରେ ମିଳିବ ବାରବାଟୀ ଦିନିକିଆ ଲାଗି ଟିକେଟ୍, ମହିଳାଙ୍କ ଲାଗି ସ୍ଵତନ୍ତ୍ର କାଉଣ୍ଟର

Odisha

୪ଟି କାଉଣ୍ଟରରେ ମିଳିବ ବାରବାଟୀ ଦିନିକିଆ ଲାଗି ଟିକେଟ୍, ମହିଳାଙ୍କ ଲାଗି ସ୍ଵତନ୍ତ୍ର କାଉଣ୍ଟର

Sushanta Sahoo
Browse all articles by Sushanta Sahoo
·1 year ago·1 min read
୪ଟି କାଉଣ୍ଟରରେ ମିଳିବ ବାରବାଟୀ ଦିନିକିଆ ଲାଗି ଟିକେଟ୍, ମହିଳାଙ୍କ ଲାଗି ସ୍ଵତନ୍ତ୍ର କାଉଣ୍ଟର

Key Points

୪ଟି କାଉଣ୍ଟରରେ ଟିକେଟ୍ ବିକ୍ରି

ମହିଳାଙ୍କ ପାଇଁ ସ୍ଵତନ୍ତ୍ର କାଉଣ୍ଟର

କଟକ: ଭାରତ-ଇଂଲଣ୍ଡ ବାରବାଟୀ ଦିନିକିଆ ମ୍ୟାଚ୍ ଲାଗି ବିକ୍ରି ହେବ ଟିକେଟ୍ । ଆସନ୍ତାକାଲିଠୁ ୨ ଦିନ ୪ଟି କାଉଣ୍ଟରରେ ଟିକେଟ୍ ବିକ୍ରି କରାଯିବ । ଆସନ୍ତା ୯ରେ ବାରବାଟୀରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ଟିକେଟ୍ ଲାଗି ମହିଳାଙ୍କ ପାଇଁ ସ୍ଵତନ୍ତ୍ର କାଉଣ୍ଟର କରାଯାଇଛି । ବୈଧ ପରିଚୟପତ୍ର ଦେଖାଇ ଜଣେ ସର୍ବାଧିକ ୨ଟି ଟିକେଟ୍ କିଣି ପାରିବେ । 


ତେବେ କାଉଣ୍ଟର ଟିକେଟ୍ ଲାଗି ରାତିରୁ ଲାଇନ୍ ନ ଲଗାଇବା ପାଇଁ ପରାମର୍ଶ ଦେଇଛି ପୋଲିସ । ୪ଟି ଯାକ ଟିକେଟ୍ କାଉଣ୍ଟର ସକାଳ ୯ଟାରେ ଖୋଲିବ । ତେଣୁ ଟିକେଟ୍ ପାଇଁ ସକାଳ ୬ରୁ ଧାଡ଼ିରେ ରହିବାକୁ ପୋଲିସ ନିବେଦନ କରିଛି । ସେହିଭଳି ଟିକେଟ୍ ବ୍ଲାକ୍ କଲେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ନଜର ପକାନ୍ତୁ କେଉଁ ଗ୍ୟାଲେରି ଟିକେଟ୍ ଦର କେତେ ?

ଗ୍ୟାଲେରି ଦର
ଗ୍ୟାଲେରି ନମ୍ବର ୧ ଓ ୩
୧୧୦୦ ଟଙ୍କା
ଗ୍ୟାଲେରି ନମ୍ବର ୨ ଓ ୪
୯୦୦ ଟଙ୍କା
ଗ୍ୟାଲେରି ନମ୍ବର ୫
୧୨୦୦ ଟଙ୍କା
ଗ୍ୟାଲେରି ନମ୍ବର ୭
୭୦୦ ଟଙ୍କା
ସ୍ପେଶାଲ୍ ଏନକ୍ଲୋଜର
୬ ହଜାର ଟଙ୍କା
ଏସି ବକ୍ସ
୮ ହଜାର ଟଙ୍କା
ନିଉ ପ୍ୟାଭିଲିଅନ ୧୦ ହଜାର ଟଙ୍କା
କର୍ପୋରେଟ୍ ବକ୍ସ
୨୦ ହଜାର ଟଙ୍କା

ଏହା ପୂର୍ବରୁ ଅନଲାଇନ୍ ଟିକେଟ୍ ବିକ୍ରି ସରିଛି । ଅନଲାଇନରେ ଟିକେଟ୍ କିଣିଥିଲେ ଫେବ୍ରୁଆରୀ ୭ ଓ ୯ରେ କଟକର କେମ୍ବ୍ରିଜ୍ ସ୍କୁଲ୍ କିମ୍ବା ଭୁବନେଶ୍ଵର କିଟ୍ ବିଶ୍ଵବିଦ୍ୟାଳୟରୁ ଟିକେଟ୍ ସଂଗ୍ରହ କରିବେ ।

Sponsored
Barabati ODI Online Tickets To Sell On 4 Counter From Tomorrow | Argus News