India vs South Africa / ବାରବାଟୀ ଟି-୨୦: ଆଜି ଆସିବେ ଖେଳାଳି, କଡ଼ା ସୁରକ୍ଷା ବଳୟରେ ଟ୍ବିନ୍ ସିଟି
·7 months ago·1 min read

Key Points
ବାରବାଟୀ ମ୍ୟାଚ ପାଇଁ କଡା ସୁରକ୍ଷା ବ୍ୟବସ୍ଥା
ସୁରକ୍ଷା ବଳୟକୁ ଯାଞ୍ଚ କରିବେ ବମ୍ ସ୍କ୍ବାଡ୍ ଓ ସ୍ପେଶାଲ ଟେକନିକାଲ ୟୁନିଟ୍
କଟକରେ ୭୪ ଓ ଭୁବନେଶ୍ବରରେ ୨୨ ପ୍ଲାଟୁନ୍ ଫୋର୍ସ ରହିବେ

ଡିସେମ୍ବର ୯ରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ମହାମୁକାବିଲା । ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ଏଥିପାଇଁ ସବୁ ପ୍ରକାର ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ । ବାରବାଟୀରେ ହେବାକୁ ଥିବା କ୍ରିକେଟ ମ୍ୟାଚ୍ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବମ୍ ସ୍କ୍ବାଡ ସହ ସୁରକ୍ଷା ବଳୟକୁ ଯାଞ୍ଚ କରିବେ ସ୍ପେଶାଲ ଟାକ୍ଟିକାଲ ୟୁନିଟ । କଟକରେ ୭୪ ପ୍ଲାଟୁନ ଫୋର୍ସ ଓ ଭୁବନେଶ୍ୱରରେ ୨୨ ପ୍ଲାଟୁନ ଫୋର୍ସ ରହିବେ ବୋଲି ପୋଲିସ୍ କମିଶନର କହିଛନ୍ତି ।
ସେହିପରି ସେ ଆହୁରି କହିଛନ୍ତି, ସୁରକ୍ଷା ବେଳେ ଏରିଏଲ ସର୍ଭେ କରାଯିବ । ଆଜି ଓ ଆସନ୍ତାକାଲି କିଛି ଖେଳାଳି ଭୁବନେଶ୍ବର ଆସିବେ । ସେଥିପାଇଁ ଏୟାରଫୋର୍ଟଠାରୁ ଆରମ୍ଭ କରି ହୋଟେଲ ଓ ହୋଟେଲରୁ ଆରମ୍ଭ କରି ଷ୍ଟାଡିୟମ ପର୍ଯ୍ୟନ୍ତ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ରହିବ ।
ଯିବା ଆସିବା ବାଟ, ଷ୍ଟାଡିୟମ ଓ ଷ୍ଟାଡିୟମ ବାହାରେ ଡ୍ରୋନ୍ ନଜର ରଖିବ । ଏହି କ୍ୟାମେରାଗୁଡ଼ିକ କଣ୍ଟ୍ରୋଲ ରୁମ୍ ସହିତ ସଂଯୋଗ କରାଯାଇ ସେଠାରୁ ନିୟନ୍ତ୍ରଣ କରାଯିବ । ପୋଲିସ ସହିତ ମେଡିକାଲ୍ ଟିମ୍ ଓ ଅଗ୍ନିଶମ ଟିମ୍ ନିୟୋଜିତ ହେବେ । ବକ୍ସିବଜାର ଅଗ୍ନିଶମ କେନ୍ଦ୍ର ପକ୍ଷରୁ ଏକ ୬ ଜଣିଆ ଟିମ୍ ନିୟୋଜିତ ହେବେ । ଏଥିରେ ଗୋଟିଏ ଅଗ୍ନିଶମ ଗାଡ଼ି ରହିବ । ହଜାର ହଜାର କ୍ରୀଡ଼ା ପ୍ରେମୀ ଏକାଠି ହେବାକୁ ଥିବା ବେଳେ କୌଣସି ଅଘଟଣ ଏଡ଼ାଇବାକୁ ଉଭୟ ଅଗ୍ନିଶମ ଓ ଡାକ୍ତରୀ ଟିମ୍ ସଜାଗ ରହିଥିବା ନେଇ ପୋଲିସ୍ କମିଶନର ସୂଚନା ଦେଇଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories