Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅଳିଆ ଆବର୍ଜନା ପାଇଁ ଅସୁନ୍ଦର ବରଗଡ଼ ସହର 

Odisha

ଅଳିଆ ଆବର୍ଜନା ପାଇଁ ଅସୁନ୍ଦର ବରଗଡ଼ ସହର 

Manini Pattanayak
Browse all articles by Manini Pattanayak
·1 year ago·2 min read
ଅଳିଆ ଆବର୍ଜନା ପାଇଁ ଅସୁନ୍ଦର ବରଗଡ଼ ସହର 

ବରଗଡ: ପୌର ପରିଷଦ କାର୍ଯ୍ୟାଳୟଠାରୁ ମାତ୍ର 100 ମିଟର ଦୂରରେ ପଡ଼ିରହିଛି କୁଢ଼କୁଢ଼ ଅଳିଆ ଆବର୍ଜନା। ଜିରା ନଦୀ ଠାରୁ ଆରମ୍ଭ କରି ସହରର ବିଭିନ୍ନ ସ୍ଥାନରେ ଅଳିଆ ପାହାଡ଼। ଆଶ୍ଚର୍ଯ୍ୟର କଥା ହେଉଛି ପ୍ରତିଦିନ ଏହି ଅଳିଆ ପାହାଡ଼ ଦେଖୁଥିଲେ ମଧ୍ୟ ପୌର ପରିଷଦର ବାବୁମାନଙ୍କ ନାକକୁ ଏହାର ଗନ୍ଧ ଯାଉନି। ଲାଗୁଛି ବରଗଡ଼ ସହରକୁ କଦର୍ଯ୍ୟ କରିବାକୁ ଯେମିତି ପ୍ରତିଜ୍ଞା ନେଇଛି ବରଗଡ଼ ପୌର ପରିଷଦ। ପୌର ପରିଷଦର ସୂଚନା ଅନୁସାରେ ସହରରେ 3ଟି ୱେଷ୍ଟ ପ୍ରୋସେସିଂ ୟୁନିଟ ରହିଛି। ଯାହାର ଦୈନିକ କ୍ଷମତା 45 ଟନ୍। ଏପଟେ ବାବୁଙ୍କ ସୂଚନା ଅନୁସାରେ ସହରରରେ ଦିନକୁ ମାତ୍ର 10 ଟନ ଅଳିଆ ବାହାରୁଛି। ଅର୍ଥାତ 10 ଟନ ପ୍ରୋସେସିଂ ହେବା ପରେ ମଧ୍ୟ 3ଟି ୟୁନିଟ ପାଖରେ ଆହୁରି 35 ଟନ ପ୍ରୋସେସିଂର କ୍ଷମତା ରହିଛି। ତଥାପି ସହରରୁ ହଟିପାରୁନି ଅଳିଆ। ବରଗଡ଼ର ଏମିତି କୌଣସି ସ୍ଥାନ ନାହିଁ ଯେଉଁଠି ଅଳିଆ ପାହାଡ଼ ନଥିବ। ଏପଟେ ନିଜ ଭୁଲ ସ୍ବୀକାର କରିବା ସହ ପରିଚାଳନାଗତ ତ୍ରୁଟି ଥିବା କହିଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ। 

ସବୁ ଠାରୁ ବଡ଼କଥା ହେଲା 18ଟି ୱାର୍ଡ ବିଶିଷ୍ଟ ବରଗଡ଼ ପୌରପରିଷଦ ପାଇଁ 25ଟି ଆବର୍ଜନା ସଂଗ୍ରହ ଗାଡ଼ି ରହିଛି। ଯାହା ସହର ପାଇଁ ଯଥେଷ୍ଟ ହେଉନି। ବିଭିନ୍ନ ୱାର୍ଡକୁ 2ରୁ 3 ଦିନରେ ଥରେ ପହଞ୍ଚୁଛି ଗାଡ଼ି । ଯାହା ଫଳରେ କେନାଲ କିମ୍ବା ଅନ୍ୟାନ୍ୟ ସ୍ଥାନରେ ଅଳିଆ ଆବର୍ଜନା ଫିଙ୍ଗି ଦେଉଛନ୍ତି ସହରବାସୀ। ସେପଟେ ପୌରପରିଷଦକୁ ମିଳୁଥିବା ବାର୍ଷିକ ଆର୍ଥିକ ରାଶି ବ୍ୟବହାର ହୋଇ ନ ପାରି ଫେରି ଯାଉଛି । 2019-20 ଆର୍ଥିକ ବର୍ଷରେ ପୌର ପରିଷଦକୁ ମିଳିଥିବା ଫଣ୍ଡର କେବଳ 26 ପ୍ରତିଶତ ଖର୍ଚ୍ଚ ହୋଇପାରିଥିଲା। 2020-21 ବର୍ଷରେ 27 ପ୍ରତିଶତ ଓ 21-22 ବର୍ଷରେ 35 ପ୍ରତିଶତ ଫଣ୍ଡ ବ୍ୟବହାର କରିପାରିଥିଲା ପୌର ପରିଷଦ। ବିଡ଼ମ୍ବନା ହେଲା ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ବ୍ୟପକ ବ୍ୟବସ୍ଥା ଆବଶ୍ୟକ ଥିବା ବେଳେ ଇଚ୍ଛାଶକ୍ତି ଅଭାବ ଫଳରେ ଧୀରେଧୀରେ ବରଗଡ଼ ଅଳିଆ ଆବର୍ଜନାର ସହର ପାଲଟୁଛି। ଆଉ କିଛି ଦିନ ପରେ ଘରେ ଘରେ ଥିବ ଅଳିଆ ପାହାଡ଼ କାରଣ ପୌର ପରିଷଦର ସୀମାହୀନ ଅପାରଗତାରେ ଏହା ମଧ୍ୟ ଅବମ୍ଭବ ନୁହେଁ।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bargarh city is ugly for garbage | Argus News