Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Dhanu Yatra / ଡିସେମ୍ବର ୨୪ରୁ ଆରମ୍ଭ ହେବ ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

Rashmita Mishra
Browse all articles by Rashmita Mishra
·9 months ago·3 min read
ଡିସେମ୍ବର ୨୪ରୁ ଆରମ୍ଭ ହେବ ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

Key Points

ଡିସେମ୍ବର ୨୪ରୁ ଆରମ୍ଭ ହେବ ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା
ଡିସେମ୍ବର ୨୪ରୁ ଜାନୁଆରୀ ୩ ଯାଏଁ ୧୧ ଦିନ ଧରି ଧନୁଯାତ୍ରା ମହୋତ୍ସବ
ଏଥର ମହାରାଜା କଂସ, ମନ୍ତ୍ରୀ, ପାତ୍ର ମନ୍ତ୍ରୀ, ସେନାପତି ଓ ଅନ୍ୟ କଳାକାରଙ୍କ ଚୟନ କରାଯିବ

ଆସୁଛି ବିଶ୍ଵ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ମହୋତ୍ସବ। ଚଳିତ ବର୍ଷ ୭୮ତମ ବର୍ଷରେ ପଦାର୍ପଣ କରିବ ଏହି ମହୋତ୍ସବ । ଡିସେମ୍ବର ୨୪ ତାରିଖରୁ ଆରମ୍ଭ ହୋଇ ଜାନୁୟାରୀ ୩ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ଚାଲିବ । ଯାହାକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ଏହାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।


ନିୟମ ଅନୁଯାୟୀ ଚଳିତ ବର୍ଷ ପୁଣିଥରେ ନୂତନ କଳାକାର ଚୟନ ହେବ । ଚଳିତ ବର୍ଷ ଯାତ୍ରାକୁ ଆହୁରି କିପରି ଅଧିକ ଆକର୍ଷଣୀୟ କରାଯାଇ ପାରିବ ସେନେଇ ଗୁରୁତ୍ଵ ଦେଇଛି କମିଟି । ଅନ୍ୟପଟେ ଧନୁଯାତ୍ରାକୁ କୋଟି କୋଟି ଟଙ୍କାର ଅନୁଦାନ ରାଜ୍ୟ ସରକାର ଦେଇଥିବାରୁ ଧନ୍ୟବାଦ୍ ଜଣାଇଛନ୍ତି ବରଗଡ଼ ବିଧାୟକ ଓ ଅତାବିରା ବିଧାୟକ।


ଆସନ୍ତା ଡ଼ିସେମ୍ବର ୨୪ ତାରିଖରୁ ଆରମ୍ଭ ହେବ ବରଗଡର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ । ବରଗଡ଼ ପାଲଟିଯିବ ମଥୁରା ନଗରୀ,ଏଗାର ଦିନ ଧରି ଚାଲିବ ମହାରାଜା କଂସଙ୍କ ଶାସନ। ଅତ୍ୟାଚାରୀ କଂସର ଅଟ୍ଟ ହାସ୍ୟରେ ଥରହର୍ ହେବେ ବରଗଡ଼ ମଥୁରା ବାସୀ । ଏଥିପାଇଁ ଆଜି ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନି କକ୍ଷରେ ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ତଥା ବରଗଡ଼ ଜିଲ୍ଲାପାଲ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଏହାର ପ୍ରଥମ ପ୍ରସ୍ତୁତି ବୈଠକ ।


ଧନୁଯାତ୍ରା ମହୋତ୍ସବ କମିଟିର ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟ , ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ରଂଜନ ମହାନନ୍ଦ , ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଯୋଗ ଦେଇଥିଲେ ।ଚଳିତ ବର୍ଷ ବରଗଡ଼ ଧନୁଯାତ୍ରାକୁ ୭୮ ବର୍ଷ ପୂର୍ତ୍ତି ହେଉଥିବାରୁ ଧୂମଧାମ ରେ ପାଳନ କରିବାର ନିଷ୍ପତି ନିଆଯାଇଛି । ଚଳିତ ବର୍ଷ ମହାରାଜା କଂସଙ୍କ ଠାରୁ ଆରମ୍ଭକରି ମନ୍ତ୍ରୀ ସେନାପତି , ଚାଣ୍ଡୁର ମୁଷ୍ଟିକ୍ ପରି ପ୍ରମୁଖ ଭୂମିକାରେ ଅଭିନୟ କରୁଥିବା କଲାକାରଙ୍କୁ ନୂତନ ଭାବେ ଚୟନ କରାଯିବାକୁ ନିଷ୍ପତି ହୋଇଛି । ତାସହ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା । ବିଶେଷ ଭାବେ କଳାକାରଙ୍କ ଅଭିନୟ ଦକ୍ଷତା କୁ ରୁଦ୍ଧିମନ୍ତ କରାଯିବ,ଉଦ୍ଘାଟନୀ ଉତ୍ସବକୁ ଅଧିକ ଆକର୍ଷଣୀୟ କରାଯିବା ସହ ଆକର୍ଷଣୀୟ ତୋରଣ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି ।


ଏଥିସହ ପଢ଼ନ୍ତୁ: ନବୀନଙ୍କ ନାଁ ନେଇ BJD ନେତାଙ୍କୁ ଠକୁଥିଲେ ପାଣ୍ଡିଆନ୍‍, ଶ୍ରୀମୟୀ ଖୋଲିଦେଲେ ସବୁ ଗୁମର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କୃଷ୍ଣ ଜନ୍ମ ଠାରୁ ଆରମ୍ଭ କରି କଂସ ବଧ ପର୍ଯ୍ୟନ୍ତ ଏଗାର ଦିନ ଧରି ଚାଲୁଥିବା ଏହି ଯାତ୍ରାରେ ପ୍ରତିଦିନ ଲକ୍ଷ ଲକ୍ଷ ସଂଖ୍ୟାରେ ଦର୍ଶକଙ୍କ ଭିଡ଼ ପରିଲକ୍ଷିତ ହୁଏ। ଏଣୁ ସୁରକ୍ଷା ବ୍ୟବସ୍ଥାକୁ ଚଳିତ ବର୍ଷ କଡାକଡି କରିବାକୁ ବୈଠକ ରେ ଗୁରୁତ୍ବ ଦିଆଯାଇଥିଲା । ଗାଡି ମଟର ପାର୍କିଙ୍ଗ ବ୍ୟବସ୍ଥା, ଟ୍ରାଫିକ ବ୍ୟବସ୍ଥାକୁ କଡ଼ାକଡି କରାଯିବା, ସହରର ମୁଖ୍ୟ ଛକ ମାନଙ୍କରେ ସିସି ଟିଭି ଲଗାଯିବା ସହ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯିବ ବୋଲି ବୈଠକରେ କୁହାଯାଇଛି।
ଏହା ସହ ଯାତ୍ରା ସମୟରେ ସ୍ବଚ୍ଛତା ନିରପେକ୍ଷତା ସହ ଗ୍ରାମାଞ୍ଚଳର ଦର୍ଶକଙ୍କ ପାଇଁ ଚଳିତ ବର୍ଷ ମୀନା ବଜାର ପଡିଆର ଜାଗା ବଣ୍ଟନ ନିଜେ ପ୍ରଶାସନ କରିବାକୁ କୁହାଯାଇଛି । ଚଳିତ ବର୍ଷ ଧନୁଯାତ୍ରାର ୩ଟି ନୂତନ ସ୍ଥାୟୀ ତୋରଣ ନିର୍ମାଣ କରାଯିବା ସହ ସହର ସାରା ରଂଗୀନ ଆଲୋକରେ ସଜ୍ଜିତ କରାଯିବାର ନିଷ୍ପତ୍ତି ହୋଇଛି । ରାଜ୍ୟ ସରକାରଙ୍କ ଫୋକସ ଯୋଗୁଁ ଧନୁଯାତ୍ରା ଗତ ବର୍ଷ ବେଶ୍ ଆକର୍ଷିତ ହୋଇଥିଲା ।


ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ନିଜେ ଧନୁଯାତ୍ରା ଦେଖିବାକୁ ଆସିବା ସହ ଏହାର ବିକାଶ ନିମନ୍ତେ କୋଟି କୋଟି ଟଙ୍କାର ଅନୁଦାନ ଦେଇଛନ୍ତି ତେଣୁ ଧନ୍ୟବାଦ୍ ଜଣାଇଛନ୍ତି ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ l ବରଗଡ ଧନୁଯାତ୍ରା ବିଶ୍ଵର ସବୁଠାରୁ ବଡ ଖୋଲା ରଙ୍ଗମଞ୍ଚ ଭାବେ ସାରା ବିଶ୍ୱରେ ନିଜର ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ତେଣୁ ସମସ୍ତେ ଏକତ୍ରିତ ହୋଇ ଏହାର ସଂସ୍କୃତି ଓ ଐତିହ୍ୟକୁ ଅକ୍ଷୁର୍ଣ୍ଣ ରଖିବାକୁ ଆହ୍ୱାନ କରାଯାଇଛି ।


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...

Sponsored