Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବରଗଡ଼ ଧନୁଯାତ୍ରା : ମଥୁରା ନଗରୀରେ ଚାଲିଛି ମହାରାଜ କଂସଙ୍କ ରାଜୁତି

Odisha

ବରଗଡ଼ ଧନୁଯାତ୍ରା : ମଥୁରା ନଗରୀରେ ଚାଲିଛି ମହାରାଜ କଂସଙ୍କ ରାଜୁତି

Swayangprajna Mishra
Browse all articles by Swayangprajna Mishra
·2 years ago
ବରଗଡ଼ ଧନୁଯାତ୍ରା : ମଥୁରା ନଗରୀରେ ଚାଲିଛି ମହାରାଜ କଂସଙ୍କ ରାଜୁତି

ବରଗଡ : ଧନୁଯାତ୍ରା ପାଇଁ ଦୁଲୁକୁଛି ବରଗଡ଼ । ମଥୁରା ନଗରୀରେ ଚାଲିଛି ମହାରାଜ କଂସଙ୍କ ରାଜୁତି । ଯାତ୍ରାର ଦ୍ବିତୀୟ ଦିନରେ ହାତୀ ପିଠିରେ ବସି ନଗର ପରିକ୍ରମା କରିଥିଲେ ମହାରାଜ କଂଶ । କଂସଙ୍କୁ ଦେଖିବା ପାଇଁ ରାସ୍ତା କଡ଼ରେ ଜମିଥିଲା ଲୋକଙ୍କ ଭିଡ଼ । ରଙ୍ଗ ମହଲ ଉଦଘାଟନ ହେବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ତେବେ କାରାଗାରରେ ମାତା ଦେବକୀଙ୍କ ଗର୍ଭରୁ ଜନ୍ମ ନେଇଛନ୍ତି ପ୍ରଭୁ ଶ୍ରୀକୃଷ୍ଣ ।

ଅଧିକ ପଢନ୍ତୁ : ଦ୍ବିତୀୟ ଦିନରେ ନଗର ପରିକ୍ରମା କରିଛନ୍ତି ମଥୁରା ନରେଶ କଂସ ମହାରାଜ

ଏହାପରେ ବସୁଦେବ କୃଷ୍ଣଙ୍କୁ ନେଇ ଗୋପପୁର ଯାତ୍ରା କରିବା ଓ ଯୋଶୋଦାଙ୍କ କୋଳରେ କୃଷ୍ଣଙ୍କୁ ରଖି ବିଜୁଳି କନ୍ୟାଙ୍କୁ ଆଣିବାର ଦୃଶ୍ୟ ଅଭିନିତ ହୋଇଥିଲା । ସେହିପରି ଆଜି ଗୋପପୁରରେ ଅନୁଷ୍ଠିତ ହେବ ନନ୍ଦୋତ୍ସବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bargarh dhanujatra : Maharaj Kansa's procession is going on in Mathura city | Argus News