Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଧାନ ଛାଡି ସୁର୍ଯ୍ୟମୁଖି ଚାଷ ମୁହାଁ ବରଗଡ ଚାଷୀ… କିନ୍ତୁ ପାଣି ଅଭାବରୁ ଭାଙ୍ଗୁଛି ଆଶା!

Odisha

Water Crisis / ଧାନ ଛାଡି ସୁର୍ଯ୍ୟମୁଖି ଚାଷ ମୁହାଁ ବରଗଡ ଚାଷୀ… କିନ୍ତୁ ପାଣି ଅଭାବରୁ ଭାଙ୍ଗୁଛି ଆଶା!

Ritu Das
Browse all articles by Ritu Das
·4 days ago·2 min read
ଧାନ ଛାଡି ସୁର୍ଯ୍ୟମୁଖି ଚାଷ ମୁହାଁ ବରଗଡ ଚାଷୀ… କିନ୍ତୁ ପାଣି ଅଭାବରୁ ଭାଙ୍ଗୁଛି ଆଶା!
India

Key Points

ଧାନ ଚାଷ ଛାଡି ଏବେ ଅଣଧାନ ଚାଷ ମୁହାଁ ଚାଷୀ
ବିଲରେ ହସୁଛି ସୁର୍ଯ୍ୟମୁଖି ଚାଷ
ହେଲେ ଆବଶ୍ୟକ ଅନୁଯାୟୀ ଜଳସେଚନ ସୁବିଧା ନଥିବାରୁ ଚାଷୀଙ୍କ ମନୋବଳ ଭାଙ୍ଗୁଛି
ଧାନ ଚାଷ ଛାଡି ଏବେ ଅଣଧାନ ଚାଷ ମୁହାଁ ଚାଷୀ। ବିଲରେ ହସୁଛି ସୁର୍ଯ୍ୟମୁଖି ଚାଷ। ହେଲେ ଆବଶ୍ୟକ ଅନୁଯାୟୀ ଜଳସେଚନ ସୁବିଧା ନଥିବାରୁ ଚାଷୀଙ୍କ ମନୋବଳ ଭାଙ୍ଗୁଛି। କୃଷିଭିତ୍ତିକ ବରଗଡ ଜିଲ୍ଲାର ଚାଷୀଙ୍କୁ ପାଣି ପାଇଁ ଚିନ୍ତା ଘାରିଛି । ତଥାପି କିଛି ଚାଷୀ ସୁର୍ଯ୍ୟମୁଖି ଚାଷ କରିବା ଛାଡି ନାହାନ୍ତି । ଦେଖନ୍ତୁ ଏହି ରିପୋର୍ଟ।

ଏ ହେଉଛି ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ଲଖନପୁର ପଞ୍ଚାୟତର । ଯେଉଁ ଚାଷ ଜମିକୁ ଦେଖିଲେ ସୁର୍ଯ୍ୟମୁଖି ଚାଷ । ସୁର୍ଯ୍ୟମୁଖି ଫୁଲରେ ବିଲ ହସୁଛି । ବେଶ ସୁନ୍ଦର ଲାଗୁଛି ଚାଷ । ଏହି ରାସ୍ତା ଦେଇ ଯିଏ ମଧ୍ୟ ଯାଉଛି କ୍ଷଣିକ ପାଇଁ ଅଟକି ସୂର୍ଯ୍ୟମୁଖୀର ସୁନ୍ଦରତାକୁ ପାଖରୁ ଦେଖୁଛି। ହେଲେ ଏହାକୁ ଚାଷ କରିଥିବା ଚାଷୀଙ୍କୁ ଘାରିଛି ପାଣିର ଚିନ୍ତା। ଚାଷ ପାଇଁ ଯେତିକି ପାଣି ଦରକାର ସେତିକି ଚାଷୀ ପାଉ ନାହାନ୍ତି। ଅଣଧାନ ଚାଷ କରିବା ପାଇଁ ଚାଷୀ ଆଗ୍ରହୀ ହୋଇ ଆଗକୁ ଆସୁଥିବା ବେଳେ ଜଳସେଚନର ସଠିକ ସୁବିଧା ନାହିଁ। ପାଖରେ ମେଗା ପ୍ରକଳ୍ପରୁ ପାଣି ଯୋଗାଣ ହେବ ବୋଲି ଚାଷୀ ଆଶା କରୁଥିଲେ। କିନ୍ତୁ ସେହି ପ୍ରକଳ୍ପରୁ ପାଣି ପାଉ ନାହାନ୍ତି। ମେଗା ପ୍ରକଳ୍ପ ଥିବାରୁ ବୋରୱେଲ ଯୋଜନାରେ ମଧ୍ୟ ସାମିଲ ହୋଇପାରୁ ନାହାନ୍ତି। ଚାଷ କାର୍ଯ୍ୟ ପାଇଁ ପାଣିର ସୁବିଧା କରିବାକୁ ଚାଷୀ ଦାବି କରିଛନ୍ତି। 

ଏହାସହ ପଢ଼ନ୍ତୁ: ଶ୍ରୀକ୍ଷେତ୍ରରେ ବିଷ ପାଲଟିଛି 'ତୀର୍ଥ ଜଳ', ପୁଣ୍ୟ ପରିବର୍ତ୍ତେ ରୋଗ ବାଣ୍ଟୁଛି ତୀର୍ଥ ପୁଷ୍କରିଣୀ


ସୂର୍ଯ୍ୟମୁଖୀ ଚାଷ ବେଶ ଲାଭଦାୟକ କାରଣ ଏହାର ତେଲ ବଜାରରେ ବେଶ ଚାହିଦା ରହିଛି। ଲଖନପୁର ପଞ୍ଚାୟତର ବାବେବିରା, ହାତିକୁଜା, ଅଲେଖପୁର, ତିଲେଇମାଲ, ଗୌରପାଲି ଭଳି ସବୁ ଗାଁର ଚାଷୀ ସୁର୍ଯ୍ୟମୁଖି ଚାଷୀ କରିଛନ୍ତି । ଏକର ପ୍ରତି ୨୦ହଜାର ଖର୍ଚ୍ଚ କଲେ ସୁର୍ଯ୍ୟମୁଖି ଫୁଲରୁ ତେଲ ବାହାର କରି ବିକ୍ରି କରିଥାନ୍ତି। ଏକର ପ୍ରତି ୨୦ ହଜାରରୁ ଅଧିକ ଟଙ୍କା ଲାଭ ମିଳେ। କିନ୍ତୁ ପାଣି ଅଭାବରୁ ଅମଳ ବେଳକୁ ଲାଭ କମୁଛି ବୋଲି ଚାଷୀ କହିଛନ୍ତି। ଅଣଧାନ ଚାଷକୁ ପ୍ରୋତ୍ସାହନ ଦିଆଯାଉଥିବା ବେଳେ ଏହି ଚାଷୀମାନଙ୍କୁ କୃଷି ବିଭାଗ କୌଣସି ସୁବିଧା ଦେଉନି । ଶୀଘ୍ର ଜଳସେଚନର ସୁବିଧା କରାଯାଉ ବୋଲି ଚାଷୀମାନେ ଦାବି କରିଛନ୍ତି । ଅନ୍ୟପଟେ ଏହାକୁ ନେଇ ପୂର୍ବ ସରକାରଙ୍କୁ ଦୋଷ ଦେଇଛନ୍ତି ଭଟଲି ବିଧାୟକ। ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ଭଟଲି ବିଧାୟକ ଇରାଶୀଷ ଆଚାର୍ଯ୍ୟ କହିଛନ୍ତି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bargarh farmers shift to sunflower farming face severe water crisis | Argus News