Puri Swetaganga Pollution / ଶ୍ରୀକ୍ଷେତ୍ରରେ ବିଷ ପାଲଟିଛି 'ତୀର୍ଥ ଜଳ', ପୁଣ୍ୟ ପରିବର୍ତ୍ତେ ରୋଗ ବାଣ୍ଟୁଛି ତୀର୍ଥ ପୁଷ୍କରିଣୀ
·4 months ago·2 min read

Key Points
ଶ୍ରୀକ୍ଷେତ୍ରରେ ବିଷ ପାଲଟିଛି ପବିତ୍ର ଶ୍ୱେତଗଙ୍ଗା ପାଣି
ରୋଗ ବାଣ୍ଟୁଛି ପୁରାଣ ପ୍ରସିଦ୍ଧ ପୁଷ୍କରିଣୀ
ସୌନ୍ଦର୍ଯ୍ୟକରଣ ପରେ ବି ସୁଧୁରୁନି ଜଳର ମାନ
ରୋଗ ବାଣ୍ଟୁଛି ପୁରାଣ ପ୍ରସିଦ୍ଧ ପୁଷ୍କରିଣୀ
ସୌନ୍ଦର୍ଯ୍ୟକରଣ ପରେ ବି ସୁଧୁରୁନି ଜଳର ମାନ
ପୁରୀ ଶ୍ରୀକ୍ଷେତ୍ରର ପବିତ୍ର ତୀର୍ଥ ପୁଷ୍କରିଣୀଗୁଡ଼ିକ ଏବେ ବିପଦରେ । ଯେଉଁ ଜଳରେ ସ୍ନାନ କଲେ ପୁଣ୍ୟ ମିଳେ ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ୱାସ ରହିଛି, ସେହି ଜଳ ଏବେ ଜହର ପାଲଟିଛି । ବିଶେଷ କରି ଶ୍ୱେତଗଙ୍ଗାର ଜଳରାଶି ଏବେ ରାଜ୍ୟର ସବୁଠୁ ବିଷାକ୍ତ ଜଳ ଭାବେ ଚିହ୍ନଟ ହୋଇଛି ।
ଜହର ପାଲଟିଲାଣି ତୀର୍ଥ ଜଳ । ପୌରାଣିକ ମହତ୍ତ୍ଵ ସମ୍ପନ୍ନ ପବିତ୍ର ଶ୍ଵେତଗଙ୍ଗା ପୁଷ୍କରିଣୀର ଜଳ ଏବେ ଗାଧେଇବା ପାଇଁ ସମ୍ପୂର୍ଣ୍ଣ ଅନୁପଯୁକ୍ତ । ନ୍ୟାସନାଲ ୱାଟର ମନିଟରିଂ ପ୍ରୋଗ୍ରାମ ରିପୋର୍ଟ ଅନୁଯାୟୀ, ଶ୍ଵେତଗଙ୍ଗାର ବିଓଡି ସ୍ତର ୧୨ ମିଲିଗ୍ରାମରେ ପହଞ୍ଚିଛି । ରାଜ୍ୟର ୧୫ଟି ପ୍ରମୁଖ ହ୍ରଦ ଓ ପୋଖରୀ ମଧ୍ୟରେ ଶ୍ଵେତଗଙ୍ଗାର ପାଣି ସବୁଠାରୁ ଅଧିକ ପ୍ରଦୂଷିତ ବୋଲି ଜଣାପଡ଼ିଛି । ନଜର ପକାଇବା ପୁରୀରେ ଥିବା ବିଭିନ୍ନ ଜଳାସୟର ବିଓଡିର ସ୍ଥିତି ଉପରେ...
ଶ୍ୱେତଗଙ୍ଗା: ୧୨.୦ ମିଲିଗ୍ରାମ୍
ଇନ୍ଦ୍ରଦ୍ୟୁମ୍ନ: ୬.୫ ମିଲିଗ୍ରାମ୍
ନରେନ୍ଦ୍ର ସରୋବର: ୬.୦ ମିଲିଗ୍ରାମ୍
ମାର୍କଣ୍ଡ: ୫.୫ ମିଲିଗ୍ରାମ୍
ପାର୍ବତୀ ସାଗର: ୫.୩ ମିଲିଗ୍ରାମ୍
ଭୁବନେଶ୍ୱରର ବିନ୍ଦୁସାଗରରେ ବିଓଡି ସ୍ତର ୨ ରୁ କମ୍ ରହିଥିବା ବେଳେ ପୁରୀର ତୀର୍ଥ ପୁଷ୍କରିଣୀଗୁଡ଼ିକରେ ଏଭଳି ସ୍ଥିତି ଚିନ୍ତାଜନକ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଶ୍ରୀକ୍ଷେତ୍ରର ତୀର୍ଥ ପୁଷ୍କରିଣୀଗୁଡ଼ିକର ବିକାଶ ପାଇଁ ୬୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି, କିନ୍ତୁ ଜଳର ଗୁଣବତ୍ତା ଫେରିନାହିଁ । ଶ୍ୱେତଗଙ୍ଗା ପରିସରରେ NTPC ସହାୟତାରେ ବସାଯାଇଥିବା ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ଖରାପ ଦର୍ଶାଇ ଦୁଇ ବର୍ଷ ତଳେ OBCC ଉଚ୍ଛେଦ କରିଦେଇଛି । ଫଳରେ ଜଳରାଶି ଅଧିକ ବିଷାକ୍ତ ହେବାରେ ଲାଗିଛି, ଯାହା ଶ୍ରଦ୍ଧାଳୁଙ୍କ ଚର୍ମ ରୋଗର କାରଣ ସାଜିଛି। ସେପଟେ ପୁରୀ ବିଧାୟକ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ତୀର୍ଥ ପୁଷ୍କରିଣୀର ସୌନ୍ଦର୍ଯ୍ୟକରଣ ତ ହେଲା, କିନ୍ତୁ ଶ୍ରଦ୍ଧାଳୁଙ୍କ ଭାବନା ସହ ଜଡ଼ିତ 'ତୀର୍ଥ ଜଳ' କେବେ ସ୍ୱଚ୍ଛ ହେବ ? ତାହା ଏବେ ବଡ଼ ପ୍ରଶ୍ନ ।
Related Topics
Explore more stories