Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିବାଦରେ ବରଗଡ଼ ବନ ବିଭାଗ 

Manini Pattanayak
Browse all articles by Manini Pattanayak
·1 year ago·1 min read
ବିବାଦରେ ବରଗଡ଼ ବନ ବିଭାଗ 

ବରଗଡ : ବିବାଦରେ ବରଗଡ଼ ବନ ବିଭାଗ । କ୍ୟାମେରା ଦେଖିଲେ ଚିହିଁକି ଉଠୁଛନ୍ତି ବରଗଡ଼ ରେଞ୍ଜ ଅଫିସର୍ ଆରତୀ ନେଗି । ରେଞ୍ଜରଙ୍କ କଳା କାରନାମା ସାମ୍ନାକୁ ଆସୁଛି । ଦୁଇ ଦିନ ତଳେ ଆଠଗଡରୁ ଜଣେ ଭଡାଟିଆ କ୍ଲର୍କ ଆଣି ନିଜ ଅଫିସ୍ ଚେମ୍ବରରେ ରେଞ୍ଜର କାମ କରାଉଥିବା ଅଭିଯୋଗ ହୋଇଥିଲା । ୨୦୨୩ ବର୍ଷ ନଭେମ୍ବର ମାସର ହିସାବ କିତାବ କ୍ୟାସ ଫାଇଲ କାମ କରୁଥିଲେ ଭଡାଟିଆ କ୍ଲର୍କ । ଏହି ଦୃଶ୍ୟ ଅର୍ଗସ କ୍ୟାମେରାରେ କଏଦ ହୋଇଥିଲା ।

ଗତ ବର୍ଷରେ ଜଙ୍ଗଲ ବିଭାଗରେ ହୋଇଥିବା ବିଭିନ୍ନ ପ୍ରକଳ୍ପ ନାଁରେ ଘୋଟାଲା ହୋଇଥିବା ଅଭିଯୋଗ ହୋଇଥିଲା । ଏହାସହ ଟଙ୍କା ନଦେଲେ  ଡ୍ରାଇଭରଙ୍କୁ ରେଞ୍ଜର ହଇରାଣ କରୁଥିବା ଅଭିଯୋଗ ମଧ୍ୟ ହୋଇଛି । ଘଟଣା ବାରମ୍ବାର ସାମ୍ନାକୁ ଆସୁଥିବା ବେଳେ  DFO ସବୁଜାଣି ଚୁପ୍ ରହିଥିବା ଲୋକେ ଅଭିଯୋଗ କରିଛନ୍ତି ।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bargarh forest department in conflict | Argus News