Videos
|
Odisha

ଅନ୍ଧାରରେ ଚାଲିଛି ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ସେବା

Smruti Parija
Browse all articles by Smruti Parija
·2 years ago·1 min read
ଅନ୍ଧାରରେ ଚାଲିଛି ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ସେବା

ବରଗଡ:  ବରଗଡ଼ରେ କେବେ ସୁଧୁରିବ ଚିକିତ୍ସା ବ୍ୟବସ୍ଥା । ଗୋଟିଏ ପରେ ଗୋଟିଏ ସ୍ୱାସ୍ଥ୍ୟବସ୍ଥାର ବିକଳ ଚିତ୍ର ଆସୁଛି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ । ଠିକ ଚିକିତ୍ସା ଚାଲିଥିବା ସମୟରେ ଇଲେକ୍ଟ୍ରି ଚାଲିଯାଉଛି । ଯଦ୍ୱାରା ଡାକ୍ତର, ନର୍ସ, ରୋଗୀ ଓ ରୋଗୀଙ୍କ ପରିଜନ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । 

ଅତି ଦୁଃଖର ତଥା ପରିତାପର ବିଷୟ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନୀତିଦିନ ଏଭଳି ଘଟଣା ଦେଖିବାକୁ ମିଳୁଛି । ବିଦ୍ୟୁତ ସରବରାହ ବନ୍ଦ ହୋଇଗଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅନ୍ଧାରରେ ରୋଗୀ ଚିକିତ୍ସା ହେଉଥିବା ଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳୁଛି ।   ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ସୁଧାର ବା ବିକାଶ କରିବାକୁ ଯାଇ କେବଳ ରଙ୍ଗ ବୋଳି ଦେଲେ ବା ସାତ ମହଲା ବିଶିଷ୍ଠ କୋଠା ଘର ଛିଡା କରିଦେଲେ ତାହା ପରିପୂର୍ଣ୍ଣ ହୋଇପାରିବ ନାହିଁ ବୋଲି ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେବା ସହ ଲୋକଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ଦେଖାଦେଇଛି ।

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: