Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବରଗଡ଼ ପଦ୍ମପୁର ଚାଷୀଙ୍କୁ ସରକାରୀ ଧୋକା

Banajyotshna Ray
Browse all articles by Banajyotshna Ray
·2 years ago·2 min read
ବରଗଡ଼ ପଦ୍ମପୁର ଚାଷୀଙ୍କୁ ସରକାରୀ ଧୋକା

ଅର୍ଗସ ବ୍ୟୁରୋ:  ଯେଉଁ ସମୟରେ ଫସଲ ଅମଳ କରିବା କଥା ସେ ସମୟରେ ବଡ଼ ଆନ୍ଦୋଳନକୁ ଓହ୍ଲାଉଛନ୍ତି ଚାଷୀ। ଚାଷୀଙ୍କ ଦାବିକୁ ବର୍ଷେରୁ ଅଧିକ ସମୟ ହେଲା ଅଣଦେଖା କରିଆସୁଛନ୍ତି ରାଜ୍ୟ ସରକାର। ଯାହାକୁ ନେଇ ସୃଷ୍ଟି ହୋଇଛି ତୀବ୍ର ପ୍ରତିକ୍ରିୟା। ପୁଣି ବଡ଼ ଧରଣର ଆନ୍ଦୋଳନ ପାଇଁ ଗର୍ଜନ ଦେଇଛି ବରଗଡ଼ ପଦ୍ମପୁର ରାଜ ବୋଡ଼ାସମ୍ବର କୃଷକ ସଂଗଠନ।ଦିନେ କି ମାସେ ନୁହେଁ ବର୍ଷେରୁ ଅଧିକ ସମୟ ହେଲା ଉପଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଧାରଣା ଦେଉଛନ୍ତି ଚାଷୀ।

୨୦୨୧ ମରୁଡ଼ି ଇନ୍ ପୁଟ ସବ ସିଡ ଓ ବୀମା ଟଙ୍କା ଏ ପର୍ଯ୍ୟନ୍ତ ପାଇ ନାହାନ୍ତି ପଦ୍ମପୁର ଚାଷୀ। ଉପନିର୍ବାଚନ ବେଳେ ମିଳିଥିଲା ପ୍ରତିଶ୍ରୁତି। ହେଲେ ସବୁ ଚାଷୀ ଙ୍କୁ ଦେଲନି ଟଙ୍କା । ୭୨ ହଜାର ହେକ୍ଟର ଜମି ରେ ଫସଲ ନଷ୍ଟ ହେଲା। ଅନେକ ଆନ୍ଦୋଳନ ପରେ  ଚାଷୀଙ୍କ ପାଇଁ ଆସିଲା ୫୨ କୋଟିର ସହାୟତା । ହେଲେ ଅଭିଯୋଗ ୭ କୋଟି ସିନା ଫେରିଗଲା ହେଲେ ସବୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିଲାନି ସହାୟତା। ସେମିତି ବୀମା ରାଶି ଟଙ୍କା ଦେବାରେ ବି ଟାଳଟୁଳ ନୀତି କଲା ପ୍ରଶାସନ। ମଣ୍ଡି ଭିତ୍ତିଭୂମି ସଜଡ଼ା ହେଲାନି କି କଟନି ଛଟ୍ ନି ରୁ ଚାଷୀଙ୍କୁ  ମିଳିଲାନି ତ୍ରାହି। ଏହା ସାଙ୍ଗକୁ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବି ନେଇ 2022 ମସିହା ନଭେମ୍ବର 1ତାରିଖରୁ ଆରମ୍ଭ ହୋଇଥିଲା ଚାଷୀ ଆନ୍ଦୋଳନ। ସେତେବେଳେ ପଡ଼ିଥିଲା ପଦ୍ମପୁର ଉପନିର୍ବାଚନ। ଦାବି ପୂରଣ ନେଇ ସେତେବେଳେ ଶାସକ ଦଳ ଦେଲା ପ୍ରତିଶ୍ରୁତି କିନ୍ତୁ ଭୋଟ୍ ସରିବା ପରେ ସବୁ ଭୁଲିଗଲେ ସରକାର । ଏଣୁ ବଡ଼ ସମାବେଶ କରି ସରକାରଙ୍କୁ ଜବାବ ଦେବାକୁ ସଜ ହୋଇଛି କୃଷକ ସଂଗଠନ। 

ସେପଟେ ଚାଷୀ ମାରଣ ନୀତି ବିରୋଧରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା। ମଣ୍ଡି ସମସ୍ୟା ନେଇ ଡିଏଲପିସି ବୈଠକରେ ପ୍ରଶ୍ନ ଉଠାଇଥିଲେ ରେଙ୍ଗାଲି ବିଧାୟକ ନାଉରୀ ନାଏକ। କିନ୍ତୁ କୌଣସି ସମସ୍ୟା ନ ଥିବା କହି ପ୍ରସଙ୍ଗ ଏଡ଼ାଇ ଯାଇଥିଲେ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ। ରୋହିତ ଶସ୍ତା ରାଜନୀତି କରୁଥିବା ଅଭିଯୋଗ ଆଣି ସୋହେଲା ସମାବେଶରେ ସରକାର ଘୋଷଣା କରିଥିବା 100 ଟଙ୍କା ବୋନସ ଏଯାଏଁ କାହିଁକି ଚାଷୀଙ୍କୁ ମିଳିନାହିଁ ବୋଲି ପ୍ରଶ୍ନ କରିଛି ବିଜେପି କୃଷକ ମୋର୍ଚ୍ଚା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଓଡିଶା ଖବର ଆହୁରି ପଢନ୍ତୁ

Sponsored
Bargarh Padampur farmers cheated by the government | Argus News