Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମୁଖବନ୍ଧରେ ଅହିଂସା, କିନ୍ତୁ ରାଜରାସ୍ତାରେ ହିଂସା

Smruti Parija
Browse all articles by Smruti Parija
·2 years ago·1 min read
ମୁଖବନ୍ଧରେ ଅହିଂସା, କିନ୍ତୁ ରାଜରାସ୍ତାରେ ହିଂସା

ବରଗଡ:  ସମ୍ବେଦନହୀନ ପୋଲିସ । ବରଗଡରେ ବିଜେପି କର୍ମୀଙ୍କୁ ନର୍ମମ ହତ୍ୟା ପରେ ମୃତକଙ୍କ ପରିବାର ଲୋକ ଓ ଉତ୍ୟକ୍ତ ଗ୍ରାମବାସୀଙ୍କୁ ଉଠାଇନେଲା ପୋଲିସ । ବରଗଡ଼ରେ ପଲିଟିକାଲ ମର୍ଡର ପରେ ପରିବାର ଲୋକଙ୍କୁ ଅମାନୁସିକ ଭାବେ ଉଠାଇନେଇଛି ପୋଲିସ । ଯାହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।  

ଆଜି ସରସରା ଗାଁରେ ଦିନ ଦ୍ବିପ୍ରହରରେ ଗଡି ଥିଲା ମୁଣ୍ଡ । ବିଜେପି କର୍ମୀଙ୍କୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା  । ଯେଉଁଥିରେ ଆଖି ବୁଜିଥିଲେ ସରସରା ହାଇସ୍କୁଲ ପଡ଼ାର ବିଶ୍ଵନାଥ ମିର୍ଦ୍ଧା । ବିଶ୍ଵନାଥ ମିର୍ଦ୍ଧା ଜଣେ ଅଟୋ ଚାଳକ । ଆଜି କିଛି ଭୋଟରଙ୍କୁ ଧରି ସେ ଅଟୋରେ ଯିବାବେଳେ ଭୁଜାଲିରେ ଆକ୍ରମଣ କରି ତାଙ୍କୁ ହତ୍ୟା କରାଯାଇଛି । ଗୁରୁତର ବିଶ୍ବନାଥଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।

ବିଜେପି କର୍ମୀଙ୍କୁ ଦୁର୍ବୃତ୍ତଙ୍କ ଭୁଜାଲିରେ ହତ୍ୟା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ମୃତକଙ୍କ ପତ୍ନୀ କାନ୍ଦି କାନ୍ଦି ବାରମ୍ବାର ଅଚେତ୍ ହେଇ ଯାଉଥିବାବେଳେ ପୋଲିସ ତାଙ୍କୁ ଡାକ୍ତରଖାନା ନେବା ପରିବର୍ତ୍ତେ ଥାନାକୁ ଉଠାଇ ନେଇଛି । ଖାଲି ସେତିକି ନୁହେଁ ତାଙ୍କ ସହ ତାଙ୍କର 2 ମାସର ଛୁଆ ମଧ୍ୟ ଥାନାକୁ ଯାଇଛି । ଯାହାକୁ ନେଇ ପୋଲିସର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।   
 

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
bargarh-political-murder-update | Argus News