Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବାରିପଦାରେ ବସ ଚଳାଚଳ ଠପ୍

Odisha

ବାରିପଦାରେ ବସ ଚଳାଚଳ ଠପ୍

Smruti Parija
Browse all articles by Smruti Parija
·1 year ago·1 min read
ବାରିପଦାରେ ବସ ଚଳାଚଳ ଠପ୍

ମୟୂରଭଞ୍ଜ: ଗତକାଲି ରାତିରେ ବାରିପଦା ବସଷ୍ଟାଣ୍ଡରେ ଘଟିଯାଇଥିବା ଗଣ୍ଡଗୋଳ, ମାରପିଟ ଓ ହଣାକଟା ଘଟଣାରେ ରାତିରୁ ଘରୋଇ ବସ ଚଳାଚଳା ସମ୍ପୂର୍ଣ୍ଣ ବନ୍ଦ ରହିଛି । ଖାଁ ଖାଁ ଲାଗୁଛି ବାରିପଦା ଘରୋଇ ବସଷ୍ଟାଣ୍ଡ । କେବେ ସ୍ବଭାବିକ ହେବ ବସ ଚଳାଚଳ ତାର କୌଣସି ଖୋଜ ଖବର ମିଳିନଥିବାବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବସଯାତ୍ରୀ । ହଠାତ ଏଭଳି ବସ ଚଳାଚଳ ବନ୍ଦ ଘଟଣାକୁ ଯାତ୍ରୀମାନେ ସହଜରେ ଗ୍ରହଣ କରିପାରୁନଥିବାବେଳେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ବସଷ୍ଟାଣ୍ଡକୁ ଆସିଥିବା ଦୁରଦୁରାନ୍ତର ଯାତ୍ରୀ । 

ରାଇରଙ୍ଗପୁରରୁ ବ୍ରହ୍ମପୁର ଯାଉଥିବା ମା' ଦୁର୍ଗା ନାମକ ଏକ ଘରୋଇ ବସ ଚଳାଚଳ ସମୟକୁ ନେଇ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । ଉକ୍ତ ବସଟି ରାଇରଙ୍ଗପୁରରୁ ବ୍ରହ୍ମପୁର, ଭାୟା ବାରିପଦା ହୋଇ ଆଜକୁ ୩ ବର୍ଷ ହେବ ଚଳାଚଳ କରିଆସୁଥିବା ବେଳେ ଗତକାଲି ସଠିକ ସମୟ ଅନୁସାରେ ବାରିପଦା ବସଷ୍ଟାଣ୍ଡକୁ ପସିବାକୁ ବାରଣ କରିବାରୁ ବଚସା ଓ ପରେ କଥା ହଣାକଟା ପର୍ଯ୍ୟନ୍ତ ଯାଇଥିଲା । 

ଏଥିରେ ୬ ଜଣ ଗୁରୁତର ହୋଇଥିବାବେଳେ ୩ ଜଣଙ୍କୁ କଟକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାରେ ବାରିପଦା ଟାଉନ ଥାନାରେ ଉଭୟ ପକ୍ଷରୁ ପୃଥକ ପୃଥକ ୨ଟି ମାମଲା ରୁଜୁ ହୋଇଥିବାବେଳେ ଉଭୟ ପକ୍ଷରୁ ୧୦ ଜଣଙ୍କୁ ଅଟକ ରଖି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ବାରିପଦା ଟାଉନ ପୋଲିସ । ତେବେ ଘଟଣା ଯାହାବି ହୋଇଥାଉନା କାହିଁକି , ତୁରନ୍ତ ଘଟଣାର ସମାଧାନ କରି ବସ ଚଳାଚଳ ସ୍ବାଭାବିକ କରିବା ପାଇଁ ଦାବି କରିଛନ୍ତି ,ଯାତାୟାତରେ ସମ୍ମୁଖୀନ ହେଉଥିବା ଯାତ୍ରାମାନେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...


 

Sponsored
baripada-bus-vehicle-issue-update | Argus News