Videos
|
Odisha

୩ଘଣ୍ଟା ବର୍ଷାରେ ଉବୁଟୁବୁ ବାରିପଦା ସହର

Ritu Das
Browse all articles by Ritu Das
·2 years ago·1 min read
୩ଘଣ୍ଟା ବର୍ଷାରେ ଉବୁଟୁବୁ ବାରିପଦା ସହର

ଅର୍ଗସ ବ୍ୟୁରୋ: ବାରିପଦା ସହରରେ ଆଜି ଅପରାହ୍ନ ୨ଟା ଠାରୁ ସନ୍ଧ୍ୟା୫ଟା ଯାଏ ଲଗାଣ ବର୍ଷା ହୋଇଥିଲା ।  ୩ଘଣ୍ଟା ଲଗାଣ ବର୍ଷା ଫଳରେ ଡ୍ରେନ ପାଣି ଘରେ ପଶିଲା। ସହରର ୭, ୮, ୯, ୨୦, ୨୩, ୨୪, ୨୮, ଆଦି ସହ ଅନେକ ଓ୍ବାର୍ଡରେ ଡ୍ରେନପାଣି ଅନେକଙ୍କ ଘରକୁ ପଶିବା ଫଳରେ ନାହିଁ ନ ଥିବା ଅସୁବିଧା ଭୋଗ କରଛନ୍ତି ଅଞ୍ଚଳବାସୀ । 

ପୌରପରିଷଦ ଡ୍ରେନ ନିର୍ମାଣ ଠିକ୍ ହୋଇନାହିଁ। ପାଣି ତଳକୁ ଗଡିବା ପରିବର୍ତ୍ତେ ଉପରକୁ ଉଠୁଛି । ଫଳରେ ଡ୍ରେନ ପାଣି ଉଛୁଳି ଘର ମଧ୍ୟରେ ପ୍ରବେଶ କରିଛି ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। 

ଘରେ ପାଣି ପଶିବାକୁ କେନ୍ଦ୍ର କରି କିଛି ସମୟ ପାଇଁ ମଧୁବନ ଗ୍ୟାରେଜ ଛକ ଠାରେ ଲୋକେ ଉଦଳା ବାରିପଦା ମୂଖ୍ୟ ରାସ୍ତାକୁ  ବନ୍ଦକରି ଆନ୍ଦୋଳନ କରିଥିଲେ । ଘଟଣା ସ୍ଥଳରେ ବାରିପଦା ପୌରପରିଷଦ ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି ପହଞ୍ଚି ଲୋକଙ୍କ ବୁଝାଶୁଝା କରିବା ସହ ଯଥାଶୀଘ୍ର ଡ୍ରେନ ଉପରୁ ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯିବା ସହ ଡ୍ରେନ ସଫା କରାଯିବ ବୋଲି କହିବା ପରେ ରାସ୍ତା ରୋକ ହଟିଥିଲା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Baripada | Argus News