Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ବାରିପଦାର ତାପମାତ୍ରା ୪୧.୪ ଡିଗ୍ରୀ ରେକର୍ଡ

Smruti Parija
Browse all articles by Smruti Parija
·2 years ago
ଆଜି ବାରିପଦାର ତାପମାତ୍ରା ୪୧.୪ ଡିଗ୍ରୀ ରେକର୍ଡ

ମୟୂରଭଞ୍ଜ: ଆକାଶରୁ ହେଉଛି ଅଗ୍ନି ବୃଷ୍ଟି । ଉତ୍ତପ୍ତ ତାପମାତ୍ରା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ରେକର୍ଡ ସୃଷ୍ଟି କରି ପୁଣି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି ବାରିପଦା । ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ଵରର ତଥ୍ୟ ମୁତାବକ ସୋମବାର ବାରିପଦାର ତାପମାତ୍ରା ୪୧.୪ ଡିଗ୍ରୀ ସେଲସିୟସ ହୋଇଛି । ଗତକାଲି ଅପେକ୍ଷା ଆଜି ତାପମାତ୍ରା ରେ ୩.୩ ଡିଗ୍ରୀ ବୃଦ୍ଧି ଘଟି ଆଜି ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ଭାବରେ ରେକର୍ଡ଼ କରିଛି । ତେବେ କିଛି ଦିନ ପୂର୍ବରୁ ପାଗ ମେଘୁଆ ଥିବାବେଳେ ହଠାତ୍ ପାରଦ ବୃଦ୍ଧି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।
 

ଆଗାମୀ 5 ଦିନ ନିସ୍ତାର ନାହିଁ, 4 ରୁ 5 ଡିଗ୍ରୀ ବଢିବ ତାପମାତ୍ରା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored