|
logo
Live
Argus News App
GET APP

Argus News - ବାରିପଦାର ଦେବତ୍ତୋର ଜମିରେ ମହାଘୋଟାଲା.୪୦ ହଜାର ଏକର ଜମି ଏବେ ‘ନିଖୋଜ

Odisha

Mega Land scam / ବାରିପଦାର ଦେବତ୍ତୋର ଜମିରେ ମହାଘୋଟାଲା.୪୦ ହଜାର ଏକର ଜମି ଏବେ ‘ନିଖୋଜ

Bikash Mohanty
Browse all articles by Bikash Mohanty
·1 month ago·3 min read
ବାରିପଦାର ଦେବତ୍ତୋର ଜମିରେ ମହାଘୋଟାଲା.୪୦ ହଜାର ଏକର ଜମି ଏବେ ‘ନିଖୋଜ
land scam

Key Points

ବାରିପଦାର ଦେବତ୍ତୋର ଜମିରେ ମହାଘୋଟାଲା
୪୦ ହଜାର ଏକର ଜମି ଏବେ ‘ନିଖୋଜ
ମହାପ୍ରଭୁଙ୍କ ନିତିକାନ୍ତି ପାଇଁ ହାତପତେଇବାକୁ ପଡୁଛି
ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାର ଦେବତ୍ତୋର ଜମିରେ ମହାଘୋଟାଲା ,୪୦ ହଜାର ଏକର ଜମି ଏବେ ‘ନିଖୋଜ । ମନ୍ଦିର ସମ୍ପତ୍ତି ଲୁଟି ସରକାରୀ ଓ ବେସରକାରୀ ମାଫିଆ ରାଜ୍ କରୁଥିବା ବେଳେ ଅର୍ଥାଭାବ ଯୋଗୁଁ ଅଚଳାଚଳ ସମ୍ପତ୍ତିର ମାଲିକ ମହାପ୍ରଭୁଙ୍କ ନିତିକାନ୍ତି ପାଇଁ ହାତପତେଇବାକୁ ପଡୁଛି । ଦ୍ବିତୀୟ ଶ୍ରୀକ୍ଷେତ୍ର 'ଶ୍ରୀ ଶ୍ରୀ ହରି ବଳଦେବ ଜୀଉ ବିଜେ'ଙ୍କ ସମେତ ବିଭିନ୍ନ ମଠ ଓ ମନ୍ଦିରର ହଜାର ହଜାର ଏକର ସମ୍ପତ୍ତିକୁ ଯୋଜନାବଦ୍ଧ ଭାବେ ହଡ଼ପ କରାଯାଇଛି ବୋଲି ଦୀର୍ଘଦିନ ହେବ ଅଭିଯୋଗ ହୋଇଆସୁଛି। ଏନେଇ ରାଜ୍ୟ ସରକାର, ରାଜ୍ୟ ଏଣ୍ଡାମେଣ୍ଟ କମିସନର ଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ପର୍ଯ୍ୟନ୍ତ କଥାଯାଇଛି,ହେଲେ ସ୍ଥାନୀୟ ପ୍ରଶାସନ ଓ ଦେବୋତ୍ତର ବିଭାଗର ଅପରିଣାମ ଦର୍ଶିତା ଯୋଗୁଁ ୪୦ ହଜାର ଏକରରୁ ଉର୍ଦ୍ଧ ଜମିର ଏବେ ହିସାବ ମିଳୁନାହିଁ । ଏଠି ପ୍ରଶ୍ନ ଉଠୁଛି ମହାପ୍ରଭୁଙ୍କ ଜମିର ରକ୍ଷଣାବେକ୍ଷଣ ଦାୟିତ୍ୱ ଖୋଦ ପ୍ରଶାସନ ହାତରେ ଥିଲା ବେଳେ ଏଜମି ସବୁ ଗଲା କୁଆଡ଼େ। 

  ୧୫୭୫ ମସିହାରେ ନିର୍ମିତ ବାରିପଦା ଜଗନ୍ନାଥ ମନ୍ଦିର ସହିତ ଜିଲ୍ଲାର ୧୦ ମଠ ଓ ୧୦ ମନ୍ଦିର ଗୁଡିକ ସୁପରିଚାଳନା ପାଇଁ ତତ୍କାଳୀନ ମୟୂରଭଞ୍ଜ ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜଦେଓ ରାଜଗାଦି ଛାଡିବା ବେଳକୁ ୪୪,୨୨୧.୯୬ ଏକର ଜମାବାଡ଼ି ସରକାରଙ୍କୁ ପ୍ରଦାନ କରିଥିଲେ । ସେତେବେଳେ ଉକ୍ତ ଜମିଜମାରୁ ଯାହା ମିଳୁଥିଲା ସେଥିରେ ମଠ ଓ ମନ୍ଦିର ନିତିକାନ୍ତି ସୁରୁଖୁରୁରେ ପରିଚାଳନା ହୋଇପାରୁଥିଲା । ହେଲେ ମନ୍ଦିର ଓ ଏହାର ସମ୍ପତ୍ତିର ଦାୟିତ୍ୱ ରେ ଥିବା ଦେବତ୍ତୋର ବିଭାଗର ଅପାରଗତା କାରଣରୁ କ୍ରମସଃ ଏହି ଜମି ସବୁ ହରିଲୁଟ ହୋଇ ଏବେ ପାଖାପାଖି ୩,୨୮୯.୭୨ଏକର ରହିଥିବା ଏକ ଦୁଃଖ ଓ ପରିତାପର ବିଷୟ ପାଲଟିଛି।ସମ୍ପତ୍ତି ଅଭାବ କାରଣରୁ ମଠ ଓ ମନ୍ଦିର ଗୁଡିକରେ ପରିଚାଳନାଗତ ତୃଟି ସହ ଠାକୁରଙ୍କ ସେବାକାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହୋଇଛି । ମଠମନ୍ଦିରକୁ ଦ୍ରବ୍ଯ ଯୋଗାଣ ଠିକାସଂସ୍ଥା ଗୁଡିକ ମାସମାସ ଧରି ପାଉଣା ପାଉନଥିବା ବେଳେ ଏବେ ୨୦ଲକ୍ଷରୁ ଉର୍ଦ୍ଧ ଟଙ୍କା ଉଧାରରେ ଚାଲିଛି ମନ୍ଦିର ଗୁଡିକର ନିତିକାନ୍ତି । ମିଳିଥିବା ସୂଚନା ଅନୁଯାୟୀ ବାରିପଦା ଦେବୋତ୍ତରର ୪୦,୯୩୨.୨୪ ଏକର ସମ୍ପତ୍ତିକୁ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ସମେତ ବାରିପଦା ପୌରପାଳିକା, ଜିଲ୍ଲା ପୋଲିସ ବିଭାଗ, ଜିଲ୍ଲା ଶିକ୍ଷା ବିଭାଗ ଏବଂ ପୂର୍ତ୍ତ ବିଭାଗ ବେଆଇନ ଭାବେ ନିଜ ନାମରେ ରେକର୍ଡ କରାଇ ନେଇଛନ୍ତି।

ପଢ଼ନ୍ତୁ ଏହି ଖବର: କୋଟ୍ଟାୟମସ୍ଥିତ ରବର ବୋର୍ଡ ମୁଖ୍ୟାଳୟ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

ବାରିପଦା ପୌରପାଳିକା ମୂଲ୍ୟବାନ ସ୍ଥାନଗୁଡିକରେ ଥିବା ମନ୍ଦିର ଜମିରେ ସପିଂ କମ୍ପ୍ଲେକ୍ସ କରି ଭଡ଼ା ଆଦାୟ କରି ନିଜେ ଜଣେ ବେଆଇନ ଜବରଦଖଲକାରୀ ସାଜିଛି। ଚାପଲ ପୋଖରୀ ଓ ନାଇଟ୍ ମାର୍କେଟ ଅଞ୍ଚଳରେ ମଧ୍ୟ ବହୁ ଦେବୋତ୍ତର ଜମି ପୌରପାଳିକା ଅଧୀନରେ ରହିଛି। ଯାହାର କାଣି କଉଡିଟିଏ ଦେବୋତ୍ତର ପାଣ୍ଠିକୁ ଆସୁନାହିଁ। ସେହିପରି ଜଗନ୍ନାଥ ମହାପ୍ରଭୁଙ୍କ ଜମିରେ ପୋଲିସ ବିଭାଗ ବେଆଇନ ଭାବେ କ୍ୱାଟର୍ସ ନିର୍ମାଣ କରିଥିବା ବେଳେ ଅନେକ ମୁଷ୍ଟିମେୟ ଲୋକ ଜମିକୁ ବେଆଇନ ଭାବେ କବଜା କରି ବଡବଡ ହୋଟେଲ ଓ ମଣ୍ଡପ ,ସପିଙ୍ଗ କମ୍ପ୍ଲେକ୍ସ ଇତ୍ୟାଦି ନିର୍ମାଣ କରି ଭଡାଲଗାଇ ଲକ୍ଷ ଲକ୍ଷ ଅର୍ଥ ରୋଜଗାର କରୁଛନ୍ତି । ଓଡିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ୧୦୦୦ ଏକର ଜମିରେ ଲିଜ୍ ଦୁର୍ନୀତିର ଏକ ବଡ଼ ଚିତ୍ର ସାମ୍ନାକୁ ଆସିଛି। ୪୦ ବର୍ଷ ପାଇଁ ଦିଆଯାଇଥିବା ଲିଜ୍ ଅବଧି ୨୭.୧୨.୨୦୧୯ ରେ ଶେଷ ହୋଇଥିବା ବେଳେ ୬ ବର୍ଷ ହେବ ସଂସ୍ଥା ନା ଲିଜ୍ ନବୀକରଣ କରୁଛି, ନା ବର୍ଦ୍ଧିତ ଦର (ଏକର ପିଛା ୧୫,୦୦୦ ଟଙ୍କା) ପ୍ରଦାନ କରୁଛି। ଏହା ଦ୍ୱାରା ଦେବତ୍ତୋର ବିଭାଗ ବ୍ୟାପକ ଆର୍ଥିକ କ୍ଷତି ସହୁଛି। କେବଳ ସେତିକି ନୁହେଁ ବିଗତ ଦିନରେ ବେତନଟୀ ଅଞ୍ଚଳରେ ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ମିଳିଥିବା ୩,୨୭,୭୫,୦୧୧ ଟଙ୍କା କ୍ଷତିପୂରଣ ରାଶିକୁ ଦେବୋତ୍ତର କମିଶନରଙ୍କ ବିନା ଅନୁମତିରେ ଖର୍ଚ୍ଚ କରାଯାଇଥିବା ଭଳି ସଙ୍ଗିନ ଅଭିଯୋଗ ହୋଇଛି। ସମ୍ପତି ବାଡ଼ି ଉଦ୍ଧାର କରିବା ପରିବର୍ତ୍ତେ ପ୍ରଶାସନ ମହାପ୍ରଭୁଙ୍କ ନିତିକାନ୍ତି ପାଇଁ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ବଡବଡ ବାରକୋଡ୍ ଲଗାଇ ଦାନଭିକ୍ଷା କରୁଛି ,ଯାହାକୁ ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ ଓ ସମାଜସେବୀ ।

ମହାଘୋଟାଲାରେ କ'ଣ ହେଉଛି ପରବର୍ତ୍ତୀ ପଦକ୍ଷେପ? ଲୁଟରେ ସମ୍ପୃକ୍ତ ଜମି ମାଫିଆ ଓ ଅସାଧୁ ଅଧିକାରୀଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି, ତାହା ଉପରେ ରହିଛି ସମସ୍ତଙ୍କ ନଜର ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mega Land scam: ବାରିପଦାର ଦେବତ୍ତୋର ଜମିରେ ମହାଘୋଟାଲା.୪୦ ହଜାର ଏକର ଜମି ଏବେ ‘ନିଖୋଜ | Argus News