Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବରପଦା ଇଞ୍ଜିନିୟରିଂ କଲେଜ ଦୁର୍ନୀତି ମାମଲା : ପ୍ରୟାସକାନ୍ତିଙ୍କ ପାଇଁ ବଢିଲା ଅଡୁଆ

Odisha

ବରପଦା ଇଞ୍ଜିନିୟରିଂ କଲେଜ ଦୁର୍ନୀତି ମାମଲା : ପ୍ରୟାସକାନ୍ତିଙ୍କ ପାଇଁ ବଢିଲା ଅଡୁଆ

Ritu Das
Browse all articles by Ritu Das
·2 years ago·1 min read
ବରପଦା ଇଞ୍ଜିନିୟରିଂ କଲେଜ ଦୁର୍ନୀତି ମାମଲା : ପ୍ରୟାସକାନ୍ତିଙ୍କ ପାଇଁ ବଢିଲା ଅଡୁଆ

ଅର୍ଗସ ବ୍ୟୁରୋ: ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ ଦୁର୍ନୀତି ମାମଲା । ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତିଙ୍କ ପାଇଁ ବଢିଲା ଅଡୁଆ । ବରପଦା ଇଞ୍ଜିନିୟରିଂ କଲେଜରୁ ପ୍ରଫୁଲ୍ଲଙ୍କ ପରିବାରକୁ ବହିଷ୍କାର ଦାବି ଜୋର୍ ଧରିଲା । ବରପଦା ବିକାଶ ମଞ୍ଚ ପକ୍ଷରୁ 12 ଘଣ୍ଟିଆ ବରପଦା ବନ୍ଦ ଡାକରା ଦିଆଯାଇଛି । ବନ୍ଦ ପାଳନରେ କଲେଜରେ କର୍ମଚାରୀ ବି ସାମିଲ୍ ହୋଇଛନ୍ତି । କଲେଜର ମ୍ୟାନେଜିଂ କମିଟି ଚେୟାରମ୍ୟାନ୍ ଦାୟିତ୍ବରେ ଥିବା ପ୍ରୟାସକାନ୍ତିଙ୍କୁ ବହିଷ୍କାର ସହ ପ୍ରଫୁଲ୍ଲଙ୍କ ପରିବାରକୁ କଲେଜରୁ ବହିଷ୍କାର ପାଇଁ ଦାବି ହୋଇଛି । ଏତିସହ ଜିଲ୍ଲା ପ୍ରଶାସନ କାହିଁକି ହାତକୁ ନେଉନି ଅଭିଯୋଗ ତାକୁ ନେଇ 53 ନଂ ରାଜ୍ୟ ରାଜପଥରେ ଟାୟାର ଜାଳି ରାସ୍ତା ଅବରୋଧ କରି ପ୍ରତିବାଦ କରାଯାଉଛି ।

ଏହି ବନ୍ଦ ପାଳନ ଯୋଗୁଁ ଭଦ୍ରକ-ଆନନ୍ଦପୁର ଓ ଭଦ୍ରକ-ଆଗରପଡା ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ରହିଛି । ଦୀର୍ଘ ଦିନ ହେବ ଭଦ୍ରକ ବରପଦା ଇଂଜିନିୟରିଂ କଲେଜରେ କର୍ମଚାରୀ ମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ କଲେଜ ଗେଟ ସମ୍ମୁଖରେ ଧାରଣାରେ ବସିଥିଲେ । ତାଙ୍କ ଦାବି କେହି ନଶୁଣୁନଥିବା ସେମାନେ ଅଭିଯୋଗ କରିଛନ୍ତି । ଦୁର୍ନୀତି ଲିଙ୍କ୍‌ରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘର ରେଡ୍‌ କରିଥିଲା ଇଡି। ପରେ ବରପଦା ଇଞ୍ଜିନିୟରିଂ କଲେଜ୍ ଜମି ଦୁର୍ନୀତି ସାମ୍ନାକୁ ଆସିଥିଲା। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Barpada Engineering College | Argus News